/odishatv-khabar/media/media_files/2025/09/30/nuapada-2025-09-30-20-58-52.jpg)
NUAPADA Photograph: (OTV)
ନୂଆପଡା ବାଏ ଇଲେକସନରେ ବିଜେଡି ପାଇଁ ବୁମେରାଂ ହୋଇପାରେ ମମିତା ମେହେର ମାମଲା ! ମମିତା ଏବଂ ଗୋବିନ୍ଦ ସାହୁ ଘଟଣା ପୁଣି ତାଜା ହେବା ପରେ ବ୍ୟାକଫୁଟରେ ବିଜେଡି ! ପଶ୍ଚିମ ଓଡିଶାରେ ପୁଣି ପ୍ରସଙ୍ଗ ସାଜିଲାଣି ମର୍ଡର ପଲିଟିକ୍ସ। ଗୋବିନ୍ଦ ସାହୁଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ତାଜା ହୋଇଛି ମମିତା ମେହେର ମର୍ଡର ପ୍ରସଙ୍ଗ। ଯାହାକୁ ନୂଆପଡା ଉପନିର୍ବାଚନରେ ଶାସକ ଦଳ ପ୍ରମୁଖ ମୁଦ୍ଦା କରିପାରେ।
ବିଜେଡି ସିମ୍ପାଥୀ କାର୍ଡ ଖେଳି ଦିବଙ୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି। ହେଲେ ମମିତା ଏବଂ ଗୋବିନ୍ଦଙ୍କ ପରିବାରକୁ ନ୍ୟାୟ ଦେବାରେ କାହିଁକି ବିଫଳ ହେଲେ ତତ୍କାଳୀନ ବିଜେଡି ସରକାର। ଆଉ ସେତେବେଳେ ବିବାଦୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କେମିତି ଘଣ୍ଟ ଘୋଡାଇ ସୁରକ୍ଷା ଦେଇଥିଲେ ସେତେବେଳର ସରକାର। ଏ କଥା ଶାସକ ଦଳ ପକ୍ଷରୁ ମଧ୍ୟ ପ୍ରଶ୍ନ କରାଯାଇପାରେ। କାହିଁକି ନା ଗତକାଲି ଗୋବିନ୍ଦ ସାହୁଙ୍କ ଝିଅ ବି ସିଧା ସିଧା ଦିବ୍ୟଶଙ୍କର ମିଶ୍ରଙ୍କୁ କାଠ ଗଡାକୁ ଟାଣି କହିଛନ୍ତି ଯିଏ ମମିତାକୁ ମାରିଥିଲା ସିଏ ମୋ ବାପାଙ୍କୁ ମାରିଛି। ତେବେ ଏ ନେଇ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ବଡ କଥା ହେଉଛି ମମିତା ମେହେରଙ୍କ ହତ୍ୟାକାଣ୍ଡକୁ ନେଇ ଏବେ ବି ରହିଛି ଅନେକ ଅସମାହିତ ପ୍ରଶ୍ନ। ଗୋବିନ୍ଦ ସାହୁ କଣ ମମିତାଙ୍କ ପ୍ରକୃତ ହତ୍ୟାକାରୀ ? ଜେଲ୍ ଭିତରେ ଝରକାରେ ଫାଶୀ ଲଗାଇ ଗୋବିନ୍ଦଙ୍କ ଆତ୍ମହତ୍ୟା କଣ ସମ୍ଭବ? ଆଉ ମମିତାଙ୍କ ପାଖେ ରହିଥିଲା କି ରହସ୍ୟ ? ଆଉ ସବୁଠୁ ବଡ କଥା ହେଲା ଏହି ଘଟଣାରେ ସଂପୃକ୍ତି ଅଭିଯୋଗ ଥିବା ବିବାଦୀୟ ନେତାଙ୍କ ବିରୋଧରେ କଣ ହେଲା କାର୍ଯ୍ୟାନୁଷ୍ଠାନ ? କାହିଁକି ମହାଲିଙ୍ଗ କଲେଜ ମୁହାଁ ହେଉଥିଲେ ବିଜେଡି ନେତା ?
ବଡ କଥା ହେଲା ଏବେ ନୂଆପଡା ଉପନିର୍ବାଚନରେ ବିଜେଡିରୁ ସାମ୍ନାକୁ ଆସି ଏବେଠୁ ଗ୍ରାଉଣ୍ଡରେ ଏକ୍ସରସାଇଜ ଆରମ୍ଭ କରି ଦେଲେଣି ଏହି ବିବାଦୀୟ ନେତା ମାନେ। ତେଣୁ ରାଜନୈତିକ ସମୀକ୍ଷକଙ୍କ ମତରେ ଏହା ବିଜେଡି ପାଇଁ ବୁମେରାଂ ହୋଇପାରେ।
ଦେଖିବାର କଥା ହେଉଛି ମୁଖ୍ୟମନ୍ତ୍ରୀଙ୍କୁ ଗୋବିନ୍ଦ ସାହୁଙ୍କ ପରିବାରର ନିବେଦନ ପରେ ରାଜ୍ୟ ସରକାର କଣ ଷ୍ଟାଣ୍ଡ ନେଉଛନ୍ତି ଆଉ ନୂଆପଡା ଉପନିର୍ବାଚନରେ ଏହି ପ୍ରସଙ୍ଗ କେଉଁ ମୋଡ ନେଉଛି।
Bank Holidays In October: ଅକ୍ଟୋବରରେ ମୋଟ ୨୧ ଦିନ ବ୍ୟାଙ୍କ ଛୁଟି, ଜାଣନ୍ତୁ କେଉଁ ରାଜ୍ୟରେ କେତେ ଦିନ ?

POK Burns in Revolt: ଖଣ୍ଡ ଖଣ୍ଡ ହୋଇଯିବ କି ଆତଙ୍କୀସ୍ତାନ ? ରାସ୍ତାରେ ଗର୍ଜୁଛନ୍ତି ହଜାର ହଜାର ଲୋକ

Police Bust SI Job Scam: ଟଙ୍କା ଦିଅ ପୋଲିସ ଚାକିରି ନିଅ ! ୧୦୦ରୁ ଅଧିକ ଆଶାୟୀଙ୍କ ସହ କ’ଣ ହୋଇଥିଲା ଡିଲ୍ ?

TVK Chief And Actor Vijay: ମୋ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ, TVK କର୍ମୀମାନଙ୍କର କ୍ଷତି କରନ୍ତୁ ନାହିଁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)