Advertisment

Rajya Sabha Election: ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପ ରାୟ କହିଲେ, ମୁଁ ନିଶ୍ଚୟ ଜିତିବି; ଅନ୍ୟମାନେ କିଏ କଣ କହିଲେ ଜାଣନ୍ତୁ

୨୦୦୨ ପରି ଜିତାପଟ ହାସଲ କରିବି କହିଲେ ଦିଲ୍ଲୀପ ରାୟ । ସବୁ ପ୍ରକାର ଶକ୍ତି ଲଗେଇ ଦେବି ବୋଲି କହିଛନ୍ତି ସୁଜିତ କୁମାର । ଡାକ୍ତର ଦତ୍ତେଶ୍ୱର ହୋତା କହିଛନ୍ତି, ‘ଏ ଲଢ଼େଇ ନୀତି, ନୈତିକତା ଓ ଆଦର୍ଶର..

author-image
Tapan Swain
Rajya Sabha Polls

Rajya Sabha Polls Photograph: (OTV)

ନାମାଙ୍କନ ପରେ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ ଦିଲ୍ଲୀପ ରାୟ । କହିଲେ, ‘ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ଓ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ରହିଛି’ । ବିଜେପି ନାମାଙ୍କନ ଭରିବା ପାଇଁ ପୂରା ସମର୍ଥନ ଯୋଗାଇ ଦେଇଛି ।  ଆସନ୍ତାକାଲିଠୁ ପ୍ରଚାର, ୨୦୦୨ ପରି ଜିତାପଟ ହାସଲ କରିବି । କଂଗ୍ରେସ-ବିଜେଡି ହାତ ମିଶାଇବା ପ୍ରଶ୍ନରେ ପ୍ରତିକ୍ରିୟା ରଖି କହିଛନ୍ତି, ଆମେ ବି ହାତ ମିଶାଇ ଦେବୁ । ଏମିତି  କହି ବିଚକ୍ଷଣ ମନ୍ତବ୍ୟ ରଖିଛନ୍ତି ଦିଲ୍ଲୀପ । 

Advertisment

ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତାଙ୍କ ପ୍ରାର୍ଥୀପତ୍ର ଦାଖଲ ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି,  ୨ ପ୍ରାର୍ଥୀଙ୍କୁ ସ୍ବାଗତ କରୁଛି ।  ଧର୍ମନିରପେକ୍ଷ ମେଣ୍ଟ ସମ୍ପର୍କିତ ପ୍ରଶ୍ନରେ କହିଲେ ସମୟ କହିବ ଭବିଷ୍ୟତ । 

ମିଳନ ପତନର କାରଣ ହେବ

ରାଜ୍ୟସଭା ନାମାଙ୍କନ ବେଳେ ବିଜେଡି ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। କହିଛନ୍ତି, ଭକ୍ତ-ନବୀନ ମିଳନ ପତନର କାରଣ ହେବ। ନବୀନ ବାବୁଙ୍କର ଯାହା ପତନ ହୋଇଛି, ଆହୁରି ହୋଇଯିବ। ଏମିତି କଣ ହୁଏ, ରେଜଲ୍ଟ ବାହାରିବା ପରେ ମୋତେ ମନେ ପକାଇବ। ଦିଲ୍ଲୀପ ରାୟ ତ ଜିତିକି ଅଛନ୍ତି, କେମିତି ଜିତିବେ ପଚାରନ୍ତୁନି। ରାଜନୀତିର ଅନ୍ୟ ନାମ ହେଉଛି ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ରାଜନୀତିରେ ଯିଏ ଯେତିକି ଷଡ଼ଯନ୍ତ୍ର କରେ ସିଏ ସେତିକି ଉପରକୁ ଉଠେ । ତେବେ ନବୀନ ବାବୁ ଜଣେ ବଡ଼ ମିଛୁଆ । ସେ ଆଉ ଉଠିପାରିବେନି ବୋଲି ସେ କହିଛନ୍ତି । 

Advertisment

ବିଜୁ ବାବୁଙ୍କ ଆଶୀର୍ବାଦ ଅଛି

ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ଦିଲ୍ଲୀପ ରାୟଙ୍କ କଥା ସବୁଠାରୁ ଭିନ୍ନ। ବିଜୁ ବାବୁ ଶେଷ ସମୟରେ ଦିଲ୍ଲୀପ ରାୟଙ୍କ ଘରୁ ହିଁ ହସ୍ପିଟାଲ ଯାଇଥିଲେ। ଦିଲ୍ଲୀପ ତାଙ୍କ ପାଖେ ପୁଅ ଭଳିଆ ଠିଆ ହୋଇଥିଲେ। ବିଜୁ ବାବୁଙ୍କ ଆଶୀର୍ବାଦ ନବୀନ ବାବୁ ନୁହେଁ ଦିଲ୍ଲୀପ ରାୟଙ୍କ ପାଖରେ ଅଛି। ସେ ନିଶ୍ଚିତ ଜିତିବେ ବୋଲି କହିଛନ୍ତି ବିଜେପି ବିଧାୟକ ବାବୁ ସିଂ।

ବିଜେପି ରାଜ୍ୟସଭା ପ୍ରାର୍ଥୀ ସୁଜିତ କୁମାର କହିଛନ୍ତି ଯେ ମୁଁ ଯାହା ଦାୟିତ୍ବ ନେଇଛି ଯେ, ତାକୁ ପୂର୍ଣ୍ଣ ରୂପେ ତୁଲାଇଛି। ଏଇଟା ହେଉଛି ଦେଶ ସେବା। ତେଣୁ ମୋର ଦ୍ବାରା ଯାହା ସମ୍ଭବ ତାହା ମୁଁ କରିଛି। ସବୁ ପ୍ରକାର ଶକ୍ତି ଲଗେଇ ଦେବି ବୋଲି କହିଛନ୍ତି ସୁଜିତ କୁମାର। 

ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା କହିଛନ୍ତି, ‘ଏ ଲଢ଼େଇ ନୀତି, ନୈତିକତା ଓ ଆଦର୍ଶର.. ଯଦି ସୁଯୋଗ ମିଳିଲା ତେବେ ଓଡ଼ିଶା ରାଜ୍ୟର ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି କରିବାକୁ ଚେଷ୍ଟା କରିବି’ । 

Rajya Sabha Elections
Advertisment
Related Articles
Advertisment