Advertisment

Political Heat Rises: ଆସନ୍ତାକାଲି ବିଜେଡିର ବିଶାଳ ଚାଷୀ ସମାବେଶ, ବିକ୍ଷୋଭକୁ ଓହ୍ଲାଇବେ ନବୀନ ପଟ୍ଟନାୟକ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିକ୍ଷୋଭକୁ ଓହ୍ଲାଇବେ। ଚାଷୀ, ଆଇନ ଶୃଙ୍ଖଳା ଭଳି କିଛି ବୃହତ ସମସ୍ୟା ନେଇ ଆସନ୍ତାକାଲି ଭୁବନେଶ୍ବର ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇବେ ନବୀନ ଓ ତାଙ୍କ ଟିମ୍।

author-image
Tapan Swain
BJD

BJD Photograph: (OTV)

ଆସନ୍ତାକାଲି ବିଜେଡିର ବିଶାଳ ଚାଷୀ ସମାବେଶ। ବିଜେପି ସରକାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିକ୍ଷୋଭକୁ ଓହ୍ଲାଇବେ। ଚାଷୀ, ଆଇନ ଶୃଙ୍ଖଳା ଭଳି କିଛି ବୃହତ ସମସ୍ୟା ନେଇ ଆସନ୍ତାକାଲି ଭୁବନେଶ୍ବର ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇବେ ନବୀନ ଓ ତାଙ୍କ ଟିମ୍।

Advertisment

ଚାଷୀ, ଆଇନ ଶୃଙ୍ଖଳା ବିପର୍ଯ୍ୟୟ ଭଳି ସଙ୍ଗୀନ ସମସ୍ୟାକୁ ଅଣଦେଖା କରୁଥିବା ଯୋଗୁଁ ବିଜେଡି ରାଜ୍ୟବ୍ୟାପି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି। ଏନେଇ ବିଜେଡି ପ୍ରେସମିଟ କରି ସୂଚନା ଦେଇଛି।

ଏପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କରିଛନ୍ତି, ବିଜେଡିର ନୈତିକତା ନାହିଁ ଚାଷୀଙ୍କ ପାଇଁ ପ୍ରଶ୍ନ କରିବା । ବିଜେଡି ୨୪ ବର୍ଷ ଶାସନରେ କଣ କରିଥିଲା ବୋଲି ପ୍ରଶ୍ନ କରିଛନ୍ତି । 

Advertisment

  
ବିଜେଡିର ବିଶାଳ ଚାଷୀ ସମାବେଶ

ବିଜେପି ସରକାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି
ପ୍ରତିବାଦ, ବିକ୍ଷୋଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ 
ବିଜେଡି ଆନ୍ଦୋଳନକୁ ନେଇ ବିଜେପି ରାଜ୍ୟ ସଭାପତିଙ୍କ ଆକ୍ଷେପ
'ବିଜେଡିର ନୈତିକତା ନାହିଁ ଚାଷୀଙ୍କ ପାଇଁ ପ୍ରଶ୍ନ କରିବା' 
ବିଜେଡି ୨୪ ବର୍ଷ ଶାସନରେ କଣ କରିଛି ବୋଲି ମନମୋହନଙ୍କ ପ୍ରଶ୍ନ

Farmers Rally BJD
Advertisment
Related Articles
Advertisment