ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାଦାମପାହାଡ଼ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଲେ ରାଷ୍ଟ୍ରପତି । ହେଲିପ୍ୟାଡରୁ ଓହ୍ଲାଇ ଉପସ୍ଥିତ ଲୋକଙ୍କ ଅଭିବାଦନ ଗ୍ରହଣ କଲେ । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ମୟୂରଭଞ୍ଜ ଗସ୍ତ । ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ହେଲିପ୍ୟାଡରେ ଓହ୍ଲାଇବା ପରେ ରାଷ୍ଟ୍ରପତିଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ତାଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ସ୍ୱାଗତ କରିଛନ୍ତି ।
Published By: Satyendu Shekher Mishra
Last updated: 04 May 2023, 03:48 PM IST
ବାୟୁ ସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଓଡ଼ିଶାର ମୟୁରଭଞ୍ଜରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରୁଛନ୍ତି, ରାଜ୍ୟପାଳ ପ୍ରଫେସର ଗଣେଶର ଲାଲ ଓ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।
ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ସାଧାରଣ ଲୋକ ଭିଡ଼ ଜମାଇଛନ୍ତି । ସେମାନଙ୍କୁ ହାତ ଯୋଡ଼ି ଅଭିବାଦନ ଜଣାଇଛନ୍ତି ମାଡାମ ଦ୍ରୌପଦୀ ।
ଦିବଙ୍ଗତ ସ୍ୱାମୀ ଶ୍ୟାମାଚରଣ ମୁର୍ମୁଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ୱାମୀ ଶ୍ୟାମାଚରଣ ମୁର୍ମୁଙ୍କ ସମାଧି ତଥା ପ୍ରତିମୁର୍ତ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ୱାମୀ ଶ୍ୟାମାଚରଣ ମୁର୍ମୁଙ୍କ ସମାଧିସ୍ଥଳ ।
ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ କଳାକାରଙ୍କ ପାରମ୍ପରିକ ନୃତ୍ୟଗୀତ ପରିବେଷଣ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ୱାଗତ ପାଇଁ କଳାକାର ପ୍ରସ୍ତୁତ