ଦେଶ ଦେଖୁଛି ବାୟୁବୀରଙ୍କ ପରାକ୍ରମ। ଆକାଶକୁ ନିଜ ହାତ ମୁଠାରେ ରଖିଥିବା ଭାରତୀୟ ବାୟୁ ସେନାର ବୀରତ୍ୱକୁ ଦେଖୁଛି ସାରା ଦେଶ। ୯୦ ତମ ବାୟୁସେନା ଦିବସ ଅବସରରେ ଚଣ୍ଡିଗଡର ସୁଖ୍ନା ଲେକ୍ରେ ଆୟୋଜିତ ହୋଇଛି ଭବ୍ୟ କାର୍ଯ୍ୟକ୍ରମ।
Published By: Chandan Shishu
Last updated: 08 October 2022, 02:10 PM IST
ଏୟାରଫୋର୍ସ ଡେ' ଅବସରରେ ଚଣ୍ଡିଗଡ଼ ଏୟାରଫୋର୍ସ ଷ୍ଟେସନ୍ରେ ବାୟୁସେନାର ପରେଡ୍
ଚଣ୍ଡିଗଡର ସୁଖନା ଲେକ୍ରେ ବାୟୁସେନା ଦ୍ୱାରା ପରେଡ୍, ବନ୍ଧୁକକୁ ନିମ୍ନମୁଖୀ କରିବାର ଦୃଶ୍ୟ
ଆକାଶରେ ଉଡୁଛି ପାରାଚ୍ୟୁଟ୍, ପରାକ୍ରମ ଦେଖାଉଛନ୍ତି ବାୟୁବୀର
ବାୟୁସେନା ଡେ'ର ମୁଖ୍ୟ ଆକର୍ଷଣ ହୋଇଛି ମାଇକ୍ରୋଲାଇଟ୍
ଆକାଶମାର୍ଗରେ ଭାରତୀୟ ବାୟୁସେନାଙ୍କ ଏୟାର ସୋ, ହେଲିକପ୍ଟର ମାଧ୍ୟମରେ ଚିତାକର୍ଷକ ରଣ କୌଶଳ ପ୍ରଦର୍ଶନ
ଚଣ୍ଡିଗଡ଼ ଏୟାରଫୋର୍ସ ଷ୍ଟେସନ୍ ପରେଡ୍ ଅଭିବାଦନ ଗ୍ରହଣ କରୁଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ବି.ଆର. ଚୌଧୁରୀ
ଏମାନେ ଭାରତର ବାୟୁବୀର.... ଯେଉଁମାନଙ୍କର ପ୍ରତିଟି ମୁହୂର୍ତ୍ତ ଦେଶ ମାତୃକା ପାଇଁ ସମର୍ପିତ
ଏୟାରଫୋର୍ସ ଡେ'ର ସବୁଠୁ ମୁଖ୍ୟ ଆକର୍ଷଣ ''ପ୍ରଚଣ୍ଡ'', ଏହା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅତ୍ୟାଧୁନିକ ହାଲୁକା ଲଢୁଆ ହେଲିକପ୍ଟର।
ଏୟାରଫୋର୍ସ ଡେ'ରେ ବାୟୁବୀରଙ୍କ ପରାକ୍ରମ ଦେଖୁଛନ୍ତି ବାୟୁସେନା ଅଧିକାରୀ, ଏୟାର ମାର୍ଶଲ ଓ ସେନା ପରିବାର