ଆଜିକାଲି ଦାନ୍ତ ସମସ୍ୟା ସାଧାରଣ ହୋଇଗଲାଣି। ଅନେକ ଲୋକ ଦାନ୍ତରେ ଯନ୍ତ୍ରଣା ଏବଂ ସମ୍ବେଦନଶୀଳତା ଅନୁଭବ କରନ୍ତି, ଏବଂ ଶୀତଦିନ ଆସିବା ମାତ୍ରେ ଏହି ସମସ୍ୟା ବଢିଯାଏ। ଥଣ୍ଡା ପାଣି ପିଇବା, ଆଇସ୍କ୍ରିମ୍ ଖାଇବା କିମ୍ବା ଥଣ୍ଡା ପାଗରେ ବାହାରକୁ ଯିବା ମଧ୍ୟ ଦାନ୍ତରେ ଯନ୍ତ୍ରଣା ଦେଇପାରେ। ତେବେ ଆସନ୍ତୁ ଏହାର କିଛି ଘରୋଇ ଉପଚାର ଜାଣିବା।
Published By: Pramod Behera
Last updated: 11 November 2024, 02:42 PM IST
ଉଷୁମ ଲୁଣ ପାଣି କୁଳି: ଉଷୁମ ଲୁଣ ପାଣିରେ କୁଳି କରିବା ଦ୍ୱାରା ପାଟିରେ ଥିବା କ୍ଷତ ସହିତ ଜଡିତ ସମସ୍ୟା ଦୂର ହୁଏ। ଏହାକୁ ପ୍ରତିଦିନ କରିବା ଦ୍ୱାରା ଦାନ୍ତ ସମସ୍ୟା ଦେଖାଯାଏ ନାହିଁ।
ପେଷ୍ଟ ଚୟନ: ଯଦି ଆପଣ ପେଷ୍ଟ ବ୍ୟବହାର କରୁଛନ୍ତି ତେବେ ବିଶେଷଜ୍ଞଙ୍କ ପରାମର୍ଶରେ ଭଲ ପେଷ୍ଟ ବ୍ୟବହାର କରନ୍ତୁ। ନିମ, ସାହାଡା, କରଞ୍ଜ ଆଦି କାଠିରେ ଦାନ୍ତ ଘଷିଲେ ବହୁତ ଭଲ।
ଥଣ୍ଡା ଖାଦ୍ୟରୁ ଦୂରେଇ ରହିବା: ଶୀତଦିନେ ଆଇସ୍କ୍ରିମ୍ ଏବଂ ଥଣ୍ଡା ପାନୀୟ ପରି ଥଣ୍ଡା ଜିନିଷର ବ୍ୟବହାର ଠାରୁ ଦୂରେଇ ରହିବା ଉଚିତ।
ଦୈନନ୍ଦିନ ଦାନ୍ତର ଯତ୍ନ: ନିୟମିତ ଦାନ୍ତର ଯତ୍ନ ନେବା ଉଚିତ। ପ୍ରତ୍ୟେକ ଖାଦ୍ୟ ଖାଇବା ପରେ କୁଳି କରି ଦାନ୍ତକୁ ଭଲ ଭାବେ ସଫା କରନ୍ତୁ।
ଲୁଣ ଓ ସୋରିଷ ତେଲ: ସୋରିଷ ତେଲରେ କିଛି ଲୁଣ ମିଶାଇ ଦାନ୍ତର ମାଢିରେ ଘଷନ୍ତୁ। ଏହା ଦାନ୍ତ ମାଢିକୁ ମଜବୁତ୍ ରଖେ ଓ ଇନ୍ଫେକ୍ସନ୍ ହେବାକୁ ଦିଏ ନାହିଁ।