ସାରା ଭାରତରେ ଏବେ ପୂଜାର ମାହୋଲ୍। ଚାଲିଛି ମା’ଙ୍କ ନବରାତ୍ରୀ ପୂଜା। ୩ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଏହି ନବରାତ୍ରୀରେ ଦେବୀ ଦୂର୍ଗାଙ୍କର ବିଭିନ୍ନ ରୂପକୁ ପୂଜା କରାଯାଉଛି। ଆଜି ହେଉଛି ଷଷ୍ଠ ଦିନ। ଏହି ଦିନ ମା’ଙ୍କ ଆଶୀର୍ବାଦ ସହିତ ଦାମ୍ପତ୍ୟ ଜୀବନ ସୁଖୀକୁ ଖୁସି କରିବା ନେଇ ଶ୍ରଦ୍ଧାଳୁ ଭକ୍ତ ଦେବୀଙ୍କ କାତ୍ୟାୟନୀଙ୍କ ରୂପକୁ ପୂଜା କରନ୍ତି।
Published By: Pramod Behera
Last updated: 08 October 2024, 07:42 PM IST
ଶାରଦୀୟ ନବରାତ୍ରୀର ଷଷ୍ଠ ଦିନରେ ମାତା କାତ୍ୟାୟନୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଦେବୀ ରୋଗ, ଦୁଃଖ, ଯନ୍ତ୍ରଣା, ଭୟ ଇତ୍ୟାଦିକୁ ଦୂର କରିଥାନ୍ତି ବୋଲି ବିଶ୍ୱାସ ରହିଛି।
ମାତା କାତ୍ୟାୟନୀଙ୍କ ପୂଜାରେ ଲାଲ ରଙ୍ଗର ପୋଷାକ ପିନ୍ଧିବାର ବିଧି ରହିଛି। ଏହା ପ୍ରେମ ଏବଂ ଉତ୍ସାହର ପ୍ରତୀକ। ନବରାତ୍ରୀ ସମୟରେ ଏହି ରଙ୍ଗର ପୋଷାକ ମା’ଙ୍କ ପ୍ରସନ୍ନତାର କାରଣ ହୁଏ ବୋଲି ଲୋକବିଶ୍ୱାସ ଚଳିଆସୁଛି।
ପ୍ରଦୋଷକାଳ ଅର୍ଥାତ୍ ଗୋଦୂଳି ସମୟରେ ଦେବୀ କାତ୍ୟାୟନୀଙ୍କୁ ପୂଜା କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଦେବୀ କାତ୍ୟାୟନୀଙ୍କୁ ମହୁ ସହିତ ପାନପତ୍ର ଅର୍ପଣ କରାଯାଏ।
ମାତା କାତ୍ୟାୟନୀଙ୍କ ଉପାସନା ପାଇଁ ମନ୍ତ୍ର ହେଉଛି – ଚନ୍ଦ୍ରହାସୋଜ୍ଜ୍ୱଲକରା ଶାର୍ଦ୍ଦୁଲବରବାହାନ। କାତ୍ୟାୟନୀ ଚ ଶୁଭଦା ଦେବୀ ଦାନବଘାତିନୀ।
ଯେଉଁମାନେ ମା’ ଦୁର୍ଗାଙ୍କ ଷଷ୍ଠ ଶକ୍ତି ଦେବୀ କାତ୍ୟାୟନୀଙ୍କୁ ପୂଜା କରନ୍ତି, ସେମାନେ ବିବାହ ପାଇଁ ଏକ ଭଲ ଜୀବନ ସାଥୀ ପାଆନ୍ତି। ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଚାଲିଥିବା ସମସ୍ୟାର ସମାଧାନ ମଧ୍ୟ ହୁଏ।