ଉପସ୍ଥାପକ - ମୃଣ୍ମୟ କୁମାର ନାୟକ (ପୁପୁନ୍) ସ୍ବାଦ ଆମ ଓଡିଶାର , ସ୍ବାଦ ଆମ ହାତ ରନ୍ଧାର । ଏଠି ଖାଦ୍ୟ କେବଳ ପେଟ ପୁରେଇବା ପାଇଁ ନୁହଁ ବରଂ ଏ ଖାଦ୍ୟ କେବେ ଆମ ପରିଚୟ ତ କେବେ ଆମ ସଂସ୍କୃତିର ଗୋଟେ ଅଭିନ୍ନ ଅଂଶ । କାରଣ ଏଠି ଜଗନ୍ନାଥଙ୍କର ୬୦ ପଉଟି ଭୋଗ । ଏଠି ଖାଦ୍ୟରେ ଶ୍ରଦ୍ଧାର ଛୁଙ୍କ ଥାଏ ... ଯେବେ ମାଆ, ମାଉସୀ, ଖୁଡି, ପିଉସୀ , ଭାଉଜ, ଭଉଣୀ ନିଜ ହାତର ଯାଦୁରେ ପରଷି ଥାନ୍ତି ... ମହୁଲଫୁଲ ଲଠା, କଳାବତୀ ଲଡୁ, ସନ୍ତରା ଚିଙ୍ଗୁଡି , ବିଛୁଆତି ପତ୍ର ପିଠଉ , କରଡି ବେସର , ମାଛ ଆମ୍ବିଳ ହଉ କି ପଦ୍ମନାଡ ଚୁଟଚୁଟା । ହଁ , ଏମିତି କିଛି ହଜି ହଜି ଯାଉଥିବା ସ୍ବାଦକୁ ପୁଣି ଥରେ ଚୁଲି ଯାଏଁ ଆଣିବା ଓ କିଛି ନୂଆ ନୂଆ ସ୍ବାଦକୁ ଖୋଜି ବାହାର କରିବାର ନାଁ ହେଇଚି ...ଟେଷ୍ଟ ଅଫ୍ ଓଡିଶା । ଓଟିଭିର ଏକ ସ୍ବାଦିଷ୍ଟ କାର୍ଯ୍ୟକ୍ରମ । ଓଡିଶାର ଗାଁ ଗାଁ ଓ ସହର ସହର ବୁଲି ଲୋକଙ୍କ ସହ ଯୋଡି ହେଇ କିଛି ନୂଆ ନୂଆ ଖାଦକୁ ଅନ୍ବେଷଣ କରିବାର ଏ ପ୍ରୟାସ ...ଦୀର୍ଘ ବର୍ଷର । ଏମିତି କିଛି ଖଟା ମିଠା ସ୍ବାଦ ଲୋକଙ୍କୁ ଶିଖେଇ କିଛି ମିଠା ମିଠା ସଂପର୍କ ଯୋଡିବାର କାର୍ଯ୍ୟକ୍ରମ ହେଉଚି ଟେଷ୍ଟ ଅଫ୍ ଓଡିଶା । ଯାହା ପ୍ରସାରଣ ହୋଇଥାଏ ପ୍ରତି ଶନିବାର ରାତି ୯ଟା ୩୦ରେ ।