/odishatv-khabar/media/post_attachments/uploadimage/library/16_9/16_9_0/Seba_1625184288.jpg)
Seba
ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ): ମାନବ ସେହା ହିଁ ମାଧବ ସେବା। ଆର୍ଥାତ୍ ମଣିଷ ମାନଙ୍କ ସେବା କରିବା କେଉଁଠିନା କେଉଁଠି ଭଗବାନ୍ଙ୍କ ସେବା କରିବାକୁ ବୁଝାଏ। ଆଉ ଏକଥାକୁ ଗ୍ରହଣ କରି ଜୀବନରେ ଆଗକୁ ବଢିଚାଲିଛନ୍ତି ନୟାଗଡର କିଛି ଶିକ୍ଷିତ ଯୁବକ। ଏମାନଙ୍କର କାମ ହେଉଛି, ରାସ୍ତାରେ ବୁଲୁଥିବା ଭିକାରୀ ଏବଂ ମାନସିକ ବିକୃତ ରୋଗିଙ୍କ ଦାଢି ଚୁଟି କାଟି ସେମାନଙ୍କୁ ଗାଧେଇଦେବା। କରୋନା ମହାମାରୀ ସମୟରେ ଏମିତି ନିଆରା କାର୍ଯ୍ୟକରୀ ଚର୍ଚ୍ଚାରେ ଏହି ଯୁବଗୋଷ୍ଠୀ।
ପେସାରେ ଏହି ଯୁବକ ମାନେ କେହି ବି ଚୁଟି କଟାଳି ନୁହନ୍ତି। କି ଅର୍ଥ ଉପାର୍ଜନ କରିବାକୁ ଏସବୁ କାମ କରୁ ନାହାନ୍ତି । ଯୁବ ସ୍ୱେଚ୍ଛାସେବୀ ମାନଙ୍କର ଲକ୍ଷ କମିତି ଗରିବ ଲୋକ ପରିଷ୍କାର ରହିବେ। ରାସ୍ତାରେ ବୁଲୁଥିବା ପାଗଳ ବା ମାନସିକ ଅନଗ୍ରସର ,ଭିକାରୀ ମାନଙ୍କୁ ପରିଷ୍କାର ରଖିବାକୁ ଏକ ରକମ ପଣ କରିଛନ୍ତି ଏମାନେ। ଚୁଟି ଜଟ ହୋଇ ଯାଇଥିବା ପାଗଳ ମାନଙ୍କୁ ଯେଉଁଠି ଦେଖୁଛନ୍ତି ସେଇଠୁ ଆରମ୍ଭ କରିଦେଉଛନ୍ତି ଅପରେସନ। ସେମାନଙ୍କୁ ଧରି ତାଙ୍କ ଚୁଟି, ନଖ କାଟିବା,ସାବୁନରେ ଗାଧୋଇ ଦେବା ,ନୂଆ ଡ୍ରେସ ପିନ୍ଧାଇ ଦେବା ଭଳି କାମ କରୁଛନ୍ତି ଏଇ ଯୁବଗୋଷ୍ଠୀ। ଆଉ ଏଥିପାଇଁ ନୟାଗଡ଼ ସହରରେ ଆଉ ପୂର୍ବ ଭଳି ରାସ୍ତାକଡରେ ମାନସିକ ଅନଗ୍ରସର ମାନେ ବସୁନାହାନ୍ତି କି ବୁଲୁନାହାନ୍ତି। ଏହି ସ୍ୱେଚ୍ଛାସେବୀ ସଂଗଠନର ନାଁ ଅନନ୍ୟା ରହିଛି। ମାନସିକ ଅନଗ୍ରସରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଏମାନେ ଏହି ଅଭିଯାନ ଚଲାଇଛନ୍ତି।
ଗତ ତିନି ମାସ ତଳେ ଲକ ଡାଉନ ସମୟରେ ଏଇ ଯୁବକ ମାନେ ସଂଘବଦ୍ଧ ହୋଇ ଗାଁ କୁ ଗାଁ ବୁଲି ରିଲିଫ ବାଣ୍ଟୁ ଥିଲେ। ରକ୍ତଦାନ ଶିବିର ଠାରୁ ଆରମ୍ଭ କରି ବୃକ୍ଷ ରୋପଣ କରୁଥିଲେ। ମାତ୍ର ଲକ ଡାଉନ ବେଳେ ରାସ୍ତାକଡରେ ଭୋକରେ ଛଟପଟ ହେଉଥିବା ଲୋକମାନଙ୍କୁ ଦେଖି ଏମାନେ ତାଙ୍କର ମିସନ୍ ବଦଳାଇଛନ୍ତି। ବିନା କୌଣସି ସରକାରୀ ସହାୟତା ରେ ସେମାନେ ଏଭଳି ମହତ କାର୍ଯ୍ୟ କରିଆସୁଛନ୍ତି।
ତେବେ ଏହି ଯୁବକମାନେ ଅଭିନେତା ସବ୍ୟସାଚୀଙ୍କୁ ଆଦର୍ଶ ଭାବିନେଇଛନ୍ତି। ଲକଡାଉନ ସମୟରେ ସବ୍ୟସାଚୀଙ୍କ ବଦାନ୍ୟତା ଓ ସେବାରେ ସେମାନେ ଅନୁପ୍ରାଣିତ ହୋଇଛନ୍ତି ବୋଲି କୁହନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)