Advertisment

ମୁଦି ତିଆରି କରି ବିଶ୍ୱ ରେକର୍ଡ କଲେ ବ୍ୟବସାୟୀ

ନୂଆଦିଲ୍ଲୀ: ହାଇଦ୍ରାବାଦରେ ଜଣେ ଅଳଙ୍କାର ବ୍ୟବସାୟୀ ଗୋଟିଏ ଅତି ସୁନ୍ଦର ମୁଦି ତିଆରି କରିଛନ୍ତି। ସେ ଏହି ମୁଦିର ନାଁ ରଖିଛନ୍ତି ‘ବ୍ରହ୍ମ ବଜ୍ର କମଳମ୍’। ଏହି ମୁଦିରେ ସେ ୭୮୦୧ ଖଣ୍ଡ ହୀରା ଲଗାଇଛନ୍ତି। ସାଧାରଣତଃ ବ୍ରହ୍ମକମଳ ଫୁଲ ହିମାଳୟରେ ଫୁଟେ। ଏହି ଫୁଲ ପରି ସେ ଏହି ମୁଦି ତିଆରି କରିଛନ୍ତି। ଏହି ମୁଦିରେ ସର୍ବାଧିକ ହୀରା ବ୍ୟବହାର କରାଯାଇଥିବାରୁ ଏହା ଗିନିସ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ଏହି ମୁଦି ତିଆରି କରିଥିବା […]

author-image
Biswobandita Swain
ଅଦ୍ୟତନ ହୋଇଛି
ମୁଦି ତିଆରି କରି ବିଶ୍ୱ ରେକର୍ଡ କଲେ ବ୍ୟବସାୟୀ

diamond-pk

ନୂଆଦିଲ୍ଲୀ: ହାଇଦ୍ରାବାଦରେ ଜଣେ ଅଳଙ୍କାର ବ୍ୟବସାୟୀ ଗୋଟିଏ ଅତି ସୁନ୍ଦର ମୁଦି ତିଆରି କରିଛନ୍ତି। ସେ ଏହି ମୁଦିର ନାଁ ରଖିଛନ୍ତି ‘ବ୍ରହ୍ମ ବଜ୍ର କମଳମ୍’। ଏହି ମୁଦିରେ ସେ ୭୮୦୧ ଖଣ୍ଡ ହୀରା ଲଗାଇଛନ୍ତି। ସାଧାରଣତଃ ବ୍ରହ୍ମକମଳ ଫୁଲ ହିମାଳୟରେ ଫୁଟେ। ଏହି ଫୁଲ ପରି ସେ ଏହି ମୁଦି ତିଆରି କରିଛନ୍ତି। ଏହି ମୁଦିରେ ସର୍ବାଧିକ ହୀରା ବ୍ୟବହାର କରାଯାଇଥିବାରୁ ଏହା ଗିନିସ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ଏହି ମୁଦି ତିଆରି କରିଥିବା ବ୍ୟକ୍ତି ହେଉଛନ୍ତି କୋଟ୍ଟି ଶ୍ରୀକାନ୍ତ। ସେ ଏକ ହୀରା ଷ୍ଟୋରର ମାଲିକ । ଏହି ଷ୍ଟୋରଟି ହଲମାର୍କ ଜିୱେଲର୍ସର ଏକ ୟୁନିଟ।

Advertisment

କୋଟ୍ଟି କହିଛନ୍ତି , ଭାରତରେ ଦେବାଦେବୀଙ୍କୁ ଫୁଲହାର ଦିଆଯାଏ। ଝୁରା ଫୁଲ ବି ଅର୍ପଣ କରାଯାଏ। ଏହା ହେଉଛି ପବିତ୍ରତାର ସଙ୍କେତ। ଫୁଲ ସବୁବେଳେ ଦେବତାଙ୍କର ପ୍ରିୟ। ତେଣୁ ମୁଦିରେ ଫୁଲ କରିବାକୁ ଚେଷ୍ଟାକରି ସେ ବିଶ୍ୱ ରେକର୍ଡ କରିଛନ୍ତି। ମୁଦି ତିଆରି କରାଯିବା ବେଳେ ପୂରା ଭିଡିଓ ରେକର୍ଡିଂ କରାଯାଇଛି। ଏହି ମୁଦିରେ ୬ଟି ସ୍ତର ରହିଛି। ପ୍ରଥମ ୫ଟି ସ୍ତରରେ ୮ଟି ଲେଖାଏଁ ପାଖୁଡା ରହିଛି। ଶେଷ ସ୍ତରରେ ୬ଟି ପାଖୁଡା ରହିଛି ଓ ମଝିରେ ୩ଟି ଫିଲାମେଣ୍ଟ ରହିଛି।

ଏହି ମୁଦି ତିଆରି କାମ ୨୦୧୮ ସେପ୍ଟେମ୍ୱର  ମାସରୁ ଆରମ୍ଭ ହୋଇଥିଲା। ମୁଦିର ଡିଜାଇନ ଚୂଡାନ୍ତ ହେବା ପରେ ହଲମାର୍କ ଜିୱେଲର୍ସ ଟିମର ସହାୟତା ନିଆଯାଇଥିଲା। କମ୍ପ୍ୟୁଟର ଏଡେଡ ଡିଜାଇନ ଜରିଆରେ କେତେ ହୀରା ଲାଗିବ, ତାର ହିସାବ କରାଯାଇଥିଲା। ଏହି ମୁଦିର ଗଢଣ ଚମତ୍କାର ହୋଇଛି।

Advertisment

କୋଟ୍ଟିଙ୍କୁ ମୋଷ୍ଟ ଡାଏମଣ୍ଡସ୍ ସେଟ ଇନ ୱାନ୍ ରିଙ୍ଗ ଟାଇଟଲ ଗିନିସ୍ ୱାର୍ଲଡ ରେକର୍ଡସ ତରଫରୁ ପ୍ରଦାନ କରାଯାଇଛି। ଏହି ମୁଦିରେ ବ୍ୟବହୃତ ହୀରା ପ୍ରାକୃତିକ କି ନୁହେଁ ତାହା ମଧ୍ୟ ଯାଞ୍ଚ କରାଯାଇଛି।

ଅନ୍ତର୍ଜାତୀୟ ସ୍ତରରେ ସମ୍ମାନ ପାଇଥିବାରୁ କୋଟ୍ଟି ବେଶ୍ ଖୁସି ଅଛନ୍ତି । ତାଙ୍କର ଶ୍ରମ ସାର୍ଥକ ହୋଇଛି ବୋଲି ସେ କହିଛନ୍ତି। ତାଙ୍କ ପୂର୍ବରୁ ଦୁଇଜଣ ବ୍ୟବସାୟୀ ଗୋଲାପ ଆକୃତିର ଗୋଟିଏ ମୁଦି ତିଆରି କରିଥିଲେ। ସେଥିରେ ୬୬୯୦ଟି ହୀରା ବ୍ୟବହୃତ ହୋଇଥିଲା ।

Advertisment
Advertisment