Advertisment

ଲତାଙ୍କୁ ହତ୍ୟା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର; କିଏ ସେହି ବିଶ୍ୱାସ ଘାତକ ?

ନୂଆଦିଲ୍ଲୀ: ଭାରତର କୋକିଳ କଣ୍ଠି ଲତା ମଙ୍ଗେସ୍କର। ସଫଳତା ଯେମିତି ବ୍ୟକ୍ତିତ୍ୱ ବି ସେମିତି। ମିଷ୍ଠଭାଷୀ, ଉଦାରବାଦୀୟ ଗାୟିକା। ଭାରତୀୟ ସିନେମା ପ୍ରତି ତାଙ୍କର ଅବଦାନ ଭୁଲି ହେବନି। ସେଇଥିପାଇଁ ତ ସିଏ ଭାରତ ରତ୍ନ, ଭାରତର ସମ୍ମାନ। ସାରା ଭାରତ ତାଙ୍କ ସଫଳତା ତାରେ ଖୁସୀ ଥିବା ବେଳେ ଦିନେ କେହି ଜଣେ ଈର୍ଷା କରିଥିଲେ ତାଙ୍କୁ। କେବଳ ଈର୍ଷା ନୁହେଁ, ତାଙ୍କୁ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର ମଧ୍ୟ କରିଥିଲେ। ମହାନ ଗାୟିକା ଲତା ମଙ୍ଗେସ୍କରଙ୍କ […]

author-image
Abinash Pati
ଲତାଙ୍କୁ ହତ୍ୟା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର; କିଏ ସେହି ବିଶ୍ୱାସ ଘାତକ ?

OTV-Khbar-kia-daithila

ନୂଆଦିଲ୍ଲୀ: ଭାରତର କୋକିଳ କଣ୍ଠି ଲତା ମଙ୍ଗେସ୍କର। ସଫଳତା ଯେମିତି ବ୍ୟକ୍ତିତ୍ୱ ବି ସେମିତି। ମିଷ୍ଠଭାଷୀ, ଉଦାରବାଦୀୟ ଗାୟିକା। ଭାରତୀୟ ସିନେମା ପ୍ରତି ତାଙ୍କର ଅବଦାନ ଭୁଲି ହେବନି। ସେଇଥିପାଇଁ ତ ସିଏ ଭାରତ ରତ୍ନ, ଭାରତର ସମ୍ମାନ। ସାରା ଭାରତ ତାଙ୍କ ସଫଳତା ତାରେ ଖୁସୀ ଥିବା ବେଳେ ଦିନେ କେହି ଜଣେ ଈର୍ଷା କରିଥିଲେ ତାଙ୍କୁ। କେବଳ ଈର୍ଷା ନୁହେଁ, ତାଙ୍କୁ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର ମଧ୍ୟ କରିଥିଲେ। ମହାନ ଗାୟିକା ଲତା ମଙ୍ଗେସ୍କରଙ୍କ ଜୀବନର ଏହି ଭୟଙ୍କର କାହାଣୀ ସମ୍ପର୍କରେ ଆସନ୍ତୁ ଜାଣିବା।

Advertisment

10 AMAZING FACTS about Lata Mangeshkar - Rediff.com movies

୧୯୨୯ ସେପ୍ଟେମ୍ବର ୨୮ରେ ଇନ୍ଦୋରରେ ଜନ୍ମ ହୋଇଥିଲେ ଲତା ମଙ୍ଗେସ୍କର। ବାପା ଦୀନାନାଥ ମଙ୍ଗେଶକରଙ୍କ ଠାରୁ ସଂଗୀତ ଶିକ୍ଷା କରିଥିଲେ। ଦିନାନାଥ ଜଣେ ଲୋକପ୍ରିୟ ସଂଗୀତଜ୍ଞ ହେବା ସହିତ ଜଣେ ଉଚ୍ଚକୋଟିର ମଞ୍ଚ ଅଭିନେତା ମଧ୍ୟ ଥିଲେ। ବାପାଙ୍କ ଠାରୁ କୁନି ବୟସରୁ ସଂଗୀତ ଶିକ୍ଷା ଆରମ୍ଭ କରି ଲତା ଯେ ଦିନେ ଭାରତର ରତ୍ନ ହେବେ ଏକଥା କିଏ ଜାଣିଥିଲା ?

[caption id="" align="aligncenter" width="1016"]RENDITION OF FEMINITY, LIFE, CULTURE & DOGRI - The News Now ଲେଖିକା ପଦ୍ମା ସଚଦେବ[/caption]

Advertisment

ଧୀରେ ଧୀରେ ସଂଗୀତ ଦୁନିଆରେ ଗୋଟିଏ ପରେ ଗୋଟିଏ ସଫଳତା ପାଇଲେ ଲତା ମଙ୍ଗେସ୍କର। ୧୯୬୨ ମସିହାର କଥା। ସେତେବେଳେ ଲତାଙ୍କ ବୟସ ମାତ୍ର ୩୩ ବର୍ଷ। ଏତେ କମ୍‌ ବୟସରେ ଲତା ସଫଳତାର ଶିଖର ଛୁଇଁଥିବା ଦେଖି କିଛି ଲୋକ ଗୌରବ ଅନୁଭବ କରୁଥିବା ବେଳେ କିଛି ଲୋଙ୍କର ଈର୍ଷା ବି ବଢ଼ିଯାଇଥିଲା। ଶେଷରେ ସ୍ଲୋ ପୋଏଜନ୍ ଦେଇ ତାଙ୍କୁ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର କରାଯାଇଥିଲା।

publive-image

ଲେଖିକା ପଦ୍ମା ସଚଦେବଙ୍କ ଲିଖିତ ବହି ‘ଐସା କାହାଁ ସେ ଲାଉଁ’ ପ୍ରକାଶିତ ହେବା ପରେ ଏହି ଘଟଣା ସମ୍ପର୍କରେ ଜଣା ପଡ଼ିଥିଲା। ପଦ୍ମାଙ୍କ ବହିରେ ଲେଖାଥିବା ଘଟଣା ଅନୁସାରେ, ସେତେବେଳେ ଲତାଙ୍କୁ ମାତ୍ର ୩୩ ବର୍ଷ। ଦିନେ ଲତା ଶୋଇକି ଉଠିବା ପରେ ସକାଳୁ ସକାଳୁ ହଠାତ୍ ତାଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ସେ ଦୁଇ-ତିନି ଥର ଥର ବାନ୍ତି ମଧ୍ୟ କରିଥିଲେ। ବାନ୍ତିର ରଙ୍ଗ ସବୁଜ ଥିଲା। ସେ ଖୁବ୍‌ ଦୁର୍ବଳ ହୋଇଯାଇଥିଲେ ଓ ଯନ୍ତ୍ରଣା ଅନୁଭବ କରିଥିଲେ। ଚାଲିପାରିଲେ ନାହିଁ। ତିନି ଦିନ ଜୀବନ ମୃତ୍ୟୁ ସହିତ ଯୁଝିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁଧୁରିଥିଲା।  

Advertisment
Advertisment