/odishatv-khabar/media/post_attachments/uploadimage/library/16_9/16_9_0/WPF_1625249282.jpg)
WPF
ଭୁବନେଶ୍ୱର: ଚଳିତ ଥର ୱାର୍ଲଡ ଫୁଡ୍ ପ୍ରୋଗ୍ରାମ୍କୁ(WFP) ନୋବେଲ ଶାନ୍ତି ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି ନୋବେଲ୍ କମିଟି। କ୍ଷୁଧା ବିରୋଧରେ ଲଢ଼େଇ ଓ କ୍ଷୁଧାମୁକ୍ତି ପାଇଁ WFPକୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ। ଓସ୍ଲୋ ଠାରେ ନେବେଲ୍ କମିଟିର ଅଧ୍ୟକ୍ଷ ବେରିଟ୍ ରେଇସ ନୋବେଲ୍ ଶାନ୍ତି ପୁରସ୍କାର ଘୋଷଣା କରିଛନ୍ତି। ନେବୋଲ ପୁରସ୍କାର ବିଜେତା WFPର ଅର୍ଥ କଣ ? କାହିଁକି ଏହାକୁ ନୋବେଲ୍ ଶାନ୍ତି ପୁରସ୍କାର ମିଳିବ ଆସନ୍ତୁ ଏ ବିଷୟରେ ଜାଣିବା।
/odishatv-khabar/media/post_attachments/wp-content/uploads/2020/10/World-food-programme.jpg)
WFPର ଅର୍ଥ କଣ ?
WFPର ଫୁଲ୍ଫର୍ମ ବା ପୂରା ନାମ ହେଲା ୱାର୍ଲଡ ଫୁଡ୍ ପ୍ରୋଗ୍ରାମ୍। ଏହା ଏକ ବିଶ୍ୱସ୍ତରୀୟ ସଂସ୍ଥା, ଯାହା ଜାତିସଂଘ ସହିତ ଜଡ଼ିତ ହୋଇଛି। ବିଶ୍ୱରେ କ୍ଷୁଧା ନିବାରଣ କରିବା ଏହି ସଂସ୍ଥାର ମୂଳ ଲକ୍ଷ୍ୟ। ବିଶ୍ୱସ୍ତରରେ କ୍ଷୁଧା ନିବାରଣ ପାଇଁ ୧୯୬୧ ମସିହାରେ ଜାତିସଂଘ ଦ୍ୱାରା ଏହାର ଗଠନ ହୋଇଥିଲା। ରୋମ୍ ଓ ଇଟାଲୀରେ ଏହାର ମୁଖ୍ୟାଳୟ ରହିଛି। ସଂସ୍ଥା ତାର ଲକ୍ଷ୍ୟ ହାସଲ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିଥାଏ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ WFP ଭୋକ ପାଇଁ ଯୁଝୁଥିବା ବିଶ୍ୱର ୧୫ ପ୍ରତିଶତରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥାଏ।
/odishatv-khabar/media/post_attachments/max/12000/1*W24yJJTUIPEmVg8JvefvnA.jpeg)
କ୍ଷୁଧାର୍ତ୍ତଙ୍କୁ ଏହା କିପରି ସାହାଯ୍ୟ କରିଥାଏ?
WFP ତାର Food-For-Life କାର୍ଯ୍ୟକ୍ରମ ମାଧ୍ୟମରେ ଖାଦ୍ୟ ସଂଗ୍ରହ କରି ପ୍ରାକୃତିକ ଓ ମାନବକୃତ ବିପର୍ଯ୍ୟୟର ଶିକାର ହୋଇଥିବା ପୀଡ଼ିତମାନଙ୍କୁ ସାହାଯ୍ୟ କରିବା ପାଇଁ ଉକ୍ତ ଅଞ୍ଚଳକୁ ଖାଦ୍ୟ ପଠାଇଥାଏ। କ୍ଷୁଧାର୍ତ୍ତ, ପୀଡ଼ିତଙ୍କୁ ଖାଦ୍ୟ ଯୋଗାଣ ଓ ବିତରଣ ପ୍ରକ୍ରିୟାରେ ସନ୍ତୁଳନ ରଖିବା ପାଇଁ ଏହି ସଂସ୍ଥା ଅନ୍ୟମାନଙ୍କଠାରୁ ଦ୍ରବ୍ୟ, ଟଙ୍କା କିମ୍ବା ସେବା ଆକାରରେ ସାହାଯ୍ୟ ଗ୍ରହଣ କରିଥାଏ।
ସେହିଭଳି WFPର Food-for-Growth କାର୍ଯ୍ୟକ୍ରମଟି ଅସୁରକ୍ଷିତ ଗୋଷ୍ଠୀମାନଙ୍କ ପାଇଁ ଉଦ୍ଦିଷ୍ଟ। ଏହି ଶ୍ରେଣୀରେ ଛୋଟପିଲା, ଗର୍ଭବତୀ ମହିଳା, ପିଲାକୁ ସ୍ତନ୍ୟପାନ କରାଉଥିବା ମହିଳା ଓ ବୟସ୍କ ବ୍ୟକ୍ତିଙ୍କୁ ଅଧିକ ଧ୍ୟାନ ଦିଆଯାଏ। Food-for-Growth କାର୍ଯ୍ୟକ୍ରମଟି ଏହି ଶ୍ରେଣୀର ଲୋକମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଯୋଜନା କରିଥାଏ। ଅର୍ଥାତ ଖାଦ୍ୟ ଯୋଗାଇବା ବଦଳରେ ସେମାନଙ୍କ ଠାରୁ ସାମର୍ଥ୍ୟ ମୁତାବକ କାର୍ଯ୍ୟ କରାଇଥାଏ।
ବିଶ୍ୱସ୍ତରରେ ଏହା କେମିତି ପହଞ୍ଚିଥାଏ ?
WFPର ୱେବ୍ସାଇଟ ଅନୁସାରେ, ୨୦୧୨ ଠାରୁ ଆରମ୍ଭ କରି ୨୦୧୯ ପର୍ଯ୍ୟନ୍ତ ଏହି ସଂଗଠନ ସାରା ବିଶ୍ୱର ୮୮ ଦେଶରେ ପ୍ରାୟ ୯୭ ମିଲିୟନ ଲୋକଙ୍କୁ ସହଯୋଗ କରିଛି। ଏହାହିଁ WFPକୁ ବିଶ୍ୱର ଅଗ୍ରଣୀ ମାନବୀୟ ସଂଗଠନ ଭାବେ ଗଢ଼ି ତୋଳିଛି। ଏହାର ଅଫିସିଆଲ ୱେବସାଇଟ୍ କହିବାନୁସାରେ, ଜରୁରୀକାଳୀନ ପରିସ୍ଥିତିରେ ଖାଦ୍ୟ ସହାୟତା ପ୍ରଦାନ କରି ଏହା ଜୀବନ ବଞ୍ଚାଇବା ସହିତ ଜୀବନ ଜିଇଁବାର ମାନ ବଦଳାଇବା ଦିଗରେ ଚେଷ୍ଟା କରିଥାଏ। ତା ସହିତ ପୁଷ୍ଟିକର ଖାଦ୍ୟ ସହିତ ଶାରୀରିକ ସ୍ଥିରତା କାଏମ ରଖିବା ପାଇଁ ଏହା ଲୋକଙ୍କ ସହିତ ମିଶି କାର୍ଯ୍ୟ କରିଥାଏ।
/odishatv-khabar/media/post_attachments/assets/mediadb/services/module/asset/downloads/preset/assets/2018/08/30-08-2018-DRC_20180512_WFP.jpg/image1170x530cropped.jpg)
ଏହା ଏତେ ପରିମାଣରେ କିପରି ସାହାଯ୍ୟ କରିଥାଏ ?
WFPର କହିବାନୁସାରେ, ଏହି ସଂସ୍ଥା ପାଖରେ ୫୬୦୦ ଟ୍ରକ, ୩୦ ଜାହାଜ, ଏବଂ ପାଖାପାଖି ୧୦୦ଟି ପ୍ଲେନ୍ ରହିଛି। ଆବଶ୍ୟକ ସମୟରେ ଏଗୁଡ଼ିକ ଲୋକମାନଙ୍କ ପାଖକୁ ଖାଦ୍ୟ ସହିତ ଅନ୍ୟ ଦରକାରୀ ଜିନିଷ ନେବାଆଣିବା କରିଥାନ୍ତି। ପ୍ରତିବର୍ଷ ଏହି ସଂସ୍ଥା ଆମେରିକୀୟ ଡଲାର ୦.୬୧(ପାଖାପାଖି 45 ଟଙ୍କା)ର ଆନୁମାନିକ ହାରାହାରି ମୂଲ୍ୟରେ ୧୫ ବିଲିୟନରୁ ଅଧିକ ରାସନ ବଣ୍ଟନ କରୁଛି। ଯେକୌଣସି ପରିସ୍ଥିତିରେ ସଂସ୍ଥା ଜରୁରୀଲୋକମାନଙ୍କ ପାଖରେ ପହଞ୍ଚିଥାଏ ବୋଲି WFP କହିଛି।
WFP ଏହାର ଲକ୍ଷ୍ୟ କ’ଣ ?
ଜାତିସଂଘ ସହିତ ଜଡ଼ିତଥିବା ଅନୁଷ୍ଠାନଗୁଡ଼ିକ ଯେଉଁ ଲକ୍ଷ୍ୟ ନେଇ କାର୍ଯ୍ୟ କରନ୍ତି ସେମାନଙ୍କର ଲକ୍ଷ୍ୟ ପୂରଣ କରିବା ପାଇଁ WFP ସେମାନଙ୍କ ସହିତ ମିଶି କାର୍ଯ୍ୟ କରିଥାଏ। ଏ ଲକ୍ଷ୍ୟଗୁଡ଼ିକ ଭିତରେ ରହିଛି, ୨୦୩୦ ସୁଦ୍ଧା ବିଶ୍ୱରେ କ୍ଷୁଧା ଦୂର କରିବା, ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଓ ପୋଷଣ ବଢ଼ାଇବା। WFPର ଆକଳନ ଅନୁସାରେ, ବିଶ୍ୱରେ ପ୍ରତି ୯ ଜଣରୁ ଜଣେ ଲୋକ ପାଖରେ ଖାଇବାକୁ ନଥାଏ। ଏପରି ଗରିବୀ ଓ ଭୋକର ଚେନ୍ ଭାଙ୍ଗିବା ପାଇଁ WFP କାର୍ଯ୍ୟ କରେ।
/odishatv-khabar/media/post_attachments/sites/unocha/files/styles/og_image/public/ExposureMarch19.png)
WFP ଆଉ କଣ କରିଥାଏ ?
ଦରକାରୀ ଲୋକମାନଙ୍କ ପାଖରେ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ପରେ WFP ସେମାନଙ୍କର ଜୀବନ ଓ ଜୀବିକାର ପୁନରଉତ୍ଥାନ ଦିଗରେ କାର୍ଯ୍ୟ କରିଥାଏ। ବିଶେଷ କରି ମା ଓ ପିଲା କ୍ଷେତ୍ରରେ କୁପୋଷଣ ଦୂର କରିବା ପାଇଁ ଏହା ବିଭିନ୍ନ ପ୍ରକାରର କାର୍ଯ୍ୟ କରିଥାଏ। ପିଲାଙ୍କ ବୃଦ୍ଧି ଲାଗି ସ୍କୁଲ୍ ଖାଦ୍ୟରେ ପୋଷଣ ଥିବା ଶୁନିଶ୍ଚିତ କରିବା ପାଇଁ ମଧ୍ୟ ଏହା କାର୍ଯ୍ୟ କରିଥାଏ। ଏଥିପାଇଁ ସଂସ୍ଥା ୫୦ଟି ଦେଶରେ ୧୭.୩ ମିଲିୟନ ସ୍କୁଲ୍ ପିଲାଙ୍କୁ ଖାଦ୍ୟ ଯୋଗାଉଛି।
/odishatv-khabar/media/post_attachments/max/10944/1*EFZWE5vIR65h-fBZFqoHFw.jpeg)
WFPକୁ କିଏ ଚଳାନ୍ତି ?
WFP ଜାତିସଂଘ ସହିତ ଅନୁବନ୍ଧିତ ହୋଇରହିଛି। ଏହା ୩୬ ସଦସ୍ୟ ବିଶିଷ୍ଟ କାର୍ଯ୍ୟନିର୍ବାହୀ ବୋର୍ଡ ଦ୍ୱାରା ପରିଚାଳିତ। ଯାହା ଖାଦ୍ୟ ଏବଂ କୃଷି ସଂଗଠନ (FAO) ଓ କୃଷି ବିକାଶ ପାଇଁ ଆନ୍ତର୍ଜାତୀୟ ପାଣ୍ଠି(IFAD) ସହଯୋଗରେ କାର୍ଯ୍ୟ କରିଥାଏ। ଜାତିସଂଘର ଏହି ଦୁଇଟି ବିଭାଗ ରୋମ୍ରେ ହିଁ ରହିଛି। WFP ସଂପୂର୍ଣ୍ଣ ଭାବେ ସ୍ୱେଚ୍ଛାକୃତ ଅବଦାନ ଦ୍ୱାରା ଅର୍ଥ ପ୍ରାପ୍ତ କରିଥାଏ। ଏହି ଅର୍ଥ ସମସ୍ତ ରିଲିଫ୍ ଏବଂ ସହାୟତା କାର୍ଯ୍ୟ ପାଇଁ ବିନିଯୋଗ ହୋଇଥାଏ। ଏହା ସହିତ ସାରା ବିଶ୍ୱରେ WFPରେ କାର୍ଯ୍ୟରତ 17,000ରୁ ଅଧିକ କର୍ମଚାରୀଙ୍କୁ ସଂସ୍ଥା ଦରମା ବି ଦେଇଥାଏ।
/odishatv-khabar/media/post_attachments/wikipedia/commons/5/54/WFP_Headquarters_in_Rome.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)