/odishatv-khabar/media/post_attachments/uploadimage/library/16_9/16_9_0/NOBEL-copy_1625249147.jpg)
NOBEL copy
ଔଷଧ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ଓ ସେବା କ୍ଷେତ୍ରରେ ନୋବେଲ୍ ପ୍ରାଇଜ୍ ଘୋଷଣା ହୋଇଛି। ଶାନ୍ତି କ୍ଷେତ୍ରରେ ଏଥର WFPକୁ ନୋବେଲ ପୁହରସ୍କାର ମିଳିଛି। ତେବେ ଏପର୍ଯ୍ୟନ୍ତ ନୋବେଲ୍ ପୁରସ୍କାର ପାଇଁ କୌଣସି ଭାରତୀୟଙ୍କ ନାଁ ଘୋଷଣା କରାଯାଇ ନାହିଁ। ଗତ ବର୍ଷ ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀଙ୍କୁ ଅର୍ଥନୀତୀ ପାଇଁ ନୋବେଲ୍ ପୁରସ୍କାର ମିଳିଥିଲା। ସେହିଭଳି ୨୦୧୪ରେ ଶାନ୍ତି ପାଇଁ ଭାରତୀୟ ଭାବେ କୈଳାଶ ସତ୍ୟାର୍ଥୀଙ୍କୁ ନୋବେଲ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏବେ ଆସନ୍ତୁ ଜାଣିବା ପୂର୍ବରୁ କେଉଁ ଭାରତୀୟ କେବେ ନୋବେଲ୍ ପୁରସ୍କାର ପାଇଛନ୍ତି।
/odishatv-khabar/media/post_attachments/images/DECEMBER/sizes/Alfred-Nobel-Main_resize_md.jpg)
ନୋବେଲ ପୁରସ୍କାର ସମ୍ପର୍କରେ...
ନୋବେଲ ପୁରସ୍କାର ହେଉଛି ବିଶ୍ୱର ସବୁଠୁ ସମ୍ମାନପ୍ରଦ ପୁରସ୍କାର। ଆଲଫ୍ରେଡ୍ ବର୍ନହର୍ଡ ନୋବେଲ୍ଙ୍କ ନାମ ଅନୁସାରେ ଏହାର ନାମକରଣ କରାଯାଇଛି। ଆଲଫ୍ରେଡ ବର୍ନହର୍ଡ ନୋବେଲ ଜଣେ ସ୍ୱିଡେନ ରସାୟନ ବିଜ୍ଞାନୀ, ଇଞ୍ଜିନିୟର, ଉଦ୍ଭାବକ, ବ୍ୟବସାୟୀ ଏବଂ ପ୍ରଖର ବୁଦ୍ଧିଈ ସମ୍ପନ୍ନ ବ୍ୟକ୍ତି ଥିଲେ। ତାଙ୍କରି ନାମ ଅନୁସାରେ ନୋବେଲ୍ ପୁରସ୍କାର ଦିଆଯାଉଛି। ଏହି ପୁରସ୍କାର ୬ଟି କ୍ଷେତ୍ର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ମେଡିସିନ୍, ସାହିତ୍ୟ, ଶାନ୍ତି ପ୍ରତିଷ୍ଠା ଓ ଅର୍ଥଶାସ୍ତ୍ରରେ ବିଶେଷ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ।
୧୧୮ ବର୍ଷ ପୂର୍ବେ ୧୯୦୧ ମସିହାରେ ହେନେରୀ ଡୁନାଣ୍ଟ ପ୍ରଥମ ନୋବେଲ୍ ପୁରସ୍କାର ପାଇଥିଲେ। ୫ ଜଣ ଭାରତୀୟ ନୋବେଲ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି।
ରବୀନ୍ଦ୍ରନାଥ ଟାଗୋର ଦେଶର ପ୍ରଥମ ନୋବେଲ୍ ପୁରସ୍କାର ବିଜେତା ହୋଇଥିବା ବେଳେ ଶେଷ ଥର ୨୦୧୪ ମସିହାରେ ଶାନ୍ତି ପାଇଁ କୈଳାସ ସତ୍ୟାର୍ଥୀ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ।
[caption id="" align="aligncenter" width="1429"]
ରବୀନ୍ଦ୍ରନାଥ ଟାଗୋର[/caption]
କେଉଁ ଭାରତୀୟ କେବେ ପାଇଥିଲେ ନୋବେଲ୍ ପୁରସ୍କାର୍ ?
- ସାହିତ୍ୟ କ୍ଷେତ୍ରରେ ରବୀନ୍ଦ୍ରନାଥ ଟାଗୋର (୧୯୧୩ ମସିହାରେ), ପଦାର୍ଥ ବିଜ୍ଞାନରେ ସିଭି ରମଣ (୧୯୩୦ ମସିହାରେ), ଶାନ୍ତି କ୍ଷେତ୍ରରେ ମଦର ଟେରେସା (୧୯୭୯ ମସିହାରେ), ଅର୍ଥନୀତିରେ ଅମର୍ତ୍ତ୍ୟ ସେନ୍ (୧୯୯୮ମସିହା), ଶାନ୍ତି କ୍ଷେତ୍ରରେ କୈଳାସ ସତ୍ୟାର୍ଥୀ (୨୦୧୪ ମସିହା)ରେ ନୋବେଲ୍ ପୁରସ୍କାର ମିଳିଥିଲା।
[caption id="" align="aligncenter" width="850"]
ହରଗୋବିନ୍ଦ ଖୁରାନା[/caption]
- ଏହାଛଡ଼ା ବିଭିନ୍ନ ଦେଶର ୩ ଜଣ ଭାରତୀୟ ମୂଳ ଅଧିବାସୀଙ୍କୁ ମଧ୍ୟ ଏହି ସମ୍ମାନ ମିଳିଛି। ମେଡ଼ିସିନ୍ କ୍ଷେତ୍ରରେ ହରଗୋବିନ୍ଦ ଖୁରାନା (୧୯୬୮ ମସିହା)। ପରାଧୀନ ଭାରତର ରାୟପୁର ଠାରେ ସେ ଜନ୍ମ ହୋଇଥିଲେ। ପରବର୍ତ୍ତି ସମୟରେ ଆମେରିକା ନାଗରିକତ୍ୱ ଗ୍ରହଣ କଲେ।
[caption id="" align="aligncenter" width="1692"]
ସୁବ୍ରମଣ୍ୟନ୍ ଚନ୍ଦ୍ରଶେଖର[/caption] - ପଦାର୍ଥ ବିଜ୍ଞାନରେ ସୁବ୍ରମଣ୍ୟନ୍ ଚନ୍ଦ୍ରଶେଖରଙ୍କୁ ୧୯୮୩ରେ ନୋବେଲ ପୁରସ୍କାର ମିଳିଥିଲା। ବ୍ରିଟିଶ ଶାସନ ସମୟରେ ଲାହୋରରେ ତାଙ୍କର ଜନ୍ମ ଗ୍ରହଣ କରିଥିଲେ। ପରେ ସେ ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିଲେ।
[caption id="" align="aligncenter" width="647"]
ଭେଙ୍କଟରମଣ ରାମକ୍ରିଷନଙ୍କୁ ୨୦୦୯[/caption] - ରସାୟନ ବିଜ୍ଞାନରେ ଭେଙ୍କଟରମଣ ରାମକ୍ରିଷନଙ୍କୁ ୨୦୦୯ରେ ଏହି ପୁରସ୍କାର ମିଳିଥିଲା। ତାମିଲ୍ନାଡୁର ଚିଦାମ୍ବରମ୍ଠାରେ ଜନ୍ମଗ୍ରହଣ କରିଥିବା ଭେଙ୍କଟରମଣ ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)