/odishatv-khabar/media/post_attachments/uploadimage/library/16_9/16_9_0/v_1627366969.jpg)
v
ଆଜି ରୋଜ୍ ଡେରୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ସ ୱିକ୍ସ, ମାନେ ପ୍ରେମ ସପ୍ତାହ। ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ଚାଲିବ। ପ୍ରେମୀଯୁଗଳଙ୍କ ପାଇଁ ଏହି ସପ୍ତାହ ଖୁବ୍ ଖାସ୍। ଗୋଲାପ ପ୍ରେମର ପ୍ରତୀକ ହୋଇଥିବାରୁ ଏହି ସପ୍ତାହର ପ୍ରଥମ ଦିନ ଗୋଲାପରୁ ହିଁ ଆରମ୍ଭ ହୋଇଥାଏ।। ସେହିପରି ୧୪ ତାରିଖ ଭାଲେଣ୍ଟାଇନ୍ସ ଡେ’ରେ ସପ୍ତାହ ଶେଷ ହୋଇଥାଏ। ସପ୍ତାହଟାଯାକ ସମସ୍ତେ ନିଜ ଭଲପାଇବାକୁ ଭିନ୍ନ ଭିନ୍ନ ଡଙ୍ଗରେ ପ୍ରକାଶ କରନ୍ତି।
[caption id="" align="aligncenter" width="770"]
Representational image[/caption]
ଭାଲେଣ୍ଟାଇନ୍ସ ସପ୍ତାହ ତାଲିକା
ରୋଜ୍ ଡେ (ଫେବ୍ରୁଆରୀ -୭): ଏହି ଦିନରୁ ଭାଲେନ୍ଟାଇନ୍ସ ୱିକ୍ ଆରମ୍ଭ ହୋଇଥାଏ। ରୋଜ ଡେ’ ରେ। ପ୍ରେମୀଯୁଗଳ ଲାଲ୍ ଗୋଲାପ୍ ଦେଉଥିବା ବେଳେ ସାଙ୍ଗମାନେ ପରସ୍ପରକୁ ହଳଦିଆ ଗୋଲାପ ଦେଇ ଥାଆନ୍ତି। ସେହିଭଳି ଏହି ଦିନରେ ବିଭିନ୍ନ ସମ୍ପର୍କ ପାଇଁ ଭିନ୍ନ ରଙ୍ଗର ଗୋଲାପ ଦିଆଯାଇଥାଏ।
ପ୍ରପୋଜ୍ ଡେ(ଫେବ୍ରୁଆରୀ-୮): ଭାଲେନ୍ଟାଇନ୍ସ ସପ୍ତାହର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ୍ ଡେ। ଏହି ଦିନରେ କପଲ୍ସମାନେ ପରସ୍ପରକୁ ପ୍ରପୋଜ୍ କରିଥାନ୍ତି। ଏଥର ପ୍ରପୋଜ୍ ଡେ ସୋମବାର ପଡ଼ୁଛି।
[caption id="" align="aligncenter" width="730"]
Propose Day[/caption]
ଚକୋଲେଟ୍ ଡେ( ପେବ୍ରୁଆରୀ-୯): ରୋଜ୍ ଡେ’ରେ ଗୋଲାପ ଦେଇ ପ୍ରପୋଜ୍ କରିବା ପରେ ଚକୋଲେଟ୍ ଡେ’ରେ ସମସ୍ତେ ସମସ୍ତଙ୍କୁ ଶ୍ରଦ୍ଧାରେ ଚକୋଲେଟ୍ ଦିଅନ୍ତି।
ଟେଡି ଡେ(ଫେବ୍ରୁଆରୀ-୧୦): ଏହି ଦିନରେ କପଲ୍ ପରସ୍ପରକୁ ଟେଡି ଗିଫ୍ଟ କରନ୍ତି। ଏଥିପାଇଁ ବଜାରରେ ବିଭିନ୍ନ ସାଇଜ୍ରେ ଟେଡି ବିକ୍ରି ହୋଇଥାଏ।
ପ୍ରମିଜ୍ ଡେ (ଫେବ୍ରୁଆରୀ-୧୧): ଗୁଲାବ, ପ୍ରପୋଜ୍,ଚକୋଲେଟ୍ ଆଉ ଟେଡି ଦେବା ପରେ ଆସିଥାଏ ପ୍ରମିଜ୍ ଡେ, ମାନେ ପ୍ରତିଶ୍ରୁତିର ଦିନ। ଏହି ଦିନରେ ଭଲପାଉଥିବା ହୃଦୟମାନେ ପରସ୍ପରର ହୋଇ ରହିବାକୁ ପ୍ରତିଜ୍ଞା କରନ୍ତି।
ହଗ୍ ଡେ(ଫେବ୍ରୁଆରୀ-୧୨): ଏହି ଦିନରେ କପଲ୍ମାନେ ପରସ୍ପରକୁ ଆଲିଙ୍ଗନ କରନ୍ତି। ଭଲପାଇବା ବାଣ୍ଟିବା ସହିତ ମନ କଥା ଶେୟାର କରନ୍ତି।
[caption id="" align="aligncenter" width="840"]
representational image[/caption]
କିସ୍ ଡେ (ଫେବ୍ରୁଆରୀ ୧୩): ଭାଲେଣ୍ଟାଇନ୍ର ସପ୍ତମ ଦିନଟିକୁ କିସ୍ ଡେ ବା ଚୁମ୍ବନ ଦିବସ ଭାବରେ ପାଳନ କରାଯାଏ। ଏହି ଦିନରେ ସମ୍ପର୍କରେ ମଜଭୁତ୍ କରିବା ପାଇଁ ଜଣେ ଅନ୍ୟ ଜଣକୁ କିସ୍ କରିଥାଏ।
ଭାଲେଣ୍ଟାଇନ୍ ଡେ (ଫେବ୍ରୁଆରୀ ୧୪): ସପ୍ତାହର ଶେଷ ଦିନ, ମାନେ ଫେବ୍ରୁଆରୀ ୧୪ ତାରିଖକୁ ଭାଲେଣ୍ଟାଇନ୍ ଡେ ଭାବରେ ପାଳନ କରାଯାଏ। ତୃତୀୟ ଶତାବ୍ଦୀର ରୋମାନ ସେଣ୍ଟ ଭାଲେଣ୍ଟାଇନ୍ଙ୍କ ସ୍ମୃତିରେ ଏହି ଦିବସକୁ ପାଳନ କରାଯାଏ। ଏହି ଦିନଟି ପ୍ରେମ ଓ ସମ୍ପର୍କରେ ପ୍ରତିବଦ୍ଧତାର ଦିବସ। ଏହି ଦିନ ସେଣ୍ଟ ଭାଲେଣ୍ଟାଇନ୍ ପ୍ରେମ ପାଇଁ ବଳିଦାନ ଦେଇଥିଲେ। ସେହିଦିନ ଠାରୁ ଭେଲେଣ୍ଟାଇନ୍ ଡେ ପାଳନ କରାଯାଉଛି ବୋଲି ବିଶ୍ୱାସ କରାଯାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)