Advertisment

ଉତ୍ତର କୋରିଆକୁ ୟେଲୋ ଡଷ୍ଟ୍ ଭୟ

ନୂଆଦିଲ୍ଲୀ: ୟେଲୋ ଡଷ୍ଟ୍ ପ୍ରଭାବରୁ ବର୍ତ୍ତିବା ପାଇଁ ଉତ୍ତର କୋରିଆ ସରକାର ଲୋକମାନଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚୀନକୁ ଲାଗି ରହିଥିବା ଉତ୍ତର କୋରିଆରେ ଏ ପର୍ଯ୍ୟନ୍ତ କେହି କୋଭିଡରେ ଆକ୍ରାନ୍ତ ହୋଇନାହାନ୍ତି। ଦେଶର ସୀମାକୁ ସିଲ କରିଦିଆଯାଇଛି। ତେବେ ଉତ୍ତର କୋରିଆ ସରକାରଙ୍କୁ ଏବେ ୟେଲୋ ଡଷ୍ଟ ର ଭୟ ଘାରିଛି । ତେବେ କଣ ଏହି ୟୋଲୋ ଡଷ୍ଟ୍ ଆସନ୍ତୁ ଜାଣିବା। ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଚୀନ ପଟୁ ଉତ୍ତର […]

ଅଦ୍ୟତନ ହୋଇଛି
ଉତ୍ତର କୋରିଆକୁ ୟେଲୋ ଡଷ୍ଟ୍ ଭୟ

yello-2

Advertisment

ନୂଆଦିଲ୍ଲୀ: ୟେଲୋ ଡଷ୍ଟ୍ ପ୍ରଭାବରୁ ବର୍ତ୍ତିବା ପାଇଁ ଉତ୍ତର କୋରିଆ ସରକାର ଲୋକମାନଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚୀନକୁ ଲାଗି ରହିଥିବା ଉତ୍ତର କୋରିଆରେ ଏ ପର୍ଯ୍ୟନ୍ତ କେହି କୋଭିଡରେ ଆକ୍ରାନ୍ତ ହୋଇନାହାନ୍ତି। ଦେଶର ସୀମାକୁ ସିଲ କରିଦିଆଯାଇଛି। ତେବେ ଉତ୍ତର କୋରିଆ ସରକାରଙ୍କୁ ଏବେ ୟେଲୋ ଡଷ୍ଟ ର ଭୟ ଘାରିଛି । ତେବେ କଣ ଏହି ୟୋଲୋ ଡଷ୍ଟ୍ ଆସନ୍ତୁ ଜାଣିବା।

Advertisment

ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଚୀନ ପଟୁ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆକୁ ହଳଦିଆ ରଙ୍ଗର ଡଷ୍ଟ୍ ବା ଧୂଳିକଣିକା ବାଦଲ ଆକାରରେ ପ୍ରବାହିତ ହୁଏ । ଏହି ବିଷାକ୍ତ ଧୂଳିକଣା ଚୀନରୁ ଉତ୍ତର କୋରିଆକୁ ପ୍ରବାହିତ ହେବ ବୋଲି ଉତ୍ତର କୋରିଆର ସରକାରୀ ଚାନେଲରେ ଗତ ବୁଧବାର ଦିନ ଘୋଷଣା କରାଯାଇଥିଲା । ଲୋକମାନେ ଘରୁ ନବାହାରିବା ପାଇଁ ମଧ୍ୟ ସରକାର ନିର୍ଦ୍ଦେଶ ଦେଲେ । ଏହି ନିର୍ଦ୍ଦେଶ ପରେ ଉତ୍ତର କୋରିଆ ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ରାସ୍ତାଘାଟ ଶୂନଶାନ ହୋଇଗଲା । କେହି ଘରୁ ବାହାରିଲେ ନାହିଁ । କେହି ବାହାରେ ରହିଲେ ନାହିଁ । ଏପରିକି କୋଠାବାଡିର ନିର୍ମାଣ କାମ ବନ୍ଦ ହୋଇଗଲା । ଲୋକଙ୍କୁ କବାଟ ଝରକା ବନ୍ଦ କରି ଘରେ ରହିବାକୁ ସରକାର ନିର୍ଦ୍ଦେଶ ଦିଆଯାଇଥିଲା । ଲୋକମାନେ ମଧ୍ୟ ତାହା ମାନିଲେ । କେହି କୁଆଡେ ଗଲେ ନାହିଁ ଘରେ ରହିଲେ ।

ଉତ୍ତର କୋରିଆର ଏକ ଖବରକାଗଜରେ ପ୍ରକାଶ ପାଇଥିଲା ଯେ, କରୋନା ଭୂତାଣୁ ଯେହେତୁ ବାୟୁରେ ବ୍ୟାପିପାରେ , ତେଣୁ ବାଦଲ ଦ୍ୱାରା ଉତ୍ତର କୋରିଆକୁ ଆସିଯାଇପାରେ । ତେଣୁ ସମସ୍ତେ ସତର୍କ ରହନ୍ତୁ । ଗୁରୁବାର ଦିନ ଧୂଳି ଝଡରେ ଏହି ବାଦଲ ଆସିବାର ଥିଲା ବୋଲି କୁହାଯାଇଥିଲା।  ଉତ୍ତର କୋରିଆରେ ଥିବା ଋଷ୍ ଦୂତାବାସ ମଧ୍ୟ କର୍ମଚାରୀ ଓ ଅଭ୍ୟାଗତମାନଙ୍କୁ ଅଫିସ୍ ଆସିବାକୁ ବାରଣ କରିଥିଲା। ଫେସବୁକରେ ଦୂତାବାସ ପକ୍ଷରୁ ଏ ନେଇ ପୋଷ୍ଟ କରାଯାଇ ସୂଚନା ଦିଆଯାଇଥିଲା ।

Advertisment

publive-imageକିନ୍ତୁ ଗୁରୁବାର ସୌଭାଗ୍ୟକ୍ରମେ ଧୂଳିଝଡ ହୋଇନଥିଲା। ଚୀନ ଓ ମଙ୍ଗୋଲିଆର ମରୁଭୂମି ଅଞ୍ଚଳରୁ ହଳଦିଆ ରଙ୍ଗର ଧୂଳିକଣିକା ଉଡି ଉତ୍ତର କୋରିଆ ଯାଇଥାଏ । ଏହି ଧୂଳିରେ କରୋନା ଭୂତାଣୁ ଚାଲିଯିବାର ଆଶଙ୍କା ରହିଛି ବୋଲି ଉତ୍ତର କୋରିଆ ଆଶଙ୍କା କରୁଛି । ଏଥର ସିନା ଧୂଳିଝଡ ହେଲା ନାହିଁ। ଆଗକୁ ହୋଇପାରେ। ହେଲେ କରୋନା ଉତ୍ତର କୋରିଆରେ କରୋନା ଭୂତାଣୁ  ପଶିଯିବ ବୋଲି ତାଙ୍କ ସରକାର ଭାବୁଛନ୍ତି। ଧୂଳିଝଡରେ କରୋନା ଭୂତାଣୁ ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଯାଇପାରିବ କି ନାହିଁ ତାହା ସ୍ପଷ୍ଟ ଭାବେ କହି ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ