Advertisment

ଫ୍ରି ଟ୍ରି: ଯେଉଁଠି ଗରିବଙ୍କ ପାଇଁ ଲୋକମାନେ ଛାଡିଯାଆନ୍ତି ଦରକାରୀ ଜିନିଷ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ‘ନେକି କି ଦିୱାର’ ବିଷୟରେ ଆପଣ ଶୁଣିଥିବେ। ଏହା ଏମିତି ଏକ ଷ୍ଟୋର୍‌ ଯେଉଁଠି ଲୋକମାନେ ଡ୍ରେସ୍‌ ଏବଂ ଜୋତା ଆଣି ରଖିଦିଅନ୍ତି। ଗରିବ ଏବଂ ଦରକାରୀ ଲୋକ ଏଠାରୁ ଆସି ସେମାନଙ୍କର ଆବଶ୍ୟକ ଅନୁସାରେ କପଡା ନେଇଯାଆନ୍ତି। ସେମିତି ଏହି ଅଞ୍ଚଳରେ ଆଉ ଏକ ଗଛ ରହିଛି। ଯାହାର ନାଁ ରହିଛି ‘ଫ୍ରି ଟ୍ରି’। ଏହି ଗଛ ତଳେ ଲୋକମାନେ ତାଙ୍କର ଅଦରକାରୀ କପଡା ଏବଂ ଜୋତା ରଖିଦେଇଯାଆନ୍ତି। ଏବଂ ଗରିବ ଲୋକମାନେ […]

author-image
Biswobandita Swain
ଫ୍ରି ଟ୍ରି: ଯେଉଁଠି ଗରିବଙ୍କ ପାଇଁ ଲୋକମାନେ ଛାଡିଯାଆନ୍ତି ଦରକାରୀ ଜିନିଷ

pic-1

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ 'ନେକି କି ଦିୱାର' ବିଷୟରେ ଆପଣ ଶୁଣିଥିବେ। ଏହା ଏମିତି ଏକ ଷ୍ଟୋର୍‌ ଯେଉଁଠି ଲୋକମାନେ ଡ୍ରେସ୍‌ ଏବଂ ଜୋତା ଆଣି ରଖିଦିଅନ୍ତି। ଗରିବ ଏବଂ ଦରକାରୀ ଲୋକ ଏଠାରୁ ଆସି ସେମାନଙ୍କର ଆବଶ୍ୟକ ଅନୁସାରେ କପଡା ନେଇଯାଆନ୍ତି। ସେମିତି ଏହି ଅଞ୍ଚଳରେ ଆଉ ଏକ ଗଛ ରହିଛି। ଯାହାର ନାଁ ରହିଛି ‘ଫ୍ରି ଟ୍ରି’।

Advertisment

ଏହି ଗଛ ତଳେ ଲୋକମାନେ ତାଙ୍କର ଅଦରକାରୀ କପଡା ଏବଂ ଜୋତା ରଖିଦେଇଯାଆନ୍ତି। ଏବଂ ଗରିବ ଲୋକମାନେ ଯାହାର ଯାହା ଆବଶ୍ୟକ ସେମାନେ ଏଠାରୁ ଆସି ସେହି ଜିନିଷ ନେଇଯାଆନ୍ତି।

ଏହି ଗଛ ଉପରେ ଏକ ବୋର୍ଡ ଲାଗିଛି, ଯେଉଁଥିରେ ଲେଖାଅଛି, ଫ୍ରି ଟ୍ରି ସହ ଭେଟ ହୁଅନ୍ତୁ। ଯାହା ଇଚ୍ଛା ନେଇଯାଆନ୍ତୁ।

Advertisment

ଏହି ଗଛରେ ଏବଂ ଗଛ ତଳେ ପଲିଥିନ୍‌ରେ କିଛି ଜିନିଷ ଏବଂ ଗଛରେ କିଛି କପଡା ଟଙ୍ଗା ହୋଇଥିବା ଦେଖିବାକୁ ମିଳିଛି। ରେଡିଟ୍‌ରେ ଏହି ଫଟୋକୁ @everyusernmtaken ଶେଆର କରିଛି।

ଲୋକମାନଙ୍କର କ'ଣ ରହିଛି ପ୍ରତିକ୍ରିୟା-

ଟ୍ୱିଟରରେ ଗୋଟେ ଲୋକ ତାଙ୍କୁ ମଧ୍ୟ ଏହି ଗଛ ଆବଶ୍ୟକ, ଯେତେବେଳେ କି ଆଉ ଜଣେ ବ୍ୟକ୍ତି ବର୍ଷା ହେଲେ ବାହାରେ ରହୁଥିବା ସବୁ ଜିନିଷ ଖରାପ ହୋଇଯିବ ବୋଲି ଲେଖିଛନ୍ତି। କିଛି ଲୋକ ଲକ୍‌ଡାଉନ୍‌ରେ ଏହା ଲୋକମାନଙ୍କୁ ସାହାଯ୍ୟ କରିବାର ଗୋଟେ ଭଲ ଉପାୟ ବୋଲି ଲେଖିଛନ୍ତି।

Advertisment
Advertisment