Advertisment

ବୁଲା କୁକୁରଙ୍କ ପ୍ରେମରେ ବନ୍ଧା ସସ୍ମିତା

ସୁନ୍ଦରଗଡ: କୁକୁର ଦେଖିଲେ ଲୋକମାନେ ନାକ ଟେକନ୍ତି। ଗାଁ ଗହଳିରେ କୁକୁର ଯାଉଥିବା ସ୍ଥାନକୁ ଲୋକେ ପାଣି ପକାଇ ପରିସ୍କାର କରନ୍ତି।  କିନ୍ତୁ ସେହି ଗାଁ ଗହଳି ପରିବେଶରେ ରହି କୁକୁରଙ୍କ ମାଆ ସାଜିଯାଇଛନ୍ତି ଜଣେ ମହିଳା। ସୁନ୍ଦରଗଡ ବ୍ରାହ୍ମଣପଡାର ସସ୍ମିତା ଯୋଶୀ ବୁଲା କୁକୁରଙ୍କୁ ଘରକୁ ଆଣି ଆଶ୍ରୟ ଦେଉଛନ୍ତି। କୁକୁରମାନଙ୍କୁ ବଡ ଯତ୍ନର ସହ ସେ ଲାଳନପାଳନ କରୁଛନ୍ତି। ଗୋଟିଏ କି ଦୁଇଟି ନୁହେଁ ଛୋଟ ବଡ ମିଶାଇ ୨୦ରୁ ଅଧିକ କୁକୁରଙ୍କୁ ସେ […]

ବୁଲା କୁକୁରଙ୍କ ପ୍ରେମରେ ବନ୍ଧା ସସ୍ମିତା

Dog

Advertisment

ସୁନ୍ଦରଗଡ: କୁକୁର ଦେଖିଲେ ଲୋକମାନେ ନାକ ଟେକନ୍ତି। ଗାଁ ଗହଳିରେ କୁକୁର ଯାଉଥିବା ସ୍ଥାନକୁ ଲୋକେ ପାଣି ପକାଇ ପରିସ୍କାର କରନ୍ତି।  କିନ୍ତୁ ସେହି ଗାଁ ଗହଳି ପରିବେଶରେ ରହି କୁକୁରଙ୍କ ମାଆ ସାଜିଯାଇଛନ୍ତି ଜଣେ ମହିଳା। ସୁନ୍ଦରଗଡ ବ୍ରାହ୍ମଣପଡାର ସସ୍ମିତା ଯୋଶୀ ବୁଲା କୁକୁରଙ୍କୁ ଘରକୁ ଆଣି ଆଶ୍ରୟ ଦେଉଛନ୍ତି। କୁକୁରମାନଙ୍କୁ ବଡ ଯତ୍ନର ସହ ସେ ଲାଳନପାଳନ କରୁଛନ୍ତି। ଗୋଟିଏ କି ଦୁଇଟି ନୁହେଁ ଛୋଟ ବଡ ମିଶାଇ ୨୦ରୁ ଅଧିକ କୁକୁରଙ୍କୁ ସେ ନିଜ ଘରେ ରଖିଛନ୍ତି। ସହରର ଯେକୌଣସି ସ୍ଥାନରେ ରୋଗିଣା କୁକୁରଙ୍କୁ ଦେଖିଲେ ସସ୍ମିତା ସେହି କୁକୁରକୁ ଘରକୁ ଆଣି ଚିକିତ୍ସା କରନ୍ତି। ଘରେ ତାକୁ ଖାଇବାକୁ ଦେଇ ରଖନ୍ତି।

Advertisment

ଆଜିକୁ ୧୫ ବର୍ଷ ହେଲା କୁକୁରଙ୍କୁ ଲାଳନ ପାଳନ କରୁଛନ୍ତି ସସ୍ମିତା। ପ୍ରଥମେ ପ୍ରଥମେ ପରିବାର ଲୋକେ କୁକୁରକୁ ଘରେ ରଖିବାକୁ ବିରୋଧ କରୁଥିଲେ। ଏହାକୁ ନେଇ ପରିବାରରେ ଅଶାନ୍ତି ମଧ୍ୟ ଲାଗି ରହୁଥିଲା। କିନ୍ତୁ ପରେ କୁକୁରଙ୍କ ପ୍ରତି ସସ୍ମିତାଙ୍କର ଅନାବିଳ ସ୍ନେହ ଦେଖି ପରିବାର ଲୋକେ ତାଙ୍କୁ ଘରେ କୁକୁର ରଖିବାକୁ ଅନୁମତି ଦେଇଥିଲେ।

ପରିବାର ଲୋକଙ୍କ ସହାୟତାରେ ଏବେ ସସ୍ମିତାଙ୍କ ପାଖରେ ୨୦ରୁ ଅଧିକ କୁକୁର ଅଛି। ଏଥିପାଇଁ ସସ୍ମିତାଙ୍କୁ ବେଳେ ବେଳେ  ପାଖ ପଡିଶାଙ୍କଠାରୁ ଅନେକ ଟାହିଟାପରା ଶୁଣିଛନ୍ତି ପଡେ।  କିଛି ଲୋକ ତାଙ୍କୁ ପାଗେଳି ବୋଲି ମଧ୍ୟ କୁହନ୍ତି। କୁକୁରମାନେ କାଳେ ଆକ୍ରମଣ କରିବେ ସେଥିପାଇଁ ଲୋକମାନେ ସସ୍ମିତାଙ୍କ ପାଖରେ ରହୁଥିବା କିଛି କୁକୁରଙ୍କୁ ବିଷ ଦେଇ ମଧ୍ୟ ମାରିଛନ୍ତି। ଏତେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସସ୍ମିତା କେବେ କୁକୁରଙ୍କ ସେବାରେ ବାଧା ଆଣିନାହାନ୍ତି। କେବେ ଅନ୍ୟମାନଙ୍କ କଥାକୁ ଗୁରୁତ୍ୱ ଦେଇନାହାନ୍ତି। ବରଂ ପଶୁ ସେବାରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

Advertisment

ସସ୍ମିତାଙ୍କର ଲକ୍ଷ୍ୟ ରହିଛି ସୁନ୍ଦରଗଡରେ ବୁଲା କୁକୁର ଓ ଗାଈଗୋରୁଙ୍କ ପାଇଁ ଖଣ୍ଡେ ଘର କରି ସେଇଠି ସେମାନଙ୍କ ଯତ୍ନ ନେବେ। ସରକାର ଗୋଟିଏ ଜମି ଯୋଗାଇଦେଲେ ତାଙ୍କୁ ଏହି କାମ କରିବାରେ ସୁବିଧା ହେବ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ