Advertisment

ଗୁମ୍‌ନାମୀ ବାବା ରୂପରେ ବଞ୍ଚିଥିଲେ ନେତାଜୀ !

ନୂଆଦିଲ୍ଲୀ: ଜାନୁଆରୀ ୨୩ରେ ସାରା ଦେଶରେ ପାଳିତ ହେବ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ହେଲେ ଏଣିକି ଏହି ଦିନକୁ ପରାକ୍ରମ ଦିବସ ନାଁରେ  ସମସ୍ତେ ମନେ ରଖିବେ।  ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ ପାଇଁ ଘୋଷଣା କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ। ୨୩ ତାରିଖ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପାଳନ ହେବ।  ଏହି […]

author-image
Minati Mishra
ଗୁମ୍‌ନାମୀ ବାବା ରୂପରେ ବଞ୍ଚିଥିଲେ ନେତାଜୀ !

OTV-khabar-NEtaji

ନୂଆଦିଲ୍ଲୀ: ଜାନୁଆରୀ ୨୩ରେ ସାରା ଦେଶରେ ପାଳିତ ହେବ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ହେଲେ ଏଣିକି ଏହି ଦିନକୁ ପରାକ୍ରମ ଦିବସ ନାଁରେ  ସମସ୍ତେ ମନେ ରଖିବେ।  ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ ପାଇଁ ଘୋଷଣା କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ।

Advertisment

୨୩ ତାରିଖ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପାଳନ ହେବ।  ଏହି ସମାରୋହ ଏକ ବର୍ଷ ଧରି ପାଳନ କରାଯିବ। ଏହି ଅବସରରେ ଆସନ୍ତୁ ଜାଣିବା ସୁଭାଷ ବୋଷଙ୍କ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ କଥା।

ଇଣ୍ଡିଆନ ସିଭିଲ ସର୍ବିସ ପରୀକ୍ଷା କାହିଁକି ଛାଡ଼ିଲେ ନେତାଜୀ

୧୮୯୭ ଜାନୁଆରୀ ୨୩ ତାରିଖ ଓଡ଼ିଶାର କଟକରେ ଜନ୍ମଗ୍ରହଣ କରିଥିଲେ ନେତାଜୀ ସୁଭାଷ ବୋଷ । ତାଙ୍କ  ପରିବାରରେ ଥିଲେ ୧୪ ଜଣ ସଦସ୍ୟ। ୧୯୨୦ରେ ଇଂଲଣ୍ଡରେ ଇଣ୍ଡିଆନ ସିଭିଲ ସର୍ବିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲଆ ସୁଭାଷ। ହେଲେ ପରବର୍ତ୍ତୀ ସମୟରେ ଯେତେବେଳେ ସେ ଭାରତର ସ୍ୱାଧୀନତା ସଂଘର୍ଷ ବିଷୟରେ ଚାକିରି ଛାଡି ଦେଇଥିଲେ।  ୧୯୨୧ ଏପ୍ରିଲ ୨୩ରେ ସେ ଚାକିରିରୁ ଇସ୍ତଫା ଦେଲେ।

Advertisment

ନେତାଜୀ କଂଗ୍ରେସର ଜଣେ ଯୁବ ନେତା ଥିଲେ। ୧୯୩୮ ଏବଂ ୧୯୩୯ରେ କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ। କିନ୍ତୁ ମହାତ୍ମା ଗାନ୍ଧି ଏବଂ କଂଗ୍ରେସ ହାଇକମାଣ୍ଡଙ୍କ ମଧ୍ୟରେ ମତଭେଦ ଦେଖାଦେବାରୁ ସେ ୧୯୩୯ରେ କଂଗ୍ରେସ ପଦରୁ ଇସ୍ତଫା ଦେଇଥିଲେ। ଏପରିକି ନେତାଜୀଙ୍କର ମଧ୍ୟ ଗାନ୍ଧିଜୀଙ୍କ ସହ ମତଭେଦ ଥିଲା।

ନେତାଜୀଙ୍କୁ କି ଉପାଧି ଦେଇଥିଲେ ଗାନ୍ଧି ?

ନେତାଜୀ ଗାନ୍ଧିଜୀଙ୍କ ଅହିଂସା ବିଚାରଧାରା ସହ ସହମତ ନ ଥିଲେ। ତାଙ୍କର ବିଶ୍ୱାସ ଥିଲା ସ୍ୱାଧୀନତା ହାସଲ କରିବା ପାଇଁ ଅହିଂସାତ୍ମକ ଆନ୍ଦୋଳନ ଯଥେଷ୍ଟ ନୁହେଁ। ସଶସ୍ତ୍ର ପ୍ରତିରୋଧ ଆବଶ୍ୟକ। ତେଣୁ ସେ ସଶସ୍ତ୍ର ଆକ୍ରମଣ ପାଇଁ ନିଜ ଯୁକ୍ତି ରଖୁଥିଲେ। ଶେଷରେ ୧୯୪୨ରେ ଜାପାନ ସହଯୋଗରେ ସେ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ। ଏହି ଆଜାଦ ହିନ୍ଦ ଫୌଜରେ ସିଙ୍ଗାପୁର, ଅନ୍ୟ ଦକ୍ଷିଣ-ପୂର୍ବ ଏସିଆର ଯୁଦ୍ଧବନ୍ଦୀ ଏବଂ ଶ୍ରମିକମାନେ ସାମିଲ ହୋଇଥିଲେ।

ମତାନ୍ତର ସତ୍ତ୍ୱେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧି ତାଙ୍କୁ ବହୁତ ମାନୁଥିଲେ।  ସେ ନେତାଜୀଙ୍କୁ ଦେଶଭକ୍ତଙ୍କ ଦେଶଭକ୍ତ ଉପାଧିରେ ଭୂଷିତ କରିଥିଲେ। ଦିଲ୍ଲୀ ସଂସଦ ଭବନରେ ତାଙ୍କର ବିଶାଳକାୟ ପୋଟ୍ରେଟ ଲାଗିଥିବାବେଳେ ପଶ୍ଚିମ ବଙ୍ଗ ବିଧାନସଭା ଭବନରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି।

ବିମାନ ଦୁର୍ଘଟଣାରୁ ନେତାଜୀ ବର୍ତ୍ତି ଯାଇଥିଲେ ?

ତେବେ ନେତାଜୀଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ ରହିଛି। କୁହାଯାଏ, ୧୯୪୫ ଅଗଷ୍ଟ ୧୮ ତାରିଖ ଏକ ବିମାନ ଦୁର୍ଘଟଣାରେ ତାଙ୍କର ରହସ୍ୟମୟ ମୃତ୍ୟୁ ହୋଇଥିଲା। ତାଙ୍କ ଶେଷ ଜୀବନକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳେ। କିଏ କୁହାନ୍ତି ସେ ଅନେକ ବର୍ଷ ଯାଏ ବଞ୍ଚିଥିଲେ। ନେତାଜୀ ତାଇବାନରୁ ଜାପାନ ପାଇଁ ଉଡ଼ାଣ ଭରିଥିଲେ। ହେଲେ ବିମାନଟି ତାଇବାନ୍‌ର ରାଜଧାନୀ ତାଇପେରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେ ଟୋକିଓ ଯାଉଥିଲେ। ଅଚାନକ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନ ଜଳି ଯାଇଥିଲା ।

କୁହାଯାଏ ଏହି ଦୁର୍ଘଟଣାରେ ନେତାଜୀ ଜଳି ଯାଇଥିଲେ। ଜାପାନର ଏକ ଡାକ୍ତରଖାନାରେ ଆଖି ବୁଜିଥିଲେ। ଏକଥା ବି ଶୁଣାଯାଏ, ବିମାନ ଦୁର୍ଘଟଣାରେ ଯେଉଁ ବ୍ୟକ୍ତି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଆଖି ବୁଜିଲେ ସେ ନେତାଜୀ କି ନୁହେଁ ତାହା ସ୍ପଷ୍ଟ ଜଣା ପଡ଼ି ନ ଥିଲା। କେହି କେହି କୁହନ୍ତି, ସେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଏହି ଘଟଣାର ଯାଞ୍ଚ ପାଇଁ ସରକାର ଅନେକ ସମିତି ଗଠନ କରିଛନ୍ତି। ହେଲେ ତାଙ୍କ ମୃତ୍ୟୁକୁ ନେଇ କୌଣସି ପ୍ରମାଣ ମିଳି ପାରି ନାହିଁ।

ଗୁମନାମୀ ବାବାଙ୍କ ସହ କି ସମ୍ପର୍କ ଥିଲା ?

କୁହାଯାଏ, ନେତାଜୀ ଗୁମନାମୀ ବାବାଙ୍କ ରୂପରେ ଫୈଜାବାଦ୍‌ରେ ଦୀର୍ଘ ଦିନ ଧରି ରହିଥିଲେ। ୧୯୮୫ରେ ଯେତେବେଳେ ଗୁମନାମୀ ବାବାଙ୍କ ମୃତ୍ୟୁ ହୋଇଥିଲା ତାଙ୍କ ଜିନିଷପତ୍ର ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଗୁମନାମୀ ବାବା ଇଂରାଜୀ, ବଙ୍ଗଳା ଏବଂ ଜର୍ମାନ ଭାଷା ଜାଣିଥିଲେ ଏବଂ କହି ପାରୁଥିଲେ। ତାଙ୍କ ପାଖରେ ଦାମୀ ସିଗାରେଟ, ମଦ, ଖବରକାଗଜ, ପତ୍ରିକା ଆଦି ଥିଲା। ତାଙ୍କର ଏହି ଜିନିଷପତ୍ର ଭିତରୁ ନେତାଜୀଙ୍କର ଫଟୋ ମଧ୍ୟ ବାହାରିଥିଲା। ଏହି ଫଟୋ ଦେଖିବା ପରେ ସେ ଯେ ନେତାଜୀ ଏହି ବିଶ୍ୱାସ ଦୃଢୀଭୂତ ହୋଇଥିଲା। ଏହା ବ୍ୟତୀତ ତାଙ୍କ ପାଖରୁ ମିଳିଥିଲା ରାଲେକ୍ସ ଘଡ଼ି, ଆଜାଦ ହିନ୍ଦ ଫୌଜର ୟୁନିଫର୍ମ, ୧୯୭୪ର ଆନନ୍ଦବଜାର ପତ୍ରିକା ଏବଂ ଏହି ପତ୍ରିକାରେ ଛପା ଯାଇଥିବା ‘ବିମାନ ଦୁର୍ଘଟଣା କାହାଣୀ’, ଶାହନବାଜ ଏବଂ ଖୋସଲା ଆୟୋଗର ରିପୋର୍ଟ। ଏସବୁ ଦେଖିବା ପରେ ସେ ନେତାଜୀ ବୋଲି ଲୋକଙ୍କ ଭାବନା ଦୃଢୀଭୂତ ହୋଇଥିଲା। କୁହାଯାଏ, ଗୁମନାମୀ ବାବାଙ୍କ ଅନ୍ତିମ ସଂସ୍କାର ସେହି ଜାଗାରେ ହେଇଥିଲା, ଯେଉଁଠି ଭଗବାନ ଶ୍ରୀରାମ ଜଳସମାଧୀ ନେଇଥିଲେ।

Netaji Jayanti
Advertisment
Advertisment