/odishatv-khabar/media/post_attachments/uploadimage/library/16_9/16_9_0/Mote-Dakani_1627282825.jpg)
Mote Dakani
#ଫଟୋ_ପଛର_କାହାଣୀ
ଆଜି ଆପଣଙ୍କୁ ଏମିତି ଗୋଟିଏ ଫଟୋ ପଛରେ ଲୁଚି ରହିଥିବା କାହାଣୀ ବିଷୟରେ କହିବୁ, ଯାହା ଦିନେ ଲୋକଲୋଚନକୁ ଆସିବା ପରେ ସାରା ବିଶ୍ୱର ମାନବିକତା ଲଜ୍ଜିତ ହୋଇଥିଲା। ଲୁହରେ ଭିଜିଥିଲା ଆଖି। ଦେଶ ବିଦେଶରେ ଉଠିଥିଲା ରାଜନୈତିକ ଝଡ଼।
/odishatv-khabar/media/post_attachments/wp-content/uploads/2020/04/kurda.jpg)
୩ ବର୍ଷର କୁନି ବାଳକ ଏଲାନ୍ କୁର୍ଦ୍ଦୀଙ୍କର ଦୁଃଖଦ ମୃତ୍ୟୁର କାହାଣୀ ହୁଏତ ଆପଣ ଜାଣିଥିବେ। ଘଟଣାକୁ ୪ ବର୍ଷରୁ ଅଧିକ ସମୟ ବିତିଯାଇଥିବାରୁ ହୁଏତ ଆପଣଙ୍କ ମାନସ ପଟହଃରେ କଥାଟି ଧୀରେ ଧୀରେ ଲିଭିଯିବଣି। ତେଣୁ ଆମେ ଆଜି ଆପଣଙ୍କୁ ପୁଣିଥରେ ମନେ ପକାଇ ଦେଉଛୁ ସେଦିନର ସେଇ ଲୋମହର୍ଷଣ କାହାଣୀ।
/odishatv-khabar/media/post_attachments/v/t51.2885-15/sh0.08/e35/s640x640/79773866_576624249841349_5757265878897865732_n.jpg)
ଏଇ ଫଟୋ ଦେଖି ଆପଣଙ୍କ ଆଖି ସାମ୍ନାରେ ଭାସିଯାଉଥିବ ଅନେକ କରୁଣ ଚିତ୍ର। ତୁହାକୁ ତୁହା ବେଳାଭୂମିରେ ମଥା ପିଟୁଛି ସମୁଦ୍ରର ଲହଡ଼ି। ପୁଅକୁ ହରାଇ ମା’ ଯେମିତି ବାହୁନି କାନ୍ଦେ, ଲାଗୁଛି ସମୁଦ୍ର ବି ଠିକ୍ ସେମିତି କାନ୍ଦୁଛି, ଆଉ କହୁଛି, ବାବୁରେ ତୁ କାହିଁକି ଏ ଦୁନିଆକୁ ଆସିଲୁ। ଏ ଦୁନିଆ ତୋ ପାଇଁ ଯୋଗ୍ୟ ନଥିଲା।
କିଏ ଏହି ବାଳକ ? ମାଆ କୋଳରେ ନିଡର ହୋଇ ଶୋଇଲା ଭଳି ନିଶ୍ଚିନ୍ତରେ ଶୋଇଛି ସମୁଦ୍ର କୋଳରେ।
/odishatv-khabar/media/post_attachments/1.3335549.1472845569!/fileImage/httpImage/image.jpg_gen/derivatives/original_780/alyn-kurdi.jpg)
ଚିର ନିଦ୍ରାରେ ଶୋଇଥିବା ଏହି କୁନି ବାଳକ ହେଉଛି ସିରିଆର ରିଫ୍ୟୁଜି ଏଲାନ୍ କୁର୍ଦ୍ଦି। ସମୁଦ୍ରର ଢେଉ ବାରମ୍ବାର କୁର୍ଦ୍ଦି ମୁହଁକୁ ଛୁଇଁ ପୁଣି ଫେରିଯାଉଛି। କାଳେ ମୂର୍ଚ୍ଛା ଯାଇଥିବା କୁନି କୁର୍ଦ୍ଦି ଚେତା ପାଇ ପୁଣି ଉଠି ବସିବ।
ନାଁ କୁର୍ଦ୍ଦି କିନ୍ତୁ ନିରବ ନିଥର ହୋଇ ଶୋଇଯାଇଛି ଚିର ନିଦ୍ରାରେ। ସମୁଦ୍ର ଗର୍ଭରେ ମୃତ୍ୟୁ ସହ ଖେଳି ଖେଳି ଥକି ଯାଇଛି ତା କଅଁଳ ଗୋଡ଼ହାତ। ଶେଷରେ ସମୁଦ୍ର କୋଳରେ ନିଡର ହୋଇ ଶୋଇଯାଇଛି ଗଭୀର ନିଦରେ। ସେ ଆଉ ଉଠିବନି।
କ'ଣ ବା କରିଥିଲା ସେ। ମୃତ୍ୟୁର ନିଷ୍ଠୁର ପଞ୍ଝାରୁ ଜୀବନ ଖୋଜିବାକୁ ଜାଗା ଟିଏ ତ ମାଗିଥିଲା। କିନ୍ତୁ ଏତେବଡ଼ ଦୁନିଆରେ ତାକୁ ଜାଗାଟିଏ ମିଳିଲାନି ବୋଲି ଏଇଠି ନିରବରେ ଶୋଇ ଯାଇଛି। ରକ୍ତାମୁଖା ଘୃଣାର ଏଇ ନର୍କକୁ ଛାଡ଼ି ସୁବୁଦିନ ପାଇଁ ସେ ଚାଲିଯାଇଛି ଦେବଲୋକକୁ।
/odishatv-khabar/media/post_attachments/vi/ta8fXqW-z48/maxresdefault.jpg)
୨୦୧୫ ଡିସେମ୍ବର ୨ ତାରିଖରେ କୁର୍ଦ୍ଦିଙ୍କର ଏହି ଫଟୋ ଲୋକ ଲୋଚନକୁ ଆସିଥିଲା। ତା ପରେ ଏ କରୁଣ ଚିତ୍ରରେ ବିଦାରି ହୋଇଯାଇଥିଲା ସାରା ବିଶ୍ୱ ଛାତି।
ସିରିଆରେ ବସର ଅଲ ଅସାଦ ସରକାର ଓ ବିଦ୍ରୋହି ସେନାଙ୍କ ମଧ୍ୟରେ ଲାଗିଥିବା ଗୃହଯୁଦ୍ଧରେ ଟଳି ପଡ଼ୁଥିଲା ହଜାର ହଜାର ଜୀବନ। ବନ୍ଧୁକ ଓ ଗୋଳାବାରୁଦରେ ଗନ୍ଧରେ ଅକ୍ତାମାକ୍ତ ହୋଇ ଦେଶ ଛାଡ଼ୁଥିଲେ ସିରିଆ ନାଗରିକ। ମୃତ୍ୟୁର ପଞ୍ଝାରୁ ଜୀବନ ଖୋଜିବା ପାଇଁ ଦେଶାନ୍ତରୀ ହେଉଥିଲେ ଲୋକେ। ଏଲାନ୍ କୁର୍ଦ୍ଦିଙ୍କ ପରିବାର ବି ଜୀବନ ବଞ୍ଚାଇବା ପାଇଁ ସପରିବାରେ ବସିପଡ଼ିଲେ ଡଙ୍ଗାରେ।
/odishatv-khabar/media/post_attachments/img/media/ed04b0b975cb14277d79da82a702178da4556705/0_227_1548_1141/master/1548.jpg)
ସବୁଦିନର ଏଇ ରକ୍ତପାତରୁ ରକ୍ଷା ପାଇବା ପାଇଁ ଏଲାଙ୍କ ବାପା ଅବ୍ଦୁଲ୍ଲା ସମୁଦ୍ର ପଥରେ ଯାତ୍ରା କରି କାନାଡ଼ା ଯିବାକୁ ଚାହୁଁଥିଲେ। ସେଠି ପରିବାର ସହିତ ବଞ୍ଚିବାକୁ ଚାହୁଁଥିଲେ ଶାନ୍ତିର ଜୀବନ। କିନ୍ତୁ ସମୁଦ୍ର ଗର୍ଭରେ ବେଶି ସମୟ ତିଷ୍ଟି ପାରିଲାନି ଜୀବନ ଡଙ୍ଗା।
ସମୁଦ୍ର ଉତ୍ତାଳ ଢେଉ ମାଡ଼ରେ ଅବ୍ଦୁଲ୍ଲାଙ୍କ ବଡ଼ପୁଅ ଗାଲୀବ ତାଙ୍କ ହାତରୁ ଖସିଗଲେ ସମୁଦ୍ର ଗର୍ଭକୁ। ତା ପରେ ତାଙ୍କ ପତ୍ନି ଓ ପରେ ସବୁଠୁ ସାନ, ଘରର ଗେହ୍ଲା ଏଲାନ୍ ବି ଗଳିପଡ଼ିଲା ଗଭୀର ସମୁଦ୍ରରେ।/odishatv-khabar/media/post_attachments/img/dynamic/41/590x/Alan-s-father-back-in-Syria-604590.jpg)
ଅବ୍ଦୁଲ୍ଲାଙ୍କୁ ଛାଡ଼ି ତାଙ୍କ ପରିବାରରେ ଆଉ କେହି ବଞ୍ଚିଲେନି। ଶେଷରେ ଏଲାନ୍ର ଶବ ତୁର୍କିର ବୋଡ୍ରମ ସମୁଦ୍ର କୂଳରେ ସତ୍କାର କରାଗଲା। ଏହାପରେ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଗଲା। ଅନେକ ରାଷ୍ଟ୍ର କାନାଡ଼ା ଉପରେ ସ୍ଥାନ ନଦେବାର ଅଭିଯୋଗ ମଧ୍ୟ ଲଗାଇଲେ। ଏମିତି ଚାଲିଲା ଅନେକ ପ୍ରତ୍ୟାରୋପ। ଏଲାନ୍ର ବାପା କିନ୍ତୁ ଚାହୁଁଥିଲେ ଶାନ୍ତି। ଆଉ ଏବେ ସେ ଇରାକ୍ରେ ଈରବୀ ସହରରେ ରହୁଥିବା ଜଣାପଡ଼ିଛି।
/odishatv-khabar/media/post_attachments/wp-content/uploads/2016/03/2473678.main_image.jpg)
ଘଟଣାରେ ଚାରି ବର୍ଷ ପରେ ଏଲାନ୍ଙ୍କ ପରିବାର ମୃତ୍ୟୁର ଦଣ୍ଡ ସ୍ୱରୂପ ତୁର୍କୀ କୋର୍ଟ ମାନବ ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ୧୨୫ ବର୍ଷର ଜେଲ୍ ଦଣ୍ଡ ଶୁଣାଇଲେ।
![]()
ତେବେ ଘଟଣାବହୁଳ ଏଇ ଜୀବନ ଏମିତି ତାଲିଥିବ। କିନ୍ତୁ ସମୟ ସହିତ ତୁର୍କିର ବୋଡ୍ରମ ସମୁଦ୍ର କୂଳରେ ଏଲାନ୍ର ଏମିତି ନିରବ ଶୟନ ସବୁଦିନ ପାଇଁ ସମସ୍ତଙ୍କ ମନରେ ଚିତ୍ର ପରି ଆଙ୍କି ହୋଇ ରହିଯିବ। ଏଲାନ୍ ସିନା ସମସ୍ତଙ୍କ ମନରେ ଜୀବୀତ ରହିବ କିନ୍ତୁ ଏ ମାନବ ସମାଜ ଜୀବୀତ ରହି ଏଲାନ୍ ମୃତ୍ୟୁରେ ନିଜକୁ ଦାୟୀ କରି ସବୁବେଳେ ଲଜ୍ଜ୍ୱିତ ହେଉଥିବ।
/odishatv-khabar/media/post_attachments/wikipedia/commons/8/81/Moments_of_Mourn_For_Alan_Kurdi_DI_September_2015.jpg)
ଫଟୋ ପଛର କାହାଣୀରେ ସେଗ୍ମେଣ୍ଟରେ ପଢ଼ନ୍ତୁ ଏହିସବୁ ରୋଚକ କାହାଣୀ-
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)