/odishatv-khabar/media/post_attachments/uploadimage/library/16_9/16_9_0/soomu-sood_1627367438.jpg)
soomu-sood
ଦିନେ ରିଲ୍ ଲାଇଫ୍ର ହୋରି ଥିବା ବଲିଉଡ୍ ଷ୍ଟାର୍ ସୋନୁ ସୁଦ୍ କରୋନା ସମୟରେ ସାଜିଥିଲେ ରିୟଲ ଲାଇଫ୍ ହିରୋ। କଳ୍ପନା ଦୁନିଆରେ ନାୟକ ହୋଇ ସେ ଯେତିକି ପ୍ରଶଂସା ସାଉଁଟି ନଥିଲେ ବାସ୍ତବ ଜୀବନରେ ନାୟକ ହୋଇ ତାଠୁ ଅନେକ ଭଲପାଇବା ପାଇଛନ୍ତି ସୋନୁ ସୁଦ।
କରୋନା ପରଠାରୁ ଗରିବ, ଅସହାୟ ଲୋକେ ସୋନୁ ସୁଦଙ୍କୁ ଭଗବାନ ଭଳି ପୂଜା କରୁଛନ୍ତି। କିଏ ସୋନୁ ସୁଦଙ୍କ ନାଁରେ ଦୋକାନ ଖୋଲିଲାଣି ତ ଆଉ କିଏ ହୋଟେଲ ଖୋଲି କାରବାର କରୁଛି। ଏମିତିକି ତାଙ୍କ ପ୍ରତିମୂର୍ତ୍ତୀ ଓ ମନ୍ଦିର ମଧ୍ୟ ତିଆରି ହୋଇଛି। ତେବେ ଆଜି ବି ଲୋକମାନଙ୍କୁ ସାହାଯ୍ୟ କରି ଆସୁଛନ୍ତି ଏହି ବଲିଉଡ ଅଭିନେତା। ବାସ୍ତବ ଜୀବନରେ ମହାନାୟକ ସାଜିଥିବା ଏହି ଷ୍ଟାର୍ଙ୍କର ଜୀବନ ଶୈଳୀ ପ୍ରକୃତରେ କେମିତି ? କେମିତିକା ଘରେ ସିଏ ରୁହନ୍ତି ? କଣ ସବୁ ଦୈନନ୍ଦିନ କାର୍ଯ୍ୟ ତାଙ୍କର ? ଏସବୁ ବିଷୟରେ ଆପଣ ଜାଣିଛନ୍ତି କି ?
[caption id="" align="aligncenter" width="700"]
ବେଡ୍ରୁମ୍ରେ ରିଲାକ୍ସ ମୁଡ୍ରେ ସୋନୁ[/caption]
ସୋନୁ ସୁଦଙ୍କ ଲାଇଫ ଷ୍ଟାଇଲ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କ ଘର ପଞ୍ଚତାରକା ହୋଟେଲରୁ କୌଣସି ଗୁଣରେ କମ ନୁହେଁ। ଫିଲ୍ମ ସିଟି ମୁମ୍ୱାଇର ଅନ୍ଧେରୀ ୱେଷ୍ଟ ଯମୁନା ନଗର ଲୋଖଣ୍ଡଵାଲାରେ ତାଙ୍କର ଏହି ବିଳସପୂର୍ଣ୍ଣ ଘର ରହିଛି। ଏହି ସୁନ୍ଦର ଓ ଆକର୍ଷଣୀୟ ଘରେ ନିଜ ପରିବାର ସହ ରହୁଛନ୍ତି ସୋନୁ।
ଘରର ଇଣ୍ଟରିୟର ଠାରୁ ଆରମ୍ଭ କରି ଆସବାବପତ୍ର ସବୁ କିଛି ଖାସ। ୨୬୦୦ ବର୍ଗଫୁଟର ଏହି ଘରେ ରହିଛି ସବୁ ପ୍ରକାର ସୁଖ ସୁବିଧା। ବେଡରୁମଗୁଡ଼ିକ ଲାଟେଷ୍ଟ ଟେକ୍ନୋଲୋଜିରେ ତିଆରି ହୋଇଥିବା ବେଳେ ଘରକୁ ବହୁତ ସୁନ୍ଦର ଭାବେ ସଜା ଯାଇଛି।
[caption id="" align="aligncenter" width="835"]
ସୋନୁ ସୁଦଙ୍କ ଠାକୁର ଘର (pic credit- patrika)[/caption]
ସୋନୁଙ୍କ ଡ୍ରିମ ହୋମରେ ଅନେକ ଡିଜାଇନର ସୋଫା ରହିଛି। ଯେଉଁଠାରେ ବସି ଜଣେ ଲୋକ ଘର ସହ ବାହାର ସୌନ୍ଦର୍ଯ୍ୟର ମଜା ନେଇପାରିବ। ସୋନୁ ସୁଦଙ୍କ ଏହି ଘରେ ଏକ ସ୍ୱିମିଙ୍ଗ ପୁଲ ମଧ୍ୟ ରହିଛି। ଯେଉଁଠାରେ ଅନେକ ସମୟ ବିତାନ୍ତି ସୋନୁ ଓ ତାଙ୍କ ପରିବାର। ଆଉ ସୋନୁ ସୁଦଙ୍କ ଲିଭିଂ ରୁମ ଦେଖିଲେ ଆଖି ଲାଗିଯିବ। ଇଟାଲିୟନ ଫ୍ଲୋରିଂର ଲିଭିଂ ରୁମ କାନ୍ଥରେ ଲଗାଯାଇଛି ସିଲ୍କ ୱାଲପେପର। ଯାହାକି ଘରକୁ ଆହୁରି ସୁନ୍ଦର କରି ଦେଉଛି।
ସୋନୁ ଶୋଭାବରେ ଈଶ୍ୱର ପରାୟଣ। ବହୁତ ଧାର୍ମିକ। ଭଗବାନଙ୍କ ଉପରେ ତାଙ୍କର ଗଭୀର ଆସ୍ଥା ଓ ବିଶ୍ୱାସ ରହିଛି। ସେଥିପାଇଁ ସେ ନିଜ ଘରେ ଏକ ବଡ଼ ଠାକୁର ଘର ତିଆରି କରିଛନ୍ତି। ଯେଉଁଠି ସୋନୁ ପରିବାର ସହ ମିଶି ଭଗବାନଙ୍କୁ ଆରାଧନା କରନ୍ତି। ସୋନୁ ସୁଦଙ୍କର ଦୁଇ ପୁଅ ମଧ୍ୟରୁ ଜଣଙ୍କ ବୟସ ୬ ବର୍ଷ। ସେ ଫୁଟବଲକୁ ବହୁତ ପସନ୍ଦ କରୁଥିବାରୁ ପୁଅର ଆଲମାରୀରେ ପର୍ତ୍ତୁଗାଲର ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଏକ ଫଟୋ ତିଆରି ହୋଇଛି। ଏହି ଫଟୋ ଉପରେ ଇଂରାଜୀରେ ଲେଖାଯାଇଛି Aim for your goals।
[caption id="" align="aligncenter" width="1024"]
ସୋନୁ ସୁଦଙ୍କ ଘର ଭିତର ଡିଜାଇନ୍[/caption]
ବଲିଉଡ ଅଭିନେତା ସୋନୁ ସୁଦ ନିଜ ଘରକୁ ବାସ୍ତୁଶାସ୍ତ୍ର ଓ ପରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡିଜାଇନ କରିଛନ୍ତି। ଲିଭିଂ ରୁମରେ ମନୋରଞ୍ଜନ ପାଇଁ ଭିନ୍ନ ଭିନ୍ନ ବ୍ୟବସ୍ଥା ରହିଛି। ଅଧିକାଶଂ ସମୟ ସୋନୁ ସୁଦ ନିଜ ପରିବାର ସହ ଏଠାରେ ସମୟ କାଟନ୍ତି।
ଘରର ଅନେକ ସ୍ଥାନରେ ସୋନୁ ସୁଦ କାଚ ବ୍ୟବହାର କରିଛନ୍ତି। ଯେଉଁଥିପାଇଁ ତାଙ୍କ ଘର ବିଶାଳ ଦେଖାଯାଉଛି। ଖାଲି ଘର ନୁହେଁ, ଘରର ଛାତକୁ ମଧ୍ୟ ସୁନ୍ଦର ଭାବେ ସଜାଇଛନ୍ତି ସୋନୁ ସୁଦ। ଛାତ ଉପରକୁ ଅନେକ ଡିଜାଇନ କରାଯାଇଥିବା ଦେଖିବାକୁ ମିଳୁଛି।
ସବୁବେଳେ ବିନ୍ଦାସ ଅନ୍ଦାଜରେ ନଜର ଆସୁଥିବା ସୋନୁ ସୁଦ ନିଜ ଲାଇଫ ଷ୍ଟାଇଲକୁ ଶାନଦାର ଷ୍ଟାଇଲରେ ମେଣ୍ଟେନ କରି ଆସୁଛନ୍ତି। ଏବେ ନିଜର ଘର ଡିଜାଇନକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ରିୟଲ୍ ଲାଇଫ୍ ହିରୋ ସୋନୁ ସୁଦ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)