Advertisment

ବଜାରକୁ ଆସିବ ମଣିଷ ହାର୍ଟ ! ମାର୍ଚ୍ଚ ପରେ ବିକ୍ରି ନେଇ ସୂଚନା ଦେଲା କାର୍ମାତ୍‌

ଆପଣ ହୃଦୟ କିଣିବାକୁ ଚାହୁଁଛନ୍ତି କି ?  ଏଣିକି କିଣି ପାରିବେ ?  କିନ୍ତୁ ପ୍ରାକୃତିକ ହୃଦୟ ନୁହେଁ, କୃତ୍ରିମ ହୃଦୟ କିଣିପାରିବେ। ୟୁରୋପୀୟ ରେଗୁଲେଟରମାନେ କୃତ୍ରିମ ହୃଦୟ ବିକ୍ରିକୁ ଅନୁମୋଦନ କରିଛନ୍ତି। କାର୍ମାତ ନାମକ ଏକ କମ୍ପାନୀ ଏହି ହୃଦୟ…

author-image
Chandan Shishu
ଅଦ୍ୟତନ ହୋଇଛି
ବଜାରକୁ ଆସିବ ମଣିଷ ହାର୍ଟ ! ମାର୍ଚ୍ଚ ପରେ ବିକ୍ରି ନେଇ ସୂଚନା ଦେଲା କାର୍ମାତ୍‌

heart

ଆପଣ ହୃଦୟ କିଣିବାକୁ ଚାହୁଁଛନ୍ତି କି ?  ଏଣିକି କିଣି ପାରିବେ ?  କିନ୍ତୁ ପ୍ରାକୃତିକ ହୃଦୟ ନୁହେଁ, କୃତ୍ରିମ ହୃଦୟ କିଣିପାରିବେ। ୟୁରୋପୀୟ ରେଗୁଲେଟରମାନେ କୃତ୍ରିମ ହୃଦୟ ବିକ୍ରିକୁ ଅନୁମୋଦନ କରିଛନ୍ତି। କାର୍ମାତ ନାମକ ଏକ କମ୍ପାନୀ ଏହି ହୃଦୟ ବିକ୍ରି ପାଇଁ ଅନୁମତି ପାଇଛି। ପ୍ରଥମ ଥର ପାଇଁ କୃତ୍ରିମ ହୃଦୟ ବିକ୍ରି ହେବ। କାର୍ମାତ କମ୍ପାନୀ ୨୭ ବର୍ଷ ଧରି ଚଳାଇଥିବା ଗବେଷଣାରେ ସଫଳତା ହାସଲ କରିଛି।

Advertisment

କାର୍ମାତ କମ୍ପାନୀ ଏହି କୃତ୍ରିମ ହୃଦୟକୁ ବର୍ତ୍ତମାନ ପାଇଁ ୟୁରୋପରେ ବିକ୍ରି କରିପାରିବ। ଅର୍ଥାତ ଯେଉଁ ରୋଗୀମାନଙ୍କର ହୃଦୟ ଅଚଳ ହୋଇ ଶେଷ ଅବସ୍ଥାକୁ ଚାଲିଆସୁଛି ବା ହାର୍ଟ ଫେଲୁଅର୍ ହେଉଛି ସେମାନଙ୍କ ଶରୀରରେ ଏହି କୃତ୍ରିମ ହୃଦୟ ଟ୍ରାନ୍ସପ୍ଲାଣ୍ଟ ବା ପ୍ରତିରୋପଣ ହୋଇପାରିବ। ସର୍ଜନ ତଥା ହାର୍ଟ ଭାଲ୍‌ବ ଉଦ୍ଭାବକ ଆଲେନ କାର୍ପେଣ୍ଟିଅର୍ ୧୯୯୩ ମସିହାରେ ଫ୍ରାନ୍ସର ଶିଳ୍ପପତି ଜିନ୍ ଲକ୍ ଲାଗାଡିଅରଙ୍କୁ ଏହି କୃତ୍ରିମ ହୃଦୟ ତିଆରି କରିବାକୁ ପ୍ରସ୍ତାବ ଦେଇଥିଲେ । ଲାଗାଡିଅର୍ ଲାବୋରେଟୋରୀର ବ୍ୟବସ୍ଥା କରିବା ସହ କାର୍ପେଣ୍ଟିଅରଙ୍କୁ ତାଙ୍କ ମାତ୍ରା ମିସାଇଲ୍ କମ୍ପାନୀର କେତେଜଣ ଇଞ୍ଜିନିଅରଙ୍କୁ ଦେଇଥିଲେ। ପ୍ରତି ବର୍ଷ ଏହି ପ୍ରକଳ୍ପର ସଂପ୍ରସାରଣ କରିଥିଲେ । ପରେ ମାତ୍ରାର ମିଶ୍ରଣ କରାଇଥିଲେ । ଏବେ ମାତ୍ରା ଏୟାରବସ୍ ଏସଇର ଏକ ଅଂଶ ହୋଇରହିଛି। କାର୍ମାତ କମ୍ପାନୀ ନିରେ ଲାଗାଡିଅରଙ୍କର ୧୩ ପ୍ରତିଶତ ଅଂଶଧନ ଥିଲାବେଳେ କାର୍ପେଣ୍ଟିଅରଙ୍କର ୫.୩ ପ୍ରତିଶତ ଅଂଶଧନ ରହିଛି।

ଏହି ଅନୁମତି ପାଇବା ପାଇଁ କାର୍ମାତ କମ୍ପାନୀକୁ ୧୦ ବର୍ଷ ଲାଗିଛି । ଏହି କମ୍ପାନୀର ଚିଫ୍ ଏକଜିକ୍ୟୁଟିଭ୍ ଅଫିସର ଷ୍ଟିଫେନ୍ ପିଆଟ୍ କହିଛନ୍ତି ଯେ, ଏହା ଏକ ରେକର୍ଡ , ଏହା ଏକ ଜଟିଳ ଡିଭାଇସ୍ ବା ଉପକରଣ। ଆମକୁ ଡାକ୍ତର ଓ ମେଡିକାଲ୍ ସେଣ୍ଟର ଗୁଡିକ ସହ କାମ କରିବାର ଅଛି। ଆମେ ଆମର ଥେରାପୀ ଦେବୁ। ରୋଗୀମାନଙ୍କ ଉପରେ ଆମର ଫୋକସ୍ ରହିବ। ଖୁବ୍ ଶୀଘ୍ର କମ୍ପାନୀ ଅଧିକ ସଂଖ୍ୟାରେ କୃତ୍ରିମ ହୃଦୟ ତିଆରି କରିବାକୁ ଯୋଜନା କରୁଛି। ଜାନୁଆରୀ ମାସରୁ ସେକେଣ୍ଡ ଶିଫ୍ଟରେ ମଧ୍ୟ ପ୍ରଡକ୍ସନ ହେବ।

Advertisment

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

ଏହାରି ତିଆରି ଅତି ସୂକ୍ଷ୍ମ ଓ ଏହା ବଜାରରେ ସଫଳ ହେବ ବୋଲି ସିଇଓ ଷ୍ଟିଫେନ୍ କହିଛନ୍ତି। ଗତ ୪ ବର୍ଷ ଧରି ସେ ଏହି ପ୍ରକଳ୍ପର ମୁଖ୍ୟ ଭାବେ କାମ କରୁଛନ୍ତି । ଜଣେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ୨୦୩୦ ସୁଦ୍ଧା ଏହାର ବାର୍ଷିକ ବ୍ୟବସାୟ ୭୦୦ ମିଲିଅନ୍ ୟୁରୋରେ ପହଞ୍ଚିବ। ହେଲ୍ଥ ସେକ୍ଟର ବା ମେଡିକାଲରେ ଏହାର ବହୁତ ଚାହିଦା ରହିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ମାର୍ଚ୍ଚ ମାସ ପରେ ଏହି କୃତ୍ରିମ ହୃଦୟର ବିକ୍ରି ଆରମ୍ଭ ହେବ

ବିକ୍ରି  ଅନୁମତି ପାଇବା ପରେ ୟୁରୋପୀୟ ଷ୍ଟକ ମାର୍କେଟରେ କଂପନିର ଶେୟାର ମୂଲ୍ୟ ବହୁତ ବଢିଯାଇଛି । ୨୦୧୩ ମେ ମାସ ପରେ ଇଣ୍ଟ୍ରା ଡେ ରେ  ଏହା ବହୁତ ଉପରକୁ ଉଠିଯାଇଛି । ଚଳିତ ବର୍ଷ କାର୍ମାତ କଂପନିର  ଶେୟାର୍ ୬୬ ପ୍ରତିଶତ ବଢିଛି । କଂପନିର ମାର୍କେଟ ମୂଲ୍ୟ ୪୦୭ ମିଲିଅନ୍ ୟୁରୋରେ ପହଞ୍ଚିଛି।

Health Care
Advertisment
Advertisment