Advertisment

ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ମୟୂରଭଞ୍ଜ: ସୁନ୍ଦର ପରିବେଶ  ଆଉ ତା ସାଙ୍ଗକୁ ସୁନ୍ଦର ଶ୍ରେଣୀ ଗୃହ। ଘରର କାନ୍ଥରେ ସୁନ୍ଦର ଫଟୋଚିତ୍ର। ତାସହ ସ୍କୁଲ୍‌ରେ ରହିଛି ସୁନ୍ଦର ସୁନ୍ଦର ପାଠ୍ୟ ଉପକରଣ। ମୟୂରଭଞ୍ଜ ଜିଲ୍ଲାର କୁଳିଆଣା ବ୍ଲକ ଦୁଵିଲାବେଡା ମାତୃଭାଷା ଭିତ୍ତିକ ବହୁଭାଷୀ ସ୍କୁଲରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଶ୍ରେଣୀଗୃହ ବାହାରେ ଏକତ୍ର ହୋଇ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତିଆରି କରୁଛନ୍ତି ବିଭିନ୍ନ ପାଠ୍ୟ ଉପକରଣ। ନିକିତି, ବଟକରା, ଧନୁତୀର, ଶଗଡ଼ଗାଡି, ବିଭିନ୍ନ ପ୍ରକାରର ଶସ୍ୟ ଆଉ ତା ସାଙ୍ଗକୁ […]

author-image
Biswobandita Swain
ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

Teacher

ମୟୂରଭଞ୍ଜ: ସୁନ୍ଦର ପରିବେଶ  ଆଉ ତା ସାଙ୍ଗକୁ ସୁନ୍ଦର ଶ୍ରେଣୀ ଗୃହ। ଘରର କାନ୍ଥରେ ସୁନ୍ଦର ଫଟୋଚିତ୍ର। ତାସହ ସ୍କୁଲ୍‌ରେ ରହିଛି ସୁନ୍ଦର ସୁନ୍ଦର ପାଠ୍ୟ ଉପକରଣ। ମୟୂରଭଞ୍ଜ ଜିଲ୍ଲାର କୁଳିଆଣା ବ୍ଲକ ଦୁଵିଲାବେଡା ମାତୃଭାଷା ଭିତ୍ତିକ ବହୁଭାଷୀ ସ୍କୁଲରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଶ୍ରେଣୀଗୃହ ବାହାରେ ଏକତ୍ର ହୋଇ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତିଆରି କରୁଛନ୍ତି ବିଭିନ୍ନ ପାଠ୍ୟ ଉପକରଣ। ନିକିତି, ବଟକରା, ଧନୁତୀର, ଶଗଡ଼ଗାଡି, ବିଭିନ୍ନ ପ୍ରକାରର ଶସ୍ୟ ଆଉ ତା ସାଙ୍ଗକୁ ବାଉଁଶ ଓ କାଠରେ ନିର୍ମିତ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଏଠାରେ ରହିଛି। ଖାଲି ଏତିକି ନୁହଁ, ଶିକ୍ଷକ ମନେ ନିଜ ହାତରେ ରଙ୍ଗ ତୂଳୀରେ ତିଆରି କରୁଛନ୍ତି ଅକ୍ଷର ଚିହ୍ନିବା ବିଭିନ୍ନ ଡଟ୍ ଓ ସାମଗ୍ରୀ।

Advertisment

ଏହିସବୁ ସାମଗ୍ରୀ କେବଳ ଓଡ଼ିଆ ନୁହଁ ବରଂ  ସାନ୍ତାଳୀ, ମୁଣ୍ଡା ଏବଂ ହୋ ଭାଷାର ଏହି ଲିପି ରହିଛି। ଏହିପରି ୪୦ ପ୍ରକାର ସାମଗ୍ରୀ ଏଠାରେ ତିଆରି କରାଯାଇଛି। ଆଦିବାସୀ ପିଲା ମାନଙ୍କ ପାଠପଢ଼ାରେ ସୃଷ୍ଟି ହେଉଥିବା ଭାଷାଗତ ସମସ୍ୟା ଦୂର ଲାଗି ଏମିତି ଏକ ପ୍ରୟାସ ହୋଇଛି। କୋଭିଡରେ ସ୍କୁଲ ଛୁଟି ରହିଛି।  ଘରେ ନବସି ୨୫ଦିନ ଧରି ମୟୂରଭଞ୍ଜ ଜିଲ୍ଲାର ୫ଟି ଭିନ୍ନ ଭିନ୍ନ କ୍ୟାମ୍ପ କରି ଏହି ସ୍କୁଲ୍‌ର ଏମ.ଏଲ.ଇ. ଶିକ୍ଷକ ମାନେ ଏହିଭଳି ଅଭିନବ କାର୍ଯ୍ୟରେ ଲାଗିପଡିଛନ୍ତି।

ଶିକ୍ଷକ ମାନଙ୍କ ଏହିଭଳି ପ୍ରୟାସ ପ୍ରାଥମିକ ଶ୍ରେଣୀର ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଭାଷାଭିତ୍ତିକ ସମସ୍ୟାରୁ ଦୂରକରିବ ଓ ଛାତ୍ରଛାତ୍ରୀଙ୍କ ମନରେ ପଢିବା ପାଇଁ ଆଗ୍ରହ ସୃଷ୍ଟି କରିବ ବୋଲି ଲକ୍ଷ ରଖାଯାଇଛି। ସ୍କୁଲ୍‌ ଖୋଲିଲେ ଛାତ୍ରଛାତ୍ରୀଙ୍କୁ ନୂତନ କୌଶଳରେ ପଢ଼ାଇବା ନେଇ ଏମାନଙ୍କର ଲକ୍ଷ ରହିଛି।

Advertisment
Advertisment
Advertisment