Advertisment

ଗ୍ଲାମର ଦୁନିଆ ଛାଡ଼ି ହଠାତ୍‌ ବାଛିନେଲେ ସନ୍ୟାସୀ ଜୀବନ; କିଏ ଏହି ଫେମସ୍‌ ଫେସନ୍‌ ଡିଜାଇନର ?

ନୂଆଦିଲ୍ଲୀ: ପ୍ରଥମେ ଜଣେ ଫ୍ୟାସନ୍‌ ଡିଜାଇନର ଭାବେ ସାରା ଭାରତରେ ପରିଚୟ ସୃଷ୍ଟି କଲେ। ପରେ ଭାରତର ସଂସ୍କୃତି ଓ ପରିଧାନକୁ ସାରା ବିଶ୍ୱରେ ପରିଚିତ କରାଇଲେ। ତା’ପରେ ପୁଅଙ୍କ ସହ ମିଶି ୧୯୮୦ରେ ଭାରତରେ ପ୍ରଥମ ଶାଢ଼ି ବୁଟିକ ଲଞ୍ଚ କଲେ। ଏବଂ ୧୦୮୬ ବେଳକୁ ଏହା ଏକ ପେମସ୍‌ ଫ୍ୟାସନ୍ ବ୍ରାଣ୍ଡରେ ପରିଣତ ହୋଇଯାଇଥିଲା। ତେଣୁ ତାଙ୍କୁ ସଫଳ ବ୍ୟବସାୟୀ ବୋଲି କହିଲେ ବି ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଝିଲ୍‌ମିଲ୍‌ ଦୁନିଆର ଚାକଚକ୍ୟ […]

author-image
Abinash Pati
ଗ୍ଲାମର ଦୁନିଆ ଛାଡ଼ି ହଠାତ୍‌ ବାଛିନେଲେ ସନ୍ୟାସୀ ଜୀବନ; କିଏ ଏହି ଫେମସ୍‌ ଫେସନ୍‌ ଡିଜାଇନର ?

atya-Paul-L=KO

ନୂଆଦିଲ୍ଲୀ: ପ୍ରଥମେ ଜଣେ ଫ୍ୟାସନ୍‌ ଡିଜାଇନର ଭାବେ ସାରା ଭାରତରେ ପରିଚୟ ସୃଷ୍ଟି କଲେ। ପରେ ଭାରତର ସଂସ୍କୃତି ଓ ପରିଧାନକୁ ସାରା ବିଶ୍ୱରେ ପରିଚିତ କରାଇଲେ। ତା'ପରେ ପୁଅଙ୍କ ସହ ମିଶି ୧୯୮୦ରେ ଭାରତରେ ପ୍ରଥମ ଶାଢ଼ି ବୁଟିକ ଲଞ୍ଚ କଲେ। ଏବଂ ୧୦୮୬ ବେଳକୁ ଏହା ଏକ ପେମସ୍‌ ଫ୍ୟାସନ୍ ବ୍ରାଣ୍ଡରେ ପରିଣତ ହୋଇଯାଇଥିଲା। ତେଣୁ ତାଙ୍କୁ ସଫଳ ବ୍ୟବସାୟୀ ବୋଲି କହିଲେ ବି ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଝିଲ୍‌ମିଲ୍‌ ଦୁନିଆର ଚାକଚକ୍ୟ ଜୀବନ। ଗ୍ଲାମର ଲେନ୍‌ର ସେହି ପରିଚିତ  ଚେହେରା ଦିନେ ହଠାତ୍‌ ପାଲଟି ଗଲେ ସନ୍ୟାସୀ। ଗ୍ଲାମର ଲେନ୍‌ ଛାଡ଼ି ଆଶ୍ରମରେ ବିତାଇଲେ ଜୀବନ। କିଏ ସେହି ପ୍ରଖ୍ୟାତ ଫେସନ୍‌ ଡିଜାଇନର ଆସନ୍ତୁ ଜାଣିବା ?  i.guim.co.uk/img/media/699a0e82a0adbbf260a966b5...

Advertisment

ଆମେ କହୁଛୁ ପ୍ରଖ୍ୟାତ ଫ୍ୟାଶନ୍‌ ଡିଜାଇନର ସତ୍ୟ ପଲ୍‌ଙ୍କ କଥା‌। ଚଳିତ ବର୍ଷ ଜାନୁଆରୀ ୮ ତାରିଖରେ ତାଙ୍କର ପରଲୋକ ହୋଇଛି। ୭୮ ବର୍ଷରେ କୋଏମ୍ବାତୁରରେ ଇଶା ଯୋଗ ସେଣ୍ଟରରେ ତାଙ୍କର ବିୟୋଗ ହୋଇଥିଲା। ସତ୍ୟଙ୍କ ପୁଅ ପୁନୀତ ନନ୍ଦ ଏ ବିଷୟରେ ସୂଚନା ଦେଇଥିଲେ।

ସତ୍ୟ ପଲ୍‌ଙ୍କ ସମ୍ପର୍କରେ ସୂଚନା ଦେଇ ପୁନୀତ ଫେସ୍‌ବୁକରେ ଲେଖିଥିଲେ “ ଏହା ଅନେକ ଲୋକ ଜାଣି ନାହାନ୍ତି ଯେ ସତ୍ୟ ଜଣେ ଡିଜାଇନର ଓ ଜଣେ ଉଦ୍ୟୋଗୀ ହୋଇ ବି ସେ ଜଣେ ସାଧକ ଭାବରେ ରହୁଥିଲେ। ୭୦ ବର୍ଷ ଜୀବନକାଳ ମଧ୍ୟରେ ତାଙ୍କର ସନ୍ୟାସୀ ଯାତ୍ରା ଜେ କୃଷ୍ଣମୂର୍ତ୍ତି ଦିଗ୍‌ଦର୍ଶନରେ ଆରମ୍ଭ ହୋଇଥିଲା। ପରେ ସେ ଓଶୋଙ୍କ ଠାରୁ ସନ୍ୟାସ ଗ୍ରହଣ କରିଥିଲେ। କିନ୍ତୁ ୧୯୯୦ ଓଶୋଙ୍କ ବିୟୋଗ ପରେ ସେ ଅନ୍ୟ କାହାକୁ ଗୁରୁ ଭାବେ ଗ୍ରହଣ କରିନଥିଲେ। ୨୦୦୭ରେ ତାଙ୍କର ସଦ୍‌ଗୁରୁଙ୍କ ସହିତ ସାକ୍ଷାତ ହୋଇଥିଲା। ଏହାପରେ ସେ ତୁରନ୍ତ ଯୋଗର ରାସ୍ତାକୁ ବାଛି ନେଇ ୨୦୧୫ରେ ଇଶା ଯୋଗ କେନ୍ଦ୍ରକୁ ଚାଲିଆସିଥିଲେ। ଆଧ୍ୟାତ୍ମିକ ଦିଗରେ ଜୀବନଯାପନ କରିବାକୁ ଚାହୁଁଥିବା ଅନେକ ଲୋକଙ୍କ ପାଇଁ ସେ ଥିଲେ ପ୍ରବେଶ ଦ୍ୱାର। ଏବଂ ଗୁରୁମାନେ ମଧ୍ୟ ତାଙ୍କୁ ଖୁବ୍ ଭଲପାଉଥିଲେ।”

Advertisment

Satya Paul Death| Iconic fashion designer Satya Paul passes away at 79

ସତ୍ୟଙ୍କ ବ୍ୟବସାୟ ଜୀବନ

୧୯୬୦ ମସିହା ପ୍ରଥମେ ଖୁଚୁରା ବ୍ୟବସାୟରେ ପାଦ ରଖିଥଲେ ସତ୍ୟ ପଲ। ଏହି ବ୍ୟବସାୟରେ ଭାରତୀୟ ହସ୍ତତନ୍ତ ଉତ୍ପାଦକୁ ଆମେରିକା ଓ ୟୁରୋପକୁ ରପ୍ତାନୀ କରିବା ଆରମ୍ଭ କରି ଦେଇଥିଲେ। ସେ ତାଙ୍କ ପୁଅଙ୍କ ସହିତ ମିଶି ୧୯୮୦ରେ ଭାରତରେ ପ୍ରଥମ ଶାଢ଼ି ବୁଟିକ ଲଞ୍ଚ କରିଥିଲେ। ଏବଂ ୧୦୮୬ ବେଳକୁ ଏହା ଏକ ପେମସ୍‌ ଫ୍ୟାସନ୍ ବ୍ରାଣ୍ଡରେ ପରିଣତ ହୋଇଯାଇଥିଲା। ସତ୍ୟ ପଲ୍‌ ଲେବଲ ତାଙ୍କର ଭିନ୍ନ ପ୍ରିଣ୍ଟିଂ ପାଇଁ ଜଣାଶୁଣା। ତାଙ୍କ ଉତ୍ପାଦିତ ସାମଗ୍ରୀ ମଧ୍ୟରେ ଶାଢ଼ି, ସ୍କାର୍ଫ, ଓଢ଼ଣୀ,ଶଲ୍, ବ୍ୟାଗ, କପଡ଼ା, ଟାଏ, କଫ୍ଲିଂସ୍ ଏବଂ ପର୍ସ ଅନ୍ୟତମ।

publive-image୨୦୨୦ ମସିହା ଡିସେମ୍ବର ୨ ତାରିଖରେ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ ସତ୍ୟପାଲ। ଏହାପରେ  ତାଙ୍କ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଧୀରେ ଧୀରେ ସେ ସୁସ୍ଥ ହେବା ପରେ ତାଙ୍କୁ ଇଶା ଯୋଗ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା। କାରଣ ସତ୍ୟ ୨୦୧୫ରୁ ନିଜ ଇଚ୍ଛାରେ ଏହି ଯୋଗ ସେଣ୍ଟରରେ ରହି ଆସୁଥିଲେ। ଶେଷରେ ଜାନୁଆରୀ ୮ ତାରିଖରେ ସେହି ଆଶ୍ରମରେ ହିଁ ତାଙ୍କର ବିୟୋଗ ହୋଇଥିଲା।

Advertisment
Advertisment