/odishatv-khabar/media/post_attachments/uploadimage/library/16_9/16_9_0/pic-1_1625157303.jpg)
pic-1
ଯାଜପୁର: ଦୀର୍ଘଦିନ ଧରି ଦେଶର ସେବା କରିବା ପରେ ଏବେ ଯୁବପିଢିଙ୍କୁ ତାଲିମ ଦେବାରେ ବ୍ୟସ୍ତ ରହିଛନ୍ତି ଅବସରପ୍ରାପ୍ତ ସିଆଇଏସଏଫ୍ ଅଫିସର ଅଖତର ହୁସେନ ଖାଁ। ସେ ପ୍ରତିଦିନ ଯାଜପୁରର ବ୍ରହ୍ମବରଦା କଲେଜରେ ପ୍ରାୟ ୪୦ରୁ ସ୍ଥାନୀୟ ଯୁବକଙ୍କୁ ଫିଟନେସ ଟ୍ରେନିଂ ଦେଉଛନ୍ତି। ଏଥିପାଇଁ କିନ୍ତୁ ସେ ଟଙ୍କାଟିଏ ବି ପାରଶ୍ରମିକ ନିଅନ୍ତି ନାହିଁ। କେବଳ ଏତିକି ନୁହେଁ ସପ୍ତାହକୁ ୪ଦିନ ଯୁବକମାନଙ୍କୁ ଫିଟନେସ୍ ଟ୍ରେନିଂ ସହ ଗୋଟିଏ ଦିନ ଯୋଗ, ପ୍ରାଣାୟାମ ଶିଖାଇଥାନ୍ତି।
ରବିବାର କିମ୍ବା ଛୁଟି ଦିନରେ ବିଭିନ୍ନ ମନ୍ଦିର, ମସଜିଦ କିମ୍ବା ସ୍କୁଲ ପରିସରକୁ ଯାଇ ଅଖତରଙ୍କ ନେତୃତ୍ୱରେ ଯୁବକମାନେ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥାନ୍ତି।
ଯାଜପୁର ରସୁଲପୁର ବ୍ଲକ ବ୍ରହ୍ମବରଦା ଅଞ୍ଚଳର ଅଖତର ହୁସେନ। ବୟସ ୬୪ ବର୍ଷ। ୨୦୧୮ ମସିହାରେ ଅଖତର ଅବସର ନେବା ପରେ ଗାଁକୁ ଫେରିଥିଲେ। ଏହାପରେ ସ୍ଥାନୀୟ ଯୁବକମାନଙ୍କୁ ସମାଜପ୍ରତି କର୍ତ୍ତବ୍ୟ ଓ ଦେଶପ୍ରେମର ଭାବନା ଜାଗ୍ରତ କରିବାକୁ ସେ ଆରମ୍ଭ କରିଥିଲେ ପ୍ରୟାସ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମବରଦା କଲେଜ ପଡିଆରେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ପ୍ରଥମେ ଯୁବପିଢି ଟ୍ରେନିଂ ନେବାକୁ ଅମଙ୍ଗ ହେଉଥିଲେ ମଧ୍ୟ ପରେ ଅଧିକ ସଂଖ୍ୟାରେ ଯୁବକ ଏଥିରେ ସାମିଲ ହୋଇଥିଲେ। ତାଙ୍କରି ଠାରୁ ତାଲିମ ପାଇ ଅନେକ ଯୁବକ ଏବେ ପୋଲିସ ଓ ସେନାରେ ଭର୍ତ୍ତି ହୋଇଛନ୍ତି । ତେବେ କେବଳ ଚାକିରି ନୁହେଁ, ଯୁବପିଢି କିପରି ଶୃଙ୍ଖଳିତ ନାଗରିକ ଭାବେ ସମାଜରେ ପ୍ରତିଷ୍ଠିତ ହୋଇପାରିବେ ସେଥିପାଇଁ ମଧ୍ୟ ଅଖତର ପ୍ରୟାସ କରିଥାନ୍ତି। ସପ୍ତାହକୁ ଗୋଟିଏ ଦିନ ଯୁବପିଢି ମନ୍ଦିର, ମସଜିଦ, ସ୍କୁଲ, ମାଦ୍ରାସା ପରିସରକୁ ସଫା କରିଥାନ୍ତ॥
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)