Puri
ପୁରୀ: କରୋନା ପାଇଁ ଜଗତର ନାଥ ଜଗନ୍ନାଥଙ୍କର ଦର୍ଶନ ମିଳୁନି। ସମୁଦ୍ର କୂଳକୁ ଯିବା ପାଇଁ ଯଦିଓ ଅନୁମତି ମିଳିଯାଇଛି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ମନା ହୋଇଛି। ଏହି ସମୟରେ ଜଣେ ଯୁବକ ଦିଆସିଲି କାଠିରେ ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରିଛନ୍ତି।
ପୁରୀ କୁମ୍ଭାରପଡ଼ା ଅଞ୍ଚଳର ଯୁକ୍ତ ତିନି ପ୍ରଥମ ବର୍ଷରେ ପଢୁଥିବା ଛାତ୍ର ଶାଶ୍ୱତ ରଞ୍ଜନ ସାହୁ ୭୮୮୧ ଖଣ୍ଡ ଦିଆସିଲି କାଠିରେ ର୍ନିମାଣ କରିଛନ୍ତି ଜଗନ୍ନାଥଙ୍କ ମୂର୍ତ୍ତି। ଯେଉଁଥିପାଇଁ ଆଖ ପାଖ ଲୋକ ତାଙ୍କର ଢେର୍ ପ୍ରଶଂସା କରିଛନ୍ତି।
ଏହି ମୂର୍ତ୍ତିର ଓସାର ୧୭ ଇଞ୍ଚ୍ ଥିବାବେଳେ ଉଚ୍ଚତା ୧୫ ଇଞ୍ଚ୍ ରହିଛି। ଏଥିସହ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇବା ପାଇଁ ଆବେଦନ କରିଛନ୍ତି । ମହାମାରୀ କରୋନା ଯୋଗୁଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଛି। ଏଣୁ କାଳିଆ ଠାକୁରଙ୍କୁ ଦର୍ଶନ ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ସେ ନିବେଦନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Puri-1_1625186748.jpg)