Advertisment

ଆଇସ୍‌କ୍ରିମ୍‌ କାଠିରେ ତିଆରି ହେଇଛି ମା' ଦୁର୍ଗାଙ୍କ ପ୍ରତିମୂର୍ତ୍ତି

ପୁରୀ: ଶିଳ୍ପୀର ହାତ କେତେବେଳେ ନନ୍ଦିଘୋଷ ରଥରେ ଶ୍ରୀଜଗନ୍ନାଥଙ୍କୁ ବିରାଜମାନ କରେ ତ କେତେବେଳେ ବିଦ୍ୟାଦାତା ଗଣେଶଙ୍କ ମୂର୍ତ୍ତ ଗଢେ। ଏବେ ଶାରଦୀୟ ଦୁର୍ଗା ପୂଜା ଅବସରରେ ଜଣେ ଶିଳ୍ପୀ ଅଛନ୍ତି ଯେ ଆଇସ୍‌କ୍ରିମ୍‌ କାଠିରେ ମାଆ ଦୁର୍ଗାଙ୍କ ପ୍ରତିମୂର୍ତ୍ତି କରିଛନ୍ତି। ଦଶହରାରେ ମାଆଙ୍କ ଦର୍ଶନ ହେଇପାରୁନି। ଚଳିତ ବର୍ଷ ଦଶହରାରେ ମାଆଙ୍କ ମୂର୍ତ୍ତି କରି ଏହି ଶିଳ୍ପୀ ଜଣଙ୍କ ମହିଷାସୁର ରୂପୀ କରୋନାକୁ ବଧ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ପୁରୀର ବିଶ୍ୱଜିତ ନାୟକ ୬ଦିନର […]

author-image
Biswobandita Swain
ଆଇସ୍‌କ୍ରିମ୍‌ କାଠିରେ ତିଆରି ହେଇଛି ମା' ଦୁର୍ଗାଙ୍କ ପ୍ରତିମୂର୍ତ୍ତି

7am-DURGA-IN-ICE-CREAM-STICK

ପୁରୀ: ଶିଳ୍ପୀର ହାତ କେତେବେଳେ ନନ୍ଦିଘୋଷ ରଥରେ ଶ୍ରୀଜଗନ୍ନାଥଙ୍କୁ ବିରାଜମାନ କରେ ତ କେତେବେଳେ ବିଦ୍ୟାଦାତା ଗଣେଶଙ୍କ ମୂର୍ତ୍ତ ଗଢେ। ଏବେ ଶାରଦୀୟ ଦୁର୍ଗା ପୂଜା ଅବସରରେ ଜଣେ ଶିଳ୍ପୀ ଅଛନ୍ତି ଯେ ଆଇସ୍‌କ୍ରିମ୍‌ କାଠିରେ ମାଆ ଦୁର୍ଗାଙ୍କ ପ୍ରତିମୂର୍ତ୍ତି କରିଛନ୍ତି। ଦଶହରାରେ ମାଆଙ୍କ ଦର୍ଶନ ହେଇପାରୁନି। ଚଳିତ ବର୍ଷ ଦଶହରାରେ ମାଆଙ୍କ ମୂର୍ତ୍ତି କରି ଏହି ଶିଳ୍ପୀ ଜଣଙ୍କ ମହିଷାସୁର ରୂପୀ କରୋନାକୁ ବଧ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

Advertisment

ପୁରୀର ବିଶ୍ୱଜିତ ନାୟକ ୬ଦିନର ଅକ୍ଲାନ୍ତ ପରିଶ୍ରମ କରି ଆଇସ୍‌କ୍ରିମ୍‌ କାଠି ସାହାଯ୍ୟରେ ମା ଦୁର୍ଗାଙ୍କ ପ୍ରତିମୂର୍ତ୍ତିକୁ ତିଆରି କରିଛନ୍ତି।  ୩୭୫ଟି କାଠି ସାହାଯ୍ୟରେ ସେ ଏହି ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଏହା ପୂର୍ବରୁ ସେ ଜଗନ୍ନାଥ ଏବଂ ଗଣେଶଙ୍କର ମୂର୍ତ୍ତି କରି ଇଣ୍ଡିଆ ବୁକ୍ ଅଫ ରେକର୍ଡ ଏବଂ ଏସିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି।

ବିଶ୍ୱଜିତ୍‌ଙ୍କ କହିବା ଅନୁଯାୟୀ, ଦଶହରାରେ ଲୋକମାନେ ବାହାରକୁ କେଉଁଠିକୁ ବୁଲିବାକୁ ଯାଇପାରୁନାହାନ୍ତି। ସେ ମଧ୍ୟ ଏହି ଦଶହରାରେ ମାଆଙ୍କ ଦର୍ଶନ କରିପାରୁନାହାନ୍ତି। ଏଥିପାଇଁ ସେ ଦୁଃଖିତ। ତେବେ ସାଧାରଣ ଲୋକ କେମିତି ମାଆଙ୍କୁ ଟିକେ ଦର୍ଶନ କରିପାରିବେ ସେଥିପାଇଁ ସେ ବେଶ୍‌ ନିଆରା ଢଙ୍ଗରେ ଆଇସ୍‌କ୍ରିମ୍‌ କାଠି ସାହାଯ୍ୟରେ ଏହି ମୂର୍ତ୍ତି ତିଆରି କରିଛି। ଆଗକୁ ମଧ୍ୟ ସେ ଏମିତି ସବୁ ନିଆରା କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି।

Advertisment

Advertisment
Advertisment