/odishatv-khabar/media/post_attachments/uploadimage/library/16_9/16_9_0/pic-op_1625181903.jpg)
pic-op
ନୂଆଦିଲ୍ଲୀ: ଭବ୍ୟ ଓ ଅତି ଆଡମ୍ବରରେ ପାଳିତ ହୋଇଛି ତେଲେଙ୍ଗାନାର କନକ ପରମେଶ୍ୱରୀ ଦେବୀଙ୍କ ଦଶହରା ଉତ୍ସବ। ଏଠାରେ ମା’ଙ୍କୁ ସଜ୍ଜିତ କରିବା ପାଇଁ ଆୟୋଜକମାନେ ଏକ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ପୁରା ନିଆରା ଢଙ୍ଗରେ ଏଠାରେ ମାଆଙ୍କର ପୂଜା ହୋଇଛି। ସବୁଠୁ ନିଆରା କଥା ହେଉଛି ଏଠାରେ ମାଆଙ୍କ ହାର ଏହଂ ଆଖ ପାଖରେ ସଜାଯାଇଥିବା ଫୁଲ ଟଙ୍କାରେ ତିଆରି ହୋଇଛି। ୧୦ ଟଙ୍କିଆ, ୨୦ ଟଙ୍କିଆ, ୫୦ଟଙ୍କିଆ, ୧୦୦ଟଙ୍କିଆ ଏବଂ ୫୦୦ଟଙ୍କିଆ ନୋଟକୁ ବିଭିନ୍ନ ଫୁଲ ଆକୃତି କରି ମା’ଙ୍କ ନିକଟରେ ଥୁଆ ହୋଇଛି।
ମାଆଙ୍କ ଗଳାରେ ଟଙ୍କାର ହାର ରହିଛି। ଏଥିସହ ଥାଳିରେ ପୁଷ୍ପ ଆକୃତିର ଟଙ୍କାର ଫୁଲ ରହିଛି। ଆୟୋଜକଙ୍କ କହିବା ଅନୁଯାୟୀ, ସମସ୍ତ ଟଙ୍କାର ମୂଲ୍ୟ ହେଉଛି ୧ କୋଟି, ୧୧ ଲକ୍ଷ ୧୧ ହଜାର ୧୧୧ଟଙ୍କା। ଗତବର୍ଷ ଏହାର ପରିମାଣ ଥିଲା ୩ କୋଟି ୩୩ ଲକ୍ଷ ୩୩ ହଜାର ୩୩୩ ଟଙ୍କା। ଯଦିଓ ଏଭଳି ବ୍ୟୟବହୁଳ ଆୟୋଜନ ସମସ୍ତଙ୍କୁ ଚକିତ କରିଛି, କିନ୍ତୁ ଆୟୋଜକମାନଙ୍କ ପାଇଁ ଏହା ଥିଲା ଅତି ସାଧାରଣ କଥା। ଚଳିତବର୍ଷ କରୋନା କଟକଣା ଯୋଗୁଁ ଆୟୋଜନ ସାମାନ୍ୟ ଫିକା ପଡିଥିଲେ ମଧ୍ୟ ଶ୍ରଦ୍ଧାଳୁମାନେ କନକ ପରମେଶ୍ୱରୀ ଦେବୀଙ୍କୁ ବିପୁଳ ପରିମାଣରେ ସ୍ୱର୍ଣ୍ଣ ଅଳଙ୍କାର ଓ ମୁଦ୍ରା ଦାନ କରିଛନ୍ତି।
କରୋନା କଟକଣା ସତ୍ତ୍ୱେ ଚଳିତବର୍ଷ ନିରାଡମ୍ବର ଭାବେ ସବୁଠି ଦଶହରା ଉତ୍ସବ ପାଳନ ହୋଇଛି। ଅନେକ ପୂଜା ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ଉପରେ କଟକଣା ରହିଥିବା ବେଳେ ଭକ୍ତମାନଙ୍କ ଦର୍ଶନ ଉପରେ ମଧ୍ୟ କଟକଣା ରହିଥିଲା। କିନ୍ତୁ ତେଲେଙ୍ଗାନାର ଯେଭଳି ଢଙ୍ଗରେ ଦଶହରା ପାଳନ କରାଯାଇଛି ତାହା ଏ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)