Advertisment

ମାସ୍କ ନପିନ୍ଧିବାରୁ ଦୋକାନି ଖାଇଲେ ମାଡ

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଏ ପର୍ଯ୍ୟନ୍ତ କୋଭିଡ୍‌ରେ ଲକ୍ଷାଧିକ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିସାରିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ସହରରେ କୋଭିଡ୍‌ ନିୟମ ଲାଗୁ କରାଯାଉଛି। ଏହି ନିୟମ ଅନୁକରଣ କରି ବିଭିନ୍ନ ଦୋକାନ ଏବଂ ଶିଳ୍ପଅନୁଷ୍ଠାନ ଖୋଲାଯାଉଛି। ସବୁଠି ମାସ୍କ ପରିଧାନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି।  ନିକଟରେ ଦିଲ୍ଲୀରେ କାର ଚଳାଇବା ସମୟରେ ମାସ୍କ ଖୋଲିଲେ ୨୦୦ଟଙ୍କା ଜୋରିମନାର ନିଷ୍ପତ୍ତି ନିଆଯାଇଛି। ତେବେ ନିକଟରେ ସୋଶାଲ୍‌ […]

ମାସ୍କ ନପିନ୍ଧିବାରୁ ଦୋକାନି ଖାଇଲେ ମାଡ

dokani

Advertisment

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଏ ପର୍ଯ୍ୟନ୍ତ କୋଭିଡ୍‌ରେ ଲକ୍ଷାଧିକ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିସାରିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ସହରରେ କୋଭିଡ୍‌ ନିୟମ ଲାଗୁ କରାଯାଉଛି। ଏହି ନିୟମ ଅନୁକରଣ କରି ବିଭିନ୍ନ ଦୋକାନ ଏବଂ ଶିଳ୍ପଅନୁଷ୍ଠାନ ଖୋଲାଯାଉଛି। ସବୁଠି ମାସ୍କ ପରିଧାନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି।  ନିକଟରେ ଦିଲ୍ଲୀରେ କାର ଚଳାଇବା ସମୟରେ ମାସ୍କ ଖୋଲିଲେ ୨୦୦ଟଙ୍କା ଜୋରିମନାର ନିଷ୍ପତ୍ତି ନିଆଯାଇଛି। ତେବେ ନିକଟରେ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଥିଲେ ମାସ୍କ ନପିନ୍ଧିବାରୁ ବ୍ୟକ୍ତିଙ୍କ ଉପରେ ମାଡ ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଆଇଏଏସ୍ ଅଧିକାରୀ ଅୱନିଶ ଶରଣ ଶେଆର କରିଛନ୍ତି।

Advertisment

ଭିଡିଓ ସେୟାର କରିବାବେଳେ ଅୱନିଶ ଶରଣ କ୍ୟାପସନରେ ଲେଖିଛନ୍ତି, 'ମାସ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ |

ଭିଡିଓରେ ଯାହା ଦେଖିବାକୁ ମିଳୁଛି, ଦୁଇଜଣ ଦୋକାନୀ ରାସ୍ତା ଉପରେ ମାସ୍କ ବିନା ବସିଥିଲେ। ଜଣେ ବ୍ୟକ୍ତି ମାଇକରେ କଥା ହେବା ସମୟରେ ଉକ୍ତ ବ୍ୟକ୍ତି କାହିଁକି ମାସ୍କ ପିନ୍ଧିନାହାନ୍ତି କହି ତାଙ୍କୁ ଚାପୁଡା ମାରିବାରେ ଲାଗିଲେ।

Advertisment

ତେବେ ଲୋକମାନେ ଏହି ଭିଡିଓଟି ପାକିସ୍ତାନର ବୋଲି କହିଛନ୍ତି।

ଏହି ଭିଡିଓକୁ ନଭେମ୍ବର ୨୨ରେ ଶେଆର କରାଯାଇଥିଲା। ଏପର୍ଯ୍ୟନ୍ତ ଏହି ଭିଡିଓକୁ ୮୦ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓକୁ ୬ହଜାରରୁ ଅଧିକ ଲାଇକ୍ ଏବଂ ୮୦୦ ରୁ ଅଧିକ ରି-ଟ୍ୱିଟ୍ କରାଯାଇଛି। ୨୦୦ ରୁ ଅଧିକ ଲୋକ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ