khabr-chap
ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ସାରା ଦେଶ ବେଶ୍ ପ୍ରଭାବିତ ହୋଇଛି। ଲକ୍ଷାଧିକ ଲୋକ ଏହି ମହାମାରୀ ରେ ପ୍ରାଣ ହରାଇଛନ୍ତି । କିଛି ଲୋକ ବୃତ୍ତି ହରାଇଥିବା ବେଳେ ଅନେକ ଛୋଟ ଶିଳ୍ପ ନାହିଁ ନଥିବା କ୍ଷତି ସହିଛି। ଏହି ମହାମାରୀ ଅନେକ ଲୋକଙ୍କୁ ଦାବନ ଜୀବିକା ପାଇଁ ନିଜ ବୃତ୍ତି ପରିବର୍ତ୍ତନ କରିବା ପାଇଁ ମଧ୍ୟ ବାଧ୍ୟ କରିଛି। ଏଇ ଯେମିତି ଅସ୍ତ୍ରଚାଳନାରେ ଅଲମ୍ପିକ୍ରେ ଗୋଲ୍ଡ ମେଡାଲ୍ ହାତେଇଥିବା ଖେଳାଳି ରୁବେନ୍ ଲିମାର୍ଡୋ। ରୁବେନ୍ ଏବେ ଡେଲିଭରୀ ବୟ ପାଲଟିଯାଇଛନ୍ତି। ନିଜ ସାଇକେଲ୍ରେ ଖାଦ୍ୟ ରଖି ସେ ଘର ଘର ବୁଲି ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଉଛନ୍ତି।
ରୁବେନ୍ଙ୍କର ଏକ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ମଧ୍ୟ ହେଉଛି। ଯେଉଁଥିରେ ସେ ସାଇକେଲ୍ରେ ନୀଳ ରଙ୍ଗର ଡ୍ରେସ୍ ପିନ୍ଧି କାନ୍ଧରେ ‘ଉବେର୍ ଇଟ୍’ ବ୍ୟାଗ୍ ଧରି ବସିଥିବାର ଦେଖିବାକୁ ମିଳିଛି। ଏହି ଫଟୋକୁ ରୁବେନ୍ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେଆର କରିଛନ୍ତି। ଫଟୋ ଶେଆର କରି ସେ କ୍ୟାପସନ୍ରେ ଲେଖିଛନ୍ତି, ଯଦି ଆପ ପୋଲାଣ୍ଡରେ ଅଛନ୍ତି। ତେବେ ଖାଦ୍ୟ ଅର୍ଡର କରନ୍ତୁ। ଚାମ୍ପିଅନ୍ ଆପଣ ପାଖରେ ନେଇ ଖାଦ୍ୟ ପହଞ୍ଚାଇଦେବ। ଏ ଚାମ୍ପିଅନ୍ ଜୀବନରେ କେବେ ହାର୍ ମାନିନି।
ସୂଚନା ଅନୁଯାୟୀ, ୩୫ବର୍ଷୀୟ ଲିମାର୍ଦୋ ଅଲମ୍ପିକରେ ଗୋଲ୍ଡ ମେଡାଲ୍ ପାଇଛନ୍ତି। ଖାଦ୍ୟ ଡେଲିଭରୀ ବ୍ୟତୀତ ସେ ଅସ୍ତ୍ର ଚାଳନା ଖେଳ ପାଇଁ ପିଲାଙ୍କୁ ଟ୍ରେନିଂ ମଧ୍ୟ ଦେଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/khabr-chap-1_1625106272.jpg)