Advertisment

ଆମ୍ବୁଲାନ୍ସ ନଥିବାରୁ ୨୦୦ କରୋନା ରୋଗୀଙ୍କୁ ହସ୍ପିଟାଲ୍‌ ପହଞ୍ଚାଇଛନ୍ତି ୨ଅଟୋ ଡ୍ରାଇଭର୍‌

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ସମୟରେ ଅନେକ ଅମାନବୀୟ ଘଟଣା ସାମ୍ନାକୁ ଆସିଲା। ଏହି ମହାମାରୀକୁ ଡରି କେତେବେଳେ ଲୋକମାନେ ରୋଗୀଙ୍କୁ ଛୁଇଁଲେନି। ତ ଆଉ କେତେବେଳେ ଘର ଭିତରକୁ ରୋଗୀ ପ୍ରବେଶକୁ ବାରଣ ହେଲା। ଏହି ମହାମାରୀ ସମୟରେ କିଛି ମାନବିକତାର ଉଦାହରଣ ମଧ୍ୟ ମିଳିଲା। କେରଳର ହରିସ୍‌ କରୁବାଚେରୀ ଏବଂ ମଇଲ୍‌ ରଥିସ୍‌ ନାମକ ଦୁଇ ବ୍ୟକ୍ତି ଆମ୍ବୁଲାନ୍ସର ଅଭାବ ପାଇଁ ୨୦୦କରୋନା ରୋଗୀଙ୍କୁ ନେଇ ହସ୍ପିଟାଲ୍‌ରେ ପହଞ୍ଚାଇଛନ୍ତି। ହରିସ୍‌ ଏବଂ ମଇଲ୍‌ ଦୁହେଁ ଅଟୋ […]

ଆମ୍ବୁଲାନ୍ସ ନଥିବାରୁ ୨୦୦ କରୋନା ରୋଗୀଙ୍କୁ ହସ୍ପିଟାଲ୍‌ ପହଞ୍ଚାଇଛନ୍ତି ୨ଅଟୋ ଡ୍ରାଇଭର୍‌

auto

Advertisment

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ସମୟରେ ଅନେକ ଅମାନବୀୟ ଘଟଣା ସାମ୍ନାକୁ ଆସିଲା। ଏହି ମହାମାରୀକୁ ଡରି କେତେବେଳେ ଲୋକମାନେ ରୋଗୀଙ୍କୁ ଛୁଇଁଲେନି। ତ ଆଉ କେତେବେଳେ ଘର ଭିତରକୁ ରୋଗୀ ପ୍ରବେଶକୁ ବାରଣ ହେଲା। ଏହି ମହାମାରୀ ସମୟରେ କିଛି ମାନବିକତାର ଉଦାହରଣ ମଧ୍ୟ ମିଳିଲା। କେରଳର ହରିସ୍‌ କରୁବାଚେରୀ ଏବଂ ମଇଲ୍‌ ରଥିସ୍‌ ନାମକ ଦୁଇ ବ୍ୟକ୍ତି ଆମ୍ବୁଲାନ୍ସର ଅଭାବ ପାଇଁ ୨୦୦କରୋନା ରୋଗୀଙ୍କୁ ନେଇ ହସ୍ପିଟାଲ୍‌ରେ ପହଞ୍ଚାଇଛନ୍ତି।

Advertisment

ହରିସ୍‌ ଏବଂ ମଇଲ୍‌ ଦୁହେଁ ଅଟୋ ଚାଳକ। ଗତ ଦୁଇ ମାସ ମଧ୍ୟରେ ଏହି ଦୁଇ ଜଣ ୨୦୦ରୁ  ଅଧିକ କରୋନା ରୋଗୀଙ୍କୁ ନେଇ ହସ୍ପିଟାଲ୍‌ରେ ପହଞ୍ଚାଇଛନ୍ତି।

ହରିସ୍‌ କୁହନ୍ତି, ନାଲେଶ୍ୱରର ହସ୍ପିଟାଲ୍‌ ମାନଙ୍କରେ କମ୍‌ ଆମ୍ବୁଲାନ୍ସ ରହିଛି। ତେଣୁ କରୋନା ରୋଗୀଙ୍କୁ ହସ୍ପିଟାଲ୍‌ ପହଞ୍ଚାଇବା ସମୟରେ ଅନେକ ସମସ୍ୟା ହୁଏ। ତେଣୁ ଏହି ସମୟରେ ସେ କରୋନା ରୋଗୀଙ୍କୁ ଅଟୋରେ ହସ୍ପିଟାଲ ପହଞ୍ଚାଇବା ପାଇଁ ଆଗଭରା ହୁଅନ୍ତି। ଆଉ ଏଥିପାଇଁ ସେ କାହାଠୁ ଟଙ୍କା ମଧ୍ୟ ନିଅନ୍ତି ନାହିଁ।

Advertisment

publive-imageହରିସ୍‌ଙ୍କ ସାଙ୍ଗ ରଥିସ୍‌ ମଧ୍ୟ ଜଣେ ଅଟୋ ଚାଳକ। ସେ ମଧ୍ୟ କରୋନା ରୋଗୀଙ୍କ ସେବା କରିବା ପାଇଁ ସର୍ବଦା ପ୍ରସ୍ତୁତ ଥାନ୍ତି। ସେ ତାଙ୍କ ଅଟୋରେ ରୋଗୀଙ୍କ ଆବଶ୍ୟକତା ପାଇଁ ମାସ୍କ, ସାନିଟାଇଜର୍‌, ଗ୍ଲୋବ୍ସ, ସାମ୍ପ ଆଦି ଜରୁରୀ ଜିନିଷ ସାଇତି ରଖିଥାନ୍ତି।

ଏହି ଦୁଇ ସାଙ୍ଗଙ୍କ କହିବା ଅନୁଯାୟୀ, କରୋନା ମହାମାରୀ ସମୟରେ ଯେତେବେଳେ ଲୋକମାନେ ଶାରୀରିକ ଏବଂ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ସେ ସମୟରେ ଆମେ ଲୋକଙ୍କୁ ସାହାଯ୍ୟ କରିବାର ନିଷ୍ପତ୍ତି ନେଇଛୁ। କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବା ପାଇଁ ଆମେ ଆଦୌ ଡରୁନୁ। ଆବଶ୍ୟକ ସ୍ଥଳେ ଆମେ ରୋଗୀଙ୍କର ଯତ୍ନନେବୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ