/odishatv-khabar/media/post_attachments/uploadimage/library/16_9/16_9_0/su_1625102073.jpg)
su
ନୂଆଦିଲ୍ଲୀ: ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ ସୁଭାଷ ଚନ୍ଦ୍ର ବୋଷ। ଓଡ଼ିଶାର ଏହି ବୀରପୁତ୍ରଙ୍କ ଆଦର୍ଶରେ ଅନେକ ଲୋକ ଅନୁପ୍ରାଣିତ। ତେବେ ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ଅଟୋ ଚାଳକ ତାଙ୍କ ମୂର୍ତ୍ତି ନିର୍ମାଣ କରିବା ନେଇ ସ୍ଥିର କରିଛନ୍ତି। ସେ ନିଜର ସମସ୍ତ ସଞ୍ଚିତ ଧନ ଏଥିପାଇଁ ସାରିଦେଇଛନ୍ତି।
ୱେଷ୍ଟ ବେଙ୍ଗଲ ବସିରହାଟରେ ରୁହନ୍ତି ଅଜୟ କୁଡୁ। ତାଙ୍କ ଇଚ୍ଛା ଥିଲା ସେ ତାଙ୍କ ସହରରେ ସୁଭାଷ ଚନ୍ଦ୍ର ବୋଷଙ୍କର ଏକ ମୂର୍ତ୍ତି ତିଆରି କରିବେ। ଏଥିପାଇଁ ସେ ତାଙ୍କର ସମସ୍ତ ସଞ୍ଚିତ ଧନ ୧ଲକ୍ଷ ୧୦ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଏଥିସହ ମୂର୍ତ୍ତିରେ ରଙ୍ଗ ଦେବା ପାଇଁ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଅଜୟଙ୍କୁ ତାଙ୍କ ସମ୍ପର୍କୀୟ ଏବଂ ବନ୍ଧୁମାନେ ସାହାଯ୍ୟ କରିଛନ୍ତି।
ସୂଚନାଯୋଗ୍ୟ, ଅଜୟ ୪ର୍ଥ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ସେ ନେତାଜୀଙ୍କୁ ତାଙ୍କର ଆଦର୍ଶ ଭାବନ୍ତି। ଅଜୟଙ୍କ କହିବା ଅନୁଯାୟୀ, ମୁଁ ଅଳ୍ପ କିଛି ବର୍ଷ ସ୍କୁଲ୍ ଯାଇଛି। ମତେ ସ୍କୁଲ୍ ସମୟରୁ ହିଁ ନେତାଜୀ ପସନ୍ଦ। ତାଙ୍କ ଆଦର୍ଶରେ ମୁଁ ଗଭୀର ଭାବେ ଅନୁପ୍ରାଣିତ ହୋଇଛି।
ଅଜୟ ଆହୁରି କହିଛନ୍ତି, ଆମ ସହରରେ ନେତାଜୀଙ୍କର ଅନେକ ଛୋଟ ମୂର୍ତ୍ତି ରହିଛି। କିନ୍ତୁ ତାଙ୍କର ଏକ ବଡ ମୂର୍ତ୍ତି ସ୍ଥାପନ କରିବା ପାଇଁ ମୋର ଇଚ୍ଛା ଥିଲା। ବିଧାୟକ ଦିପେନ୍ଦୁ ବିଶ୍ୱାସ ମତେ ଏଥିପାଇଁ ସାହାଯ୍ୟ କଲେ। ତାଙ୍କ ବିକାଶ ଫଣ୍ଡରୁ ସେ ମତେ ୩୦ହଜାର ଟଙ୍କା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)