Advertisment

ମାଗଣାରେ ଢାବାରେ ଲୋକଙ୍କୁ ଖାଇବାକୁ ଦେଉଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଆଜିକାଲିର ବ୍ୟୟବହୁଳ ସମାଜରେ ମାଗଣାରେ କ’ଣ ମିଳେ? କିନ୍ତୁ ଯେଉଁମାନେ ଦେବାର ମନୋବୃତ୍ତି ରଖନ୍ତି ସେମାନେ ତାଙ୍କ ପାରୁପର୍ଯ୍ୟନ୍ତ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି। ଏଇ ଯେମିତି ଗୁଜୁରାଟ ମୋରବି ସହରରେ ରହୁଥିବା ବଚୁ ଦାଦା। ଏହି ୭୨ବର୍ଷିୟ ବୃଦ୍ଧଙ୍କର ଗୋଟେ ଢାବା ରହିଛି। ଏହି ଢାବାର ବିଶେଷତ୍ୱ ହେଉଛି ପାଖରେ ଟଙ୍କା ନଥିଲେ ମଧ୍ୟ ଆପଣ ଏଠାରେ ଖାଦ୍ୟ ଖାଇପାରିବେ। ଦୀର୍ଘ ୪୦ବର୍ଷ ଧରି ବଚୁ ଦାଦା ଏହି ଢାବା ଚଲାଉଛନ୍ତି। ଛୋଟିଆ […]

ଅଦ୍ୟତନ ହୋଇଛି
ମାଗଣାରେ ଢାବାରେ ଲୋକଙ୍କୁ ଖାଇବାକୁ ଦେଉଛନ୍ତି ଏହି ବ୍ୟକ୍ତି

bachudada

Advertisment

ନୂଆଦିଲ୍ଲୀ: ଆଜିକାଲିର ବ୍ୟୟବହୁଳ ସମାଜରେ ମାଗଣାରେ କ'ଣ ମିଳେ? କିନ୍ତୁ ଯେଉଁମାନେ ଦେବାର ମନୋବୃତ୍ତି ରଖନ୍ତି ସେମାନେ ତାଙ୍କ ପାରୁପର୍ଯ୍ୟନ୍ତ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି। ଏଇ ଯେମିତି ଗୁଜୁରାଟ ମୋରବି ସହରରେ ରହୁଥିବା ବଚୁ ଦାଦା। ଏହି ୭୨ବର୍ଷିୟ ବୃଦ୍ଧଙ୍କର ଗୋଟେ ଢାବା ରହିଛି। ଏହି ଢାବାର ବିଶେଷତ୍ୱ ହେଉଛି ପାଖରେ ଟଙ୍କା ନଥିଲେ ମଧ୍ୟ ଆପଣ ଏଠାରେ ଖାଦ୍ୟ ଖାଇପାରିବେ।

Advertisment

ଦୀର୍ଘ ୪୦ବର୍ଷ ଧରି ବଚୁ ଦାଦା ଏହି ଢାବା ଚଲାଉଛନ୍ତି। ଛୋଟିଆ ଚାଳ ଘରେ ବଚୁ ଦାଦା ଢାବା କରିଛନ୍ତି। ଖାଦ୍ୟ ଥାଳି ପିଛା ଏଠାରେ ୪୦ଟଙ୍କା ରଖାଯାଇଛି। ଯଦି କାହା ପାଖରେ ୧୦-୨୦ ମଧ୍ୟ ଅଛି ସେ ସମ୍ପୂର୍ଣ୍ଣ ଥାଳି ଖାଇପାରିବ। ଯଦି କାହା ପାଖରେ ଆଦୌ ଟଙ୍କା ନାହିଁ ତଥାପି ବଚୁ ଦାଦା ସେହି ଲୋକଙ୍କୁ ତାଙ୍କ ଢାବାରୁ ବିନା ଖାଇବାକୁ ଦେଇ ଛାଡନ୍ତିନି।

publive-imageସୂଚନାଯୋଗ୍ୟ, ଗତ କିଛି ମାସ ତଳେ ବଚୁ ଦାଦାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଥିଲା। ସେତେବେଳେ ମଧ୍ୟ ସେ ଢାବା ଖୋଲି ଲୋଙ୍କୁ ଏମିତି ଖାଇବାକୁ ଦେଉଥିଲେ। ବଚୁ ଦାଦା ସ୍ୱାଦିଷ୍ଟ ରୋଷେଇ କରନ୍ତି। ଯେଉଁଥିପାଇଁ ଆଖ ପାଖ ଅଞ୍ଚଳରୁ ଲୋକମାନେ ଏଠାକୁ ଖାଇବାକୁ ଆସିଯାଆନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ