Advertisment

ଆପେ ଆପେ ହଲିଲା ଗଛ: ଭିଡିଓ ଦେଖି ଇଭାଙ୍କା ଟ୍ରମ୍ପ ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ଟ୍ୱିଟରରେ ୮ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓରେ, ଏକ ଡଜନରୁ ଅଧିକ ହାଉସପ୍ଲାଣ୍ଟ ପୁରା ଦିନରେ କେମିତି ରୁହେଁ ତାର ସୁଟିଂ କରାଯାଇଛି। ତେବେ ଏହି ଭିଡିଓ ଦେଖି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ଭିଡିଓଟିକୁ ପ୍ରଥମେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଟ୍ୱିଟର ବ୍ୟବହାରକାରୀ  ମେଲୋରାଙ୍କ ଦ୍ୱାରା ପୋଷ୍ଟ କରାଯାଇଥିଲା। ଏହି ଭିଡିଓ ପୋଷ୍ଟ କରି […]

author-image
Biswobandita Swain
ଆପେ ଆପେ ହଲିଲା ଗଛ: ଭିଡିଓ ଦେଖି ଇଭାଙ୍କା ଟ୍ରମ୍ପ ହେଲେ ଆଶ୍ଚର୍ଯ୍ୟ

ivanka-tr

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ଟ୍ୱିଟରରେ ୮ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓରେ, ଏକ ଡଜନରୁ ଅଧିକ ହାଉସପ୍ଲାଣ୍ଟ ପୁରା ଦିନରେ କେମିତି ରୁହେଁ ତାର ସୁଟିଂ କରାଯାଇଛି। ତେବେ ଏହି ଭିଡିଓ ଦେଖି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Advertisment

ସୂଚନା ଅନୁଯାୟୀ, ଭିଡିଓଟିକୁ ପ୍ରଥମେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଟ୍ୱିଟର ବ୍ୟବହାରକାରୀ  ମେଲୋରାଙ୍କ ଦ୍ୱାରା ପୋଷ୍ଟ କରାଯାଇଥିଲା। ଏହି ଭିଡିଓ ପୋଷ୍ଟ କରି ସେ ପ୍ଲାଣ୍ଟଟି ୨୪ଘଣ୍ଟାରେ କେମିତି ଗତି କରେ ସେଇଟା ଦର୍ଶାଯାଇଛି ବୋଲି ଲେଖାଯାଇଥିଲା।

ନଭେମ୍ବର ୧୯ରେ ଟ୍ୱିଟରରେ ଏହି ଭିଡିଓ ଶେଆର କରାଯାଇଥିଲା, ଏପର୍ଯ୍ୟନ୍ତ ୮ମିଲିୟନ୍‌ରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି। ଏଥିସହ ୮୫ ହଜାରରୁ ଅଧିକ ଲାଇକ୍ ଏବଂ ୧୩ ହଜାର ଲୋକ ଏହାକୁ ରି-ଟ୍ୱିଟ୍ କରିଛନ୍ତି।

Advertisment

ଏହି ଭିଡିଓଟି ଇଭାଙ୍କା ଟ୍ରମ୍ପଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି। ଯେଉଁଥିପାଇଁ ସେ ଏହି ଭିଡିଓକୁ ଲାଇକ୍‌ କରିଛନ୍ତି।

କିଛି ଲୋକ ଏହି ଭିଡିଓ ଦେଖି, ଉଦ୍ଭିଦଗୁଡିକ ଜୀବନ୍ତ ଥିବାର ଏମିତି ଦୃଶ୍ୟ ଦେଖି ଭଲ ଲାଗୁଛି ବୋଲି ଲେଖିଛନ୍ତି।  ଆଉ କିଛି ଲୋକ ପ୍ଲାଣ୍ଟଙ୍କୁ ଏମିତି ଦେଖି ତାଜା ଅନୁଭବ ହେଉଛି ବୋଲି ଲେଖିଛନ୍ତି।

Advertisment
Advertisment