Sisters
ନୂଆଦିଲ୍ଲୀ: ଆପଣମାନେ ଯାଆଁଳା ଭାଇ ଭଉଣୀଙ୍କ କଥା ଶୁଣିଥିବେ। କିନ୍ତୁ ପଞ୍ଚକ ଭାଇଭଉଣୀଙ୍କ କଥା ପ୍ରାୟତଃ ଶୁଣିନଥିବେ । ୧୯୯୫ ମସିହା ନଭେମ୍ୱର ମାସରେ ଗୋଟିଏ ଦିନରେ ଜନ୍ମଗ୍ରହଣ କରିଥିଲେ କେରଳର ଗୁରୁବାୟୁରର ୫ଜଣ ଭାଇ ଭଉଣୀ। ନିକଟରେ ଏହି ଭାଇ ଭଉଣୀଙ୍କ ମଧ୍ୟରୁ ୩ଭଉଣୀଙ୍କର ବାହାଘର ହେଇଛି, ସେ ପୁଣି ଗୋଟିଏ ଦିନରେ। ଏହି ଘଟଣା ଏବେ ଗଣମାଧ୍ୟମର ଶିରୋନାମା ପାଲଟିଛି।
କେରଳର ପୋଥେନକୋଡରେ ଲହୁଥିବା ରେମାଙ୍କ ପେଟରୁ ଏହି ୫ଜଣଟି ସନ୍ତାନ ଜନ୍ମ ହୋଇଥିଲେ। ଏହି ପିଲାମାନେ ଉଥରାମ ତିଥିରେ ଜନ୍ମ ହୋଇଥିବାରୁ ଏମାନଙ୍କ ନାଁ ମଧ୍ୟ ସେହି ଅନୁସାରେ ରଖାଯାଇଛି। ଝିଅ ମାନଙ୍କ ନାଁ ହେଉଛି ଉଥ୍ରା, ଉଥ୍ରାଜା, ଉଥାରା ଓ ଉଥାମା। ଏମାନଙ୍କ ଭାଇର ନାଁ ରହିଛି ଉଥରାଜନ। ଏହି ପଞ୍ଚ ଭାଇଭଉଣୀଙ୍କ ପ୍ରଥମ ଜନ୍ମଦିନ, ସ୍କୁଲକୁ ଯିବାର ପ୍ରଥମ ଦିନ ଓ ଛୋଟ ଛୋଟ ସେଲିବ୍ରେସନ ସବୁ ଏକାଠି ହୁଏ। ଏମାନଙ୍କୁ ଯେତେବେଳେ ୧୦ ବର୍ଷ, ବାପା ପ୍ରେମ କୁମାରଙ୍କର ଦେହାନ୍ତ ହୋଇଗଲା। ପାଞ୍ଚଜଣ ଲାଳନପାଳନ ଦାୟିତ୍ୱ ପଡିଲା ରେମାଙ୍କ ଉପରେ । ରେମାଙ୍କର ହାର୍ଟ ଡିଜିଜ୍ ରହିଛି । ପରିବାରର ଭରଣପୋଷଣ ପାଇଁ କୌଣସି ସମ୍ୱଳ ନଥିବାରୁ ରେମା ସେ ସମୟରେ ଭାଙ୍ଗିପଡିଥିଲେ। ପୋଥେନକୋଡର ଜିଲ୍ଲା କୋପରେଟିଭ୍ ବ୍ୟାଙ୍କରେ ରେମାଙ୍କୁ ରାଜ୍ୟ ସରକାର ଏକ ଚାକିରି ଦେଲେ। ସୀମିତ ଆୟ ଭିତରେ ବି ପିଲାଙ୍କୁ କେବେ ଅବହେଳା କରିନାହାନ୍ତି ରେମା। ନିଜେ ପଛେ କଷ୍ଟ ସହିଛନ୍ତି କିନ୍ତୁ ପିଲାଙ୍କୁ ଭଲରେ ରଖିବାକୁ ଚାହିଁଛନ୍ତି । ପିଲାଙ୍କ ଦେହ ଖରାପ ହେଲେ ବି ତାରି ଭିତରେ ସବୁ ବୁଝିଛନ୍ତି ରେମା ।
ଗତ ଏପ୍ରିଲ ମାସରେ ୪ ଭଉଣୀଙ୍କର ବାହାଘର ଗୋଟିଏ ଦିନରେ ହେବାକୁ ସ୍ଥିର ହୋଇଥିଲା । ଲକଡାଉନ କାରଣରୁ ତାହାକୁ ଘୁଞ୍ଚାଇ ଦିଆଯାଇଥିଲା । ଅକ୍ଟୋବର ୨୪ ତାରିଖରେ ଉଥ୍ରା, ଉଥାରା ଓ ଉଥାମାଙ୍କର ବିବାହ ଅନୁଷ୍ଠିତ ହୋଇଛି। ଉଥ୍ରାଜାଙ୍କ ବିବାହ ଆସନ୍ତା ମାସରେ ହେବାକୁ ସ୍ଥିର ହୋଇଛି। କାରଣ ତାଙ୍କ ଭାବୀ ବର ଏବେ ୟୁନାଇଟେଡ ଆରବ ଏମିରେଟସରେ ରହୁଛନ୍ତି। ସେ ଅକ୍ଟୋବର ୨୪ ତାରିଖରେ ଆସିପାରିଲେ ନାହିଁ। ଉଥାରା ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ତିନି ଜଣଙ୍କ ବାହାଘରରେ ତାଙ୍କ ମାଆ ଅର୍ଥାତ୍ ଆମ୍ମା ବହୁତ ଖୁସି । ତାଙ୍କ ମାଆ ବହୁତ କଷ୍ଟ ସହିଛନ୍ତି। ୪ ଭଉଣୀଙ୍କ ବାହାଘର ଗୋଟିଏ ଦିନରେ କରି ଗ୍ରାଣ୍ଡ ରିସେପସନ ପାଇଁ ତାଙ୍କ ମାଆଙ୍କର ଇଚ୍ଛା ଥିଲା। ଜଣଙ୍କର ବାହାଘର ହୋଇପାରିଲା ନାହିଁ। କୋଭିଡ କଟକଣା ଯୋଗୁ ସବୁ ନିରାଡମ୍ୱର ଭାବେ କରାଗଲା ।
ଏହି ପାଞ୍ଚ ଭାଇଭଉଣୀ ଗତ ୨୫ ବର୍ଷଧରି ଏକାଠି ରହୁଥିଲେ। ଏକାଠି ଗୋଟିଏ ସ୍କୁଲକୁ ଯାଉଥିଲେ। ଏକାଠି ପଢୁଥିଲେ। ଏକାଠି ଖାଉଥିଲେ । ଏକାଠି ବୁଲୁଥିଲେ। ୪ ଭଉଣୀଙ୍କର ମାଟ୍ରିମୋନିଆଲ୍ ଆଡ୍ ବି ଏକସଙ୍ଗେ ଦିଆଯାଇଥିଲା। କିନ୍ତୁ ବାହାଘର ପରେ ଅଲଗା ହୋଇଯାଉଛନ୍ତି। କିନ୍ତୁ ଭାବନାରେ ଆମେ ଏକାଠି ଅଛୁ ବୋଲି ଉଥାପା କହିଛନ୍ତି। ତେବେ ଉଥରାଜନ ଏବେ ସବୁଠୁ ଅଧିକ ଦୁଃଖୀ। କାରଣ ସେ ତାଙ୍କ ମାଆଙ୍କ ସହ ସେ ଏକା ରହିବେ, ଭଉଣୀମାନେ ଛାଡି ଚାଲିଗଲେ । ସେ ଏକୁଟିଆ ଅନୁଭବ କରିବେ ।
ଚାରି ଭଉଣୀଙ୍କ ଭିତରୁ ଉଥାରା ଜଣେ ୱେବ ଜର୍ଣ୍ଣାଲିଷ୍ଟ। ଉଥ୍ରା ଜଣେ ଫେଶନ ଡିଜାଇନର୍। ଉଥ୍ରାଜା ଓ ଉଥାମା ଆନେସ୍ଥେଟିକ ଟେକ୍ନିସିଆନ। ଭାଇ ଉଥରାଜନ ଜଣେ ବିବିଏ ଗ୍ରାଜୁଏଟ୍। ଗତ ସେପ୍ଟେମ୍ୱର ମାସରେ ଭଉଣୀମାନଙ୍କ ନିର୍ବନ୍ଧ ହୋଇଥିଲା। ଉଥ୍ରା କୋଲମର ଅଜିତ କୁମାରଙ୍କୁ ବିବାହ କରିଛନ୍ତି। ଉଥାରା କୋଝିକୋଡର ମହେଶ କୁମାରଙ୍କୁ ଉଥାମା ଥିରୁବନନ୍ତପୁରମର ବିନୀତଙ୍କୁ ବିବାହ କରିଛନ୍ତି। ଭଉଣୀମାନେ ସେମାନଙ୍କ ଭାଇକୁ ବହୁତ ମିସ୍ କରିବେ ବୋଲି କହିଛନ୍ତି। ଝିଅ ମାନେ ଭଲ ଜାଗାରେ ବାହା ହୋଇଥିବାରୁ ମାଆ ରେମା ବହୁତ ଖୁସି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Sisters_1625181603.jpg)