/odishatv-khabar/media/post_attachments/uploadimage/library/16_9/16_9_0/maggi_1625102357.jpg)
maggi
ମୁମ୍ବାଇ: ଗୋଟିଏ ଛୋଟ ମ୍ୟାଗି ପ୍ୟାକେଟ ଭିତରେ ଥାଏ ଗୋଟିଏ ମସଲା । ହେଲେ ଯଦି ଏହା ଭିତରୁ ଯଦି ୨ଟି ମସଲା ପ୍ୟାକେଟ ମିଳିଲା ? ଖୁସି ତ ଲାଗିବ ନିଶ୍ଚୟ। ହେଲେ ଏମିତି ଖୁସି କେବେ ପାଇଛନ୍ତି କି ? ଆଇପିଏସ ମୋହିତ ଶର୍ମାଙ୍କ ପାଇଁ ଏମିତି ଖୁସି ନେଇ ଆସିଛି ଛୋଟ ମ୍ୟାଗି ପାକେଟ।
ଇଏ ସେଇ ମୋହିତ ଶର୍ମା ଗର୍ଗ ଯିଏ କୌନ ବନେଗା କରୋଡ଼ପତି -୧୨ରେ ଏକ କୋଟି ଜିତିଛନ୍ତି। ଏଥିସହିତ କେବିସିର ଏଇ ସିଜିନ୍ରେ ଦ୍ୱିତୀୟ କରୋଡପତି ହେବାର ସୌଭାଗ୍ୟ ଲାଭ କରିଛନ୍ତି। ମୋହିତ ଶର୍ମା ଜମ୍ମୁକାଶ୍ମୀରର ଜଣେ ଆଇପିଏସ ଅଫିସର। ଏତେ ବଡ ଅର୍ଥ ରାଶି କେବିସିରେ ଜିତିବା ପରେ ସେ ଖୁବ୍ ଖୁସି ଅଛନ୍ତି। ତେବେ ସବୁଠାରୁ ମଜା କଥା ହେଉଛି, କରୋଡପତି ହେବା ପରେ ସେ ୧୨ ଟଙ୍କିଆ ୨ଟି ମ୍ୟାଗି ପ୍ୟାକେଟ କିଣିଛନ୍ତି। ଏହି ପ୍ୟାକଟ ଭିତରେ ଥିବା ମସଲା ପ୍ୟାକେଟକୁ ଦେଖି ଖୁବ୍ ଖୁସି ହୋଇଛନ୍ତି। ଖୁସିର କାରଣ ହେଉଛି, ୨ଟି ମ୍ୟାଗି ପ୍ୟାକେଟ ଭିତରେ ତାଙ୍କୁ ମିଳିଥିଲା ୩ଟି ମସଲା ପ୍ୟାକେଟ। ଏହି ପାକେଟକୁ ଦେଇ ସେ ବେଶ ଭାବପ୍ରବଣ ହୋଇ ଯାଇଥିଲେ। ଏହାକୁ ନେଇ ସେ ଏକ ପୋଷ୍ଟ କରିଛନ୍ତି।
ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ: ଜୟାଙ୍କ କଥା ଶୁଣି କାନ୍ଦିଲେ ଐଶ୍ୱର୍ଯ୍ୟା
ଆଇପିଏସ ଶର୍ମା ଅଜିବ ପୋଷ୍ଟ କରିଥିଲେ। ତାଙ୍କୁ ଗୋଟିଏ ମ୍ୟାଗି ପ୍ୟାକଟରେ ୨ଟି ମସଲା ପ୍ୟାକେଟ ମିଳିଥିବା ଲେଖିବା ସହ ଭଗବାନଙ୍କ ତାଙ୍କ ଉପରେ ଅସୀମ କୃପା ଥିବା କହିଥିଲେ। ସେ ପୋଷ୍ଟରେ ଲେଖିଥିଲେ, ‘'KBC12 ଜିତିବା ପରେ ଏବେ ଗୋଟିଏ ମ୍ୟାଗି ପ୍ୟାକଟରୁ ୨ଟି ମସଲା ମିଳିଛି। ମୁଁ କେବେ ଭାବି ନ ଥିଲି ଏତେ ଭାଗ୍ୟଶାଳୀ ବୋଲି। ଭଗବାନ ମୋ ଉପରେ ଦୟା କରିଛନ୍ତି।’
ତାଙ୍କର ଏହି ଟ୍ୱିଟ୍କୁ ଲୋକେ ଖୁବ ପସନ୍ଦ କରିଛନ୍ତି। ଏହି ପୋଷ୍ଟ ସେ ନଭେମ୍ବର ୧୮ ତାରିଖ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହାକୁ ୪ ହଜାରରୁ ଅଧିକ ଲାଇକ୍ସ ମିଳିଲାଣି।
Just after winning #KBC12, got 2 masala sachets in 1 #maggi packet. Never thought would get so lucky.
God is kind today🙏 😁😄😋😁@GargRushal_IFS@SrBachchan@SonyTV@NestleIndiapic.twitter.com/9NMmbCJm2k— Mohita Sharma Garg (@mohita_ips) November 17, 2020
ये तो कमाल हो गया 😜😜😜
— Prafful Sarda™ (@prafful_sarda) November 18, 2020
v>
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)