Advertisment

୪୦୪୨ଟି ଚାଉଳ ଦାନାରେ ‘ଭାଗବତ ଗୀତା’ ଲେଖିଲେ ଛାତ୍ରୀ

ନୂଆଦିଲ୍ଲୀ: ଚାଉଳ ଦାନାରେ ଅକ୍ଷର ଲେଖିବା ବେଶ୍‌ କଷ୍ଟକର କାମ। ବୋଧହୁଏ ଆପଣମାନେ କେହି କେବେ ଚାଉଳରେ ନାଁ ଲେଖିବାର ଚେଷ୍ଟା କରିନଥିବେ। ହାଇଦ୍ରାବାଦର ଆଇନ ବିଭାଗର ଜଣେ ଛାତ୍ରୀ କିନ୍ତୁ ଏମିତି ନିଆରା ଉଦ୍ୟମ କରିଛନ୍ତି। ୪୦୪୨ଟି ଚାଉଳ ଦାନାରେ ସେ ପୂରା ଭାଗବତ ଗୀତା ଲେଖିଛନ୍ତି। ଏହି ଛାତ୍ରୀଙ୍କୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି।ଏହି ଆଇନ ଛାତ୍ରୀଙ୍କ ନାଁ ରାମାଗିରି ସ୍ୱାରିକା। ରାମାଗିରିଙ୍କ କହିବା ଅନୁଯାୟୀ, ମତେ ୪୦୪୨ଟି ଚାଉଳ ଦାନାରେ ଭାଗବତ […]

author-image
Biswobandita Swain
୪୦୪୨ଟି ଚାଉଳ ଦାନାରେ ‘ଭାଗବତ ଗୀତା’ ଲେଖିଲେ ଛାତ୍ରୀ

pic

ନୂଆଦିଲ୍ଲୀ: ଚାଉଳ ଦାନାରେ ଅକ୍ଷର ଲେଖିବା ବେଶ୍‌ କଷ୍ଟକର କାମ। ବୋଧହୁଏ ଆପଣମାନେ କେହି କେବେ ଚାଉଳରେ ନାଁ ଲେଖିବାର ଚେଷ୍ଟା କରିନଥିବେ। ହାଇଦ୍ରାବାଦର ଆଇନ ବିଭାଗର ଜଣେ ଛାତ୍ରୀ କିନ୍ତୁ ଏମିତି ନିଆରା ଉଦ୍ୟମ କରିଛନ୍ତି। ୪୦୪୨ଟି ଚାଉଳ ଦାନାରେ ସେ ପୂରା ଭାଗବତ ଗୀତା ଲେଖିଛନ୍ତି। ଏହି ଛାତ୍ରୀଙ୍କୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି।ଏହି ଆଇନ ଛାତ୍ରୀଙ୍କ ନାଁ ରାମାଗିରି ସ୍ୱାରିକା।

Advertisment

ରାମାଗିରିଙ୍କ କହିବା ଅନୁଯାୟୀ, ମତେ ୪୦୪୨ଟି ଚାଉଳ ଦାନାରେ ଭାଗବତ ଗୀତା ଲେଖିବା ପାଇଁ ୧୫୦ ଘଣ୍ଟାର ସମୟ ଲାଗିଥିଲା। ମୁଁ ସବୁବେଳେ ମାଇକ୍ରୋ ଆର୍ଟ ପାଇଁ ବିଭିନ୍ନ ପ୍ରକାରର ଜିନିଷ ଉପରେ କାମ କରିଥାଏ। ଏଥିସହ ମୁଁ ମିଲ୍କ ଆର୍ଟ, କାଗଜ ଖୋଦେଇ ଓ ରାଶିର ବ୍ୟବହାର କରି ପୂର୍ବରୁ ଡ୍ରଇଁ ମଧ୍ୟ କରିଛି।

ସେ କହିଛନ୍ତି ଯେ ଜାତୀୟ ସ୍ତରରେ ମୋର କାର୍ଯ୍ୟ ପାଇଁ ସ୍ୱୀକୃତି ପାଇବା ପରେ ମୁଁ ମୋର କଳାକୁ ଆନ୍ତର୍ଜାତୀୟ ପ୍ଲାଟଫର୍ମକୁ ନେବାକୁ ପ୍ରସ୍ତୁତ ଅଛି। ମୁଁ ସବୁବେଳେ କଳା ଏବଂ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲି ଏବଂ ପିଲାଦିନରୁ ଅନେକ ପୁରସ୍କାର ପାଇଛି । ଗତ ଚାରି ବର୍ଷ ଧରି ମୁଁ ଚାଉଳ ଦାନାକୁ ଏକାଠି କରି ଭଗବାନ ଗଣେଶଙ୍କ ଚିତ୍ର ସହିତ ସୂକ୍ଷ୍ମ କଳା କରିବା ଆରମ୍ଭ କରିଛି। ଏତିକି ନୁହେଁ ଚାଉଳ ଦାନାକୁ ଏକାଠି କରି ଇଂରାଜୀରେ ବର୍ଣ୍ଣମାଳା ମଧ୍ୟ ଲେଖିଛି |

Advertisment

ଏହା ପୂର୍ବରୁ ରାମାଗିରି ସମ୍ବିଧାନର ପ୍ରାରମ୍ଭ ଲେଖିଥିଲେ। ଯେଉଁଥିପାଇଁ ତାଙ୍କୁ ତେଲେଙ୍ଗାନା ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା।

Advertisment
Advertisment