/odishatv-khabar/media/post_attachments/uploadimage/library/16_9/16_9_0/iceman-1_1626161954.jpg)
iceman
ପୃଥିବୀ ଏବେ ଥଣ୍ଡାରେ ଥରୁଛି। ଯେମିତି ଫୃଥିବୀ ଉପରେ କେହି ବରଫ ଚାଦର ଘୋଡାଇ ଦେଇଛି। ହେଲେ ଏହି ଶୀତ, ଥଣ୍ଡା ଯେମିତି ହାର ମାନିଯାଇଛି ଏଇ ଯୁବକଙ୍କ ପାଖରେ। ଖାଲି ହାର ମାନିନି। ଯେମିତି ଥଣ୍ଡା ନିଜେ କମ୍ପି ଯାଉଛି ତାଙ୍କୁ ଦେଖି। କାରଣ ଏତେ ଥଣ୍ଡାରେ ବି ସେ ଖାଲି ପାଦରେ, ଖାଲି ଦେହରେ ବରଫ ଉପରେ ଦୌଡ଼ୁଛନ୍ତି।
ଏହି ଆଇସମ୍ୟାନ ହେଉଛନ୍ତି ଫିନ୍ଲାଣ୍ଡର ବିମ ହାଫ। ବିମ୍ ହାଫ ଗତବର୍ଷ ଫିନ୍ଲାଣ୍ଡର ପୋଲାର ସର୍କଲରେ୨୧ କିମି ରାସ୍ତା ଖୋଲା ଦେହରେ ବିନା ଚପଲରେ ଦୌଡ଼ି ଦୌଡ଼ି ସେ ଅତିକ୍ରମ କରିଛନ୍ତି। ତାଙ୍କର ଏପରି କାମକୁ ନେଇ ଏବେ ସାରା ଦୁନିଆରେ ଚର୍ଚ୍ଚା। ଖାଲି ଏତିକି ନୁହେଁ, କେତେବେଳେ ଏହି ବ୍ୟକ୍ତି ଜଣକ ପୋଷାକ ଖୋଲି ମାଉଣ୍ଟ ଏଭରେଷ୍ଟର ବରଫ ପାହାଡ ଉପରେ ଚଢିବାକୁ ବାହାରିଥାନ୍ତି ତ କେତେବେଳେ ବରଫରେ ଭର୍ତ୍ତି ଟବ୍ରେ ଘଣ୍ଟାଘଣ୍ଟା ପର୍ଯ୍ୟନ୍ତ ବସି ରହନ୍ତି। ସାରା ଦୁନିଆ ତାଙ୍କୁ ଆଇସ୍ମ୍ୟାନ ବୋଲି କହିଥାଏ।
ସେ ହେଉଛନ୍ତି ଥଣ୍ଡାର ସବୁଠାରୁ ବଡ ଶତ୍ରୁ। କେତେବେଳେ ବରଫ ଚଟାଉ ଉପରେ ଖାଲିପାଦରେ ଦୌଡୁଥାନ୍ତି। କେତେବେଳେ ରକ୍ତକୁ ବରଫ କରିଦେଉଥିବା ଥଣ୍ଡା ପାଣିରେ ଘଣ୍ଟା ଘଣ୍ଟା ବୁଡ଼ି ରହନ୍ତି, ମାଛ ପରି ପହଁରି ପାରନ୍ତି । କେତେକେଳେ ବରଫ ଉପରେ ବସି ତପସ୍ୟା କରୁଛନ୍ତି। ଏହି ହିମପୁତ୍ର ମାଇନସ ୩୫ ଡିଗ୍ରୀ ତାପମାତ୍ରାରେ ୨୧ କିମି ଦୌଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରତ୍ୟେକ ଚାଲେଞ୍ଜକୁ ସାମ୍ନା କରିବା ପୂର୍ବରୁ ସେ ତପସ୍ୟା କରିଥାନ୍ତି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ବରଫକୁ ଚାଲେଞ୍ଜ ଦେବା ପୂର୍ବରୁ ବିମ୍ ବରଫରେ ପଦ୍ମାସନରେ ବସି କାହିଁକି ତପସ୍ୟା କରନ୍ତି ?
ତାଙ୍କର ଏପରି କାମକୁ ଦେଖିଲେ ଯେ କେହି ଅସମ୍ଭବ ବୋଲି କହିବ। କିନ୍ତୁ ସେ ଏହି ଅସମ୍ଭବକୁ ସମ୍ଭବ କରିପାରିଛନ୍ତି। ହେଲେ କେମିତି କରିପାରିଛନ୍ତି ତାହା ଜଣାପଡ଼ିନି। ତେବ ବିମଙ୍କ ଜୀବନର ଗୋଟିଲ ଲକ୍ଷ୍ୟ ଏବଂ ତାହା ହେଉଛି ଥଣ୍ଡାକୁ ଜିତିବା। ସେ ଯେତେବେଳେ ବରଫ ଉପରେ ଚାଲନ୍ତି ଏକ ରେକର୍ଡ କରନ୍ତି।
ତାଙ୍କ ନାଁ ଶୁଣିଲେ ଲୋକଙ୍କୁ ଥଣ୍ଡା ହୋଇଯାଏ। ହେଲେ ସେ ବରଫ ଉପରେ ଏପରି କାରନାମା କରନ୍ତି ଯାହାକୁ ଶୁଣିଲେ ଆପଣଙ୍କର ଦେହ ଥରିଯିବ। ପୃଥିବର ସବୁଠାରୁ ଥଣ୍ଡା ଦେଶ ଫିନ୍ଲାଣ୍ଡ ପୋଲାର ସର୍କଲରେ ଏହି ବରଫାବୃତ୍ତରେ ଗୋଟିଏ ହାଫ୍ ପ୍ୟାଣ୍ଟ ପିନ୍ଧି ୨୧ କିମି ରାସ୍ତା ଅତିକ୍ରମ କରିଥିଲେ। ଏହି ରାସ୍ତା ଅତିକ୍ରମ କରିବା ପାଇଁ ତାଙ୍କୁ ୫ ଘଣ୍ଟା ୨୫ ମିନିଟ୍ ଲାଗିଥିଲା। ଏହି ରାସ୍ତା ଅତିକ୍ରମ କରି ସେ ବିଶ୍ୱ ରେକର୍ଡ କରିଛନ୍ତି।
ତେବେ ବିମ୍ କିପରି ଅସମ୍ଭବକୁ ସମ୍ଭବ କରିପାରିଛନ୍ତି ? ଏହା କେବଳ ତାଙ୍କ କ୍ଷମତାର ନମୁନା ନୁହେଁ ତାଙ୍କ ଆତ୍ମବିଶ୍ୱାସ ମାନସିକ ଶକ୍ତିର ଦମ୍। ବିମ୍ଙ୍କ ସହ ଯେଉଁମାନେ ମିଶିଛନ୍ତି ସେମାନେ କହନ୍ତି ବିମ୍ ଭାରି ଜିଦ୍ଦିଆ ମଣିଷ। ସେ ଯାହା କରିବାକୁ ଚାହାନ୍ତି, ତାହା କରିବା ପରେ ହିଁ ଛାଡ଼ନ୍ତି।
ମେଡିକାଲ ସାଇନ୍ସର କହିବା ଅନୁଯାୟୀ, ବିମ ଯେତିକି ଥଣ୍ଡାରେ ଖାଲି ଦେହରେ ଦୌଡ଼ୁଛନ୍ତି ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଯିବା କଥା। କିନ୍ତୁ ତାଙ୍କର ମନବଳ ଯୋଗୁ ଏପରି କରିପାରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)