Advertisment

୫୦ ଦେଶ କୋ-ୱିନ୍‌ ଆପ୍‌ ବ୍ୟବହାର କରିବାକୁ ଆଗ୍ରହୀ

ନୂଆଦିଲ୍ଲୀ: ଭାରତର କରୋନା ବିରୋଧୀ ଲଢ଼େଇରେ ମୁଖ୍ୟ ଅସ୍ତ୍ର ଟିକା । ଆଉ ଏହି ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନର ମେରୁଦଣ୍ଡ କୋ-ଓ୍ୱିନ୍ ଟିକା । ଉପଲବ୍ଧତା ଯାଞ୍ଚ ହେଉ, ସ୍ଲଟ୍ ବୁକିଂ ଅବା ରେଜିଷ୍ଟ୍ରେନ୍ କିମ୍ବା ଟିକା ନେବା ପରେ…

author-image
Satyendu Shekher Mishra
୫୦ ଦେଶ କୋ-ୱିନ୍‌ ଆପ୍‌ ବ୍ୟବହାର କରିବାକୁ ଆଗ୍ରହୀ

COWIN

ନୂଆଦିଲ୍ଲୀ: ଭାରତର କରୋନା ବିରୋଧୀ ଲଢ଼େଇରେ ମୁଖ୍ୟ ଅସ୍ତ୍ର ଟିକା । ଆଉ ଏହି ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନର ମେରୁଦଣ୍ଡ କୋ-ଓ୍ୱିନ୍ ଟିକା । ଉପଲବ୍ଧତା ଯାଞ୍ଚ ହେଉ, ସ୍ଲଟ୍ ବୁକିଂ ଅବା ରେଜିଷ୍ଟ୍ରେନ୍ କିମ୍ବା ଟିକା ନେବା ପରେ ତତ୍କାଳ ସାର୍ଟିଫିକେଟ୍ ହାସଲ, ସବୁ କାମ ପାଇଁ ବ୍ୟବହୃତ କୋ-ଓ୍ୱିନ୍ ପ୍ଲାଟ୍‌ଫର୍ମକୁ ଆଜି ସାରା ବିଶ୍ୱକୁ ଭେଟି ଦେଇଛି ଭାରତ । କୋ-ଓ୍ୱିନ୍ ଗ୍ଲୋବାଲ୍ କନ୍‌କ୍‌ଏଭ୍‌ରେ ଉଦ୍ବୋଧନ ଦେଇ ଏହାକୁ ଓପେନ୍ ସୋର୍ସ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ସେପଟେ ୫୦ରୁ ଅଧିକ ଦେଶ ଏହାକୁ ଅାପଣାଇବାକୁ ଅାଗ୍ରହୀ ବୋଲି ସୂଚନା ମିଳିଛି ।

Advertisment

ଏଣିକି କୋ-ଓ୍ୱିନ୍‌ରେ ଅବାଧ ବ୍ୟବହାର କରିପାରିବ ସାରା ବିଶ୍ୱ । କୌଣସି ଦେଶ ପାଇଁ ଏହାର ପ୍ରଚଳନ ଉପରେ ରହିବନି ପ୍ରତିବନ୍ଧକ । ଭାରତର ବିଶାଳ କରୋନା ଟିକାକରଣ ଅଭିଯାନରେ ପ୍ରମୁଖ ଭୂମିକା ତୁଲାଉଥିବା ଏହି ପ୍ଲାଟ୍‌ଫର୍ମକୁ ଓପେନ୍ ସୋର୍ସ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋ-ଓ୍ୱିନ୍ ଗ୍ଲୋବାଲ୍ କନ୍‌କ୍ଲେଭ୍‌କୁ ସମ୍ବୋଧନ କରି ମୋଦି କହିଛନ୍ତି, ବିଗତ ୧୦୦ ବର୍ଷରେ କରୋନା ଭଳି ମହାମାରୀ ସଂକଟ ଆସିନାହିଁ । କୌଣସି ଦେଶ ଯେତେ ଶକ୍ତିଶାଳୀ ହୋଇଥାଉ ନା କାହିଁକି, ଏକାକି ଏହି ସମସ୍ୟାର ସମାଧାନ କରିବା ଅସମ୍ଭବ । ବସୁଧୈବ କୁଟୁମ୍ବକମ୍ ଦର୍ଶନରେ ବିଶ୍ୱାସ ରଖୁଥିବା ଭାରତ ମହାମାରୀ ପ୍ରାରମ୍ଭରୁ ସାରା ବିଶ୍ୱଠୁ ଉତ୍କୃଷ୍ଟ ଜ୍ଞାନକୌଶଳ ସଂପର୍କରେ ଶିଖିବାକୁ ଓ ନିଜର ଅଭିଜ୍ଞତା ତଥା କୌଶଳ ବାଣ୍ଟିବାକୁ ଆଗ୍ରହ ଦେଖାଇଆସିଛି । କରୋନା ଟ୍ରେସିଂ ଓ ଟ୍ରାକିଂ ପାଇଁ ଆରୋଗ୍ୟ ସେତୁ ଆପ୍‌କୁ ପୂର୍ବରୁ ଓପେନ୍ ସୋର୍ସ ଘୋଷଣା କରାଯାଇଛି । ଏବଂ ଆଜିଠାରୁ କୋ-ଓ୍ୱିନ୍‌କୁ ମଧ୍ୟ ସମସ୍ତ ଦେଶ ବ୍ୟବହାର କରିପାରିବେ ବୋଲି ମୋଦି ଘୋଷଣା କରିଛନ୍ତି ।

ଗତ ଜାନୁଆରୀରୁ ଭାରତରେ ଟିକାକରଣ ଅଭିଯାନ ଆରମ୍ଭ ହେବା ସହ କୋଓ୍ୱିନ୍ ପ୍ଲାଟ୍‌ଫର୍ମର ବ୍ୟବହାର ହେଉଛି । ଏହାର ଉଭୟ ସ୍ମାର୍ଟଫୋନ୍ ଆପ୍ ଓ ୱେବ୍‌ସାଇଟ୍, ଯେତିକି ସରଳ ସେତିକି ସମୃଦ୍ଧ । ସୂଚନା ଅନୁସାରେ, କୋ-ଓ୍ୱିନ୍ ପ୍ଲାଟ୍‌ଫର୍ମ ଆପଣାଇବାକୁ କାନାଡ଼ା, ମେକ୍ସିକୋ, ନାଇଜେରିଆ, ପାନାମା ଓ ୟୁଗାଣ୍ଡା ସମେତ ଏବେ ସୁଦ୍ଧା ବିଶ୍ୱର ୫୦ରୁ ଅଧିକ ଦେଶ ଆଗ୍ରହ ଦେଖାଇଛନ୍ତି ।କରୋନା ଟିକାକରଣରେ କୋ-ଓ୍ୱିନ୍‌ର ଉପଯୋଗିତା ସଂପର୍କରେ ଅଭିଜ୍ଞତା ବାଣ୍ଟିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୋଓ୍ୱିନ୍ ଗ୍ଲୋବାଲ୍ କନ୍‌କ୍ଲେଭ୍‌ ଆୟୋଜିତ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏହାର ଅଧ୍ୟକ୍ଷତା କରିଥିବା ବେଳେ, କୋ-ଓ୍ୱିନ୍ ମୁଖ୍ୟଙ୍କ ସମେତ ଦେଶ ବିଦେଶରୁ ବହୁ ସଂଖ୍ୟାରେ ବିଶେଷଜ୍ଞ ଏଥିରେ ଯୋଗ ଦେଇଛନ୍ତି ।

Advertisment
India New Delhi Co Win
Advertisment
Advertisment