/odishatv-khabar/media/post_attachments/uploadimage/library/16_9/16_9_0/mirror_1625156298.jpg)
mirror
ନୂଆଦିଲ୍ଲୀ: ବାଥରୁମ୍ରେ ଲାଗିଥିଲା ଦର୍ପଣ। ପରିବାର ଲୋକ ଏହାକୁ ଏକ ସାଧାରଣ ଦର୍ପଣ ଭାବି ଦେଇଥିଲେ। କିନ୍ତୁ କିଛି ଦିନ ପରେ ଏହି ଏମାନେ ଜାଣିବାକୁ ପାଇଲେ ଯେ ଦର୍ପଣଟି ଫ୍ରାନ୍ସର ଶେଷ ରାଣୀ ମାରି ଆଣ୍ଟୋନିଟିଙ୍କର।
ଡେଲି ମେଲ ରିପୋର୍ଟ ଅନୁଯାୟୀ, ଏହି ପ୍ରାଚୀନ ଦର୍ପଣ ୪୦ ବର୍ଷର। ଦର୍ପଣର ଆକାର ୧୯ ଇଞ୍ଚ / ୧୫ ଇଞ୍ଚ। ବର୍ତ୍ତମାନ ବ୍ରିଟେନର ବ୍ରିଷ୍ଟଲରେ ଏହି ଦର୍ପଣ ନିଲାମ ହେବାକୁ ଯାଉଛି। ଅତି କମରେ ୮ ହଜାର ପାଉଣ୍ଡ (୭.୬ ଲକ୍ଷ ଟଙ୍କା) ରେ ଏହାର ବିକ୍ରି ହେବ ବୋଲି ଆଶା କରାଯାଉଛି।
ସୂଚନା ଅନୁଯାୟୀ, ପ୍ରାଚୀନ ଅଷ୍ଟାଦଶ ଶତାବ୍ଦୀର ଫ୍ରେଞ୍ଚ ଦର୍ପଣର ଫ୍ରେମରେ ବାଦାମ ଖୋଦିତ ହୋଇଛି। ଫ୍ରେମର ପଛପଟେ ରୂପାରେ ମେରୀ ଆଣ୍ଟୋନିଟିଙ୍କ ନାମ ଲେଖାଅଛି।
ବିଶ୍ୱାସ କରାଯାଏ ଯେ, ଏହି ଦର୍ପଣକୁ ନେପୋଲିଅନ୍ ତୃତୀୟଙ୍କ ପତ୍ନୀ ରାଣୀ ୟୁଜେନି କିଣିଥିଲେ, ଯିଏ ମାରି ଆଣ୍ଟୋନିଟିଙ୍କ ସମ୍ପତ୍ତିରୁ ଅନେକ ଜିନିଷ କିଣିଥିଲେ।
ଇଷ୍ଟ ବ୍ରିଷ୍ଟଲ ନିଲାମର ଏହି ପରିବାରର ଜଣେ ସଦସ୍ୟ ଆଡେନ ଖାନ କହିଛନ୍ତି ଯେ ଏହା ଅବିଶ୍ୱାସନୀୟ ମନେହୁଏ ଯେ ଏହି ଦର୍ପଣର ଏମିତି ଇତିହାସ ରହିଛି।
ସେ କହିଥିଲେ, 'ଏହା ଇତିହାସର ଏକ ପ୍ରକୃତ ଅଂଶ - ଅଷ୍ଟାଦଶ ଶତାବ୍ଦୀର ଅନ୍ୟତମ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ସହ ଜଡିତ ଲିଙ୍କ୍।' ମାରି ଆଣ୍ଟୋନିଟିଙ୍କ ଫ୍ରାନ୍ସର ଶେଷ ରାଣୀ ଥିଲେ, ସେ ଲୁଇ ଷୋଡଶଙ୍କୁ ବିବାହ କରିଥିଲେ।। ସେ ୧୭୭୪ ରୁ ୧୭୯୨ମଧ୍ୟରେ ଶାସନ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)