Advertisment

ମୋବାଇଲ ଟ୍ରିକ୍; କେହି ଟ୍ରାକ୍ କରିପାରିବେନି ଆପଣଙ୍କ ମୋବାଇଲ୍ କି ଆସିବନି ଅନାବଶ୍ୟକ ବିଜ୍ଞାପନ

ଯଦି ଆପଣ ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି ଦୁଇଟ ଜବରଦସ୍ତ ସିକ୍ରେଟେ ଟ୍ରିକ୍‌ ବିଷୟରେ କହିବୁ, ଯାହାକୁ ଜାଣିଲେ ମୋବାଇଲ୍ ଚଳାଇବା ଆହୁରି ସହଜ ଓ ସୁରକ୍ଷିତ ହୋଇଯିବ। କେମିତି ସୁରକ୍ଷିତ ଭାବରେ ଇଣ୍ଟର୍‌ନେଟ୍‌ ବ୍ୟବହାର କରିପାରିବେ ଓ ମୋବାଇଲ୍‌ ସ୍କ୍ରିନ୍‌ରେ ଶୋ କରୁଥିବା ଅନବାଶ୍ୟକ ବିଜ୍ଞାପନକୁ କିପରି ବନ୍ଦ କରିବେ ସେ ବିଷୟରେ ବି ଜଣାଇବୁ। ଏମିତି ଟ୍ରିକ୍ ବିଷୟରେ କହିବୁ ଯାହା ଦ୍ୱାରା ଆଣପଙ୍କୁ କେହି ବି ଟ୍ରାକ୍ […]

author-image
Abinash Pati
ମୋବାଇଲ ଟ୍ରିକ୍; କେହି ଟ୍ରାକ୍ କରିପାରିବେନି ଆପଣଙ୍କ ମୋବାଇଲ୍ କି ଆସିବନି ଅନାବଶ୍ୟକ ବିଜ୍ଞାପନ

mobile

ଯଦି ଆପଣ ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି ଦୁଇଟ ଜବରଦସ୍ତ ସିକ୍ରେଟେ ଟ୍ରିକ୍‌ ବିଷୟରେ କହିବୁ, ଯାହାକୁ ଜାଣିଲେ ମୋବାଇଲ୍ ଚଳାଇବା ଆହୁରି ସହଜ ଓ ସୁରକ୍ଷିତ ହୋଇଯିବ। କେମିତି ସୁରକ୍ଷିତ ଭାବରେ ଇଣ୍ଟର୍‌ନେଟ୍‌ ବ୍ୟବହାର କରିପାରିବେ ଓ ମୋବାଇଲ୍‌ ସ୍କ୍ରିନ୍‌ରେ ଶୋ କରୁଥିବା ଅନବାଶ୍ୟକ ବିଜ୍ଞାପନକୁ କିପରି ବନ୍ଦ କରିବେ ସେ ବିଷୟରେ ବି ଜଣାଇବୁ। ଏମିତି ଟ୍ରିକ୍ ବିଷୟରେ କହିବୁ ଯାହା ଦ୍ୱାରା ଆଣପଙ୍କୁ କେହି ବି ଟ୍ରାକ୍ କରିପାରିବେ ନାହିଁ।

Advertisment

ଆଉ ଯଦି ଆପଣ ମ୍ୟୁଜିକ୍ ଲଭର, ଫୋନ୍‌ରେ ଅଧିକ ଗୀତ ଶୁଣିବାକୁ ଭଲ ପାଆନ୍ତି, କିନ୍ତୁ ଇୟର ଫୋନ୍‌ ସମସ୍ୟା ଯୋଗୁ ଗୀତ ଶୁଣିପାରୁ ନାହାନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ‌ ତା'ର ବି ସମାଧାନ କହିବୁ। ଫଳରେ ଆପଣ ଖୁବ୍‌ ସହଜରେ ଈୟର ଫୋନ୍‌ରେ ଗୀତ ଶୁଣିପାରିବେ।

[caption id="" align="aligncenter" width="750"]Image result for dns setting in mobile DNS setting , pic credit- beebom.com[/caption]

Advertisment

ଡିଏନ୍‌ଏସ୍‌ ବା ଡୋମେନ୍‌ ନେମ୍‌ ସିଷ୍ଟମ୍‌‌ ସେଟିଂ ଟ୍ରିକ୍‌

ଡିଏନ୍‌ଏସ୍ ସେଟିଂ କପରି କରିବେ ?

ମୋବାଇଲ୍‌ର ସେଟିଂକୁ ଯାଆନ୍ତୁ। ସେଠାରୁ ୱେୟାରଲେସ୍ କନେକ୍ସନ୍‌କୁ ଯାଆନ୍ତୁ। ଏହାପରେ ପ୍ରାଇଭେଟ୍ ଡିଏନ୍‌ଏସ୍ ସିଲେକ୍ଟ କରି ଅଟୋକୁ ସିଲେକ୍ଟ କରନ୍ତୁ। ଫଳରେ ଗୁଗଲ ଡିଏନ୍‌ଏସ୍ ବାଇଡିଫୋଲ୍ଡ ଅନ୍ ହୋଇଯିବ।

କୌଣସି ଗୋଟିଏ ୱେବ୍‌ସାଇଟ୍‌ ଖୋଲିବା ପରେ ଆପେ ଆପେ ଅନ୍ୟ ୱେବ୍‌ସାଇଟ୍‌କୁ ଖୋଲିଯିବା କିମ୍ବା ଅନାବଶ୍ୟକୀୟ ବିଜ୍ଞାପନ ଆସିବା ଭଳି ସମସ୍ୟା ହୋଇଥାଏ। ଫଳରେ ଆପଣଙ୍କ ମୋବାଇଲ୍‌ରେ ହ୍ୟାକ୍‌ ହେବାର ଚାନ୍ସ ମଧ୍ୟ ରହିଥାଏ।  କିନ୍ତୁ ଯଦି ଆପଣ ଡିଏନ୍‌ଏସ୍‌ ସେଟିଂ ଅନ୍‌ କରନ୍ତି ତେବେ ଆପଣଙ୍କ ମୋବାଇଲ୍‌କୁ ଆଉ ଅନାବଶ୍ୟକ ବିଜ୍ଞାପନ ଆସିବ ନାହିଁ। ଫୋନ୍‌ ଓ ଡିଏନ୍‌ଏସ୍‌ ସର୍ଭର ମଧ୍ୟରେ ଯେତେ ବି କମ୍ୟୁନିକେଶନ ହୋଇଥାଏ ତାହା ଏନ୍‌କ୍ରିପ୍ଟେଡ୍ ହୋଇଯିବ। ଫଳରେ କେହି ଆପଣଙ୍କ ଫୋନ୍‌କୁ‌ ଟ୍ରାକ୍‌ କରିପାରିବେ ନାହିଁ।

ୱେବ୍‌ସାଇଟ୍‌ ଖୋଲିବାରେ ଡିଏନ୍‌ଏସ୍‌ର କାମ କଣ ?

ଯେତେବେଳେ ଆପଣ କୌଣସି ୱେବ୍‌ସାଇଟ୍‌ ଖୋଲନ୍ତି, ସେତେବେଳେ ଆପଣଙ୍କ ଫୋନ୍‌ ବ୍ରାଉଜର୍ ୱେବ୍‌ସାଇଟ୍‌ର ଆଇପି ଆଡ୍ରେସ ଖୋଜିବାକୁ ଫୋନ୍‌ରେ ଥିବା ଡିଏନ୍‌ଏସ୍‌ ସର୍ଭରକୁ ଯାଇଥାଏ। ଫଳରେ ୱେବ୍‌ସାଇଟ୍‌ ଆଇପିଆଡ୍ରେସ୍ ଖୋଲିବା ପରେ ହିଁ ଆପଣଙ୍କ ମୋବାଇଲ୍‌ରେ ୱେବ୍‌ସାଇଟ୍ ଖୋଲିଥାଏ। 

[caption id="" align="aligncenter" width="1000"]Image result for earphones representational image[/caption]

ମନୋ ଅଡିଓ ସେଟିଂ ଟ୍ରିକ୍

ଇୟର ଫୋନ୍‌ରେ ଗୀତ ଶୁଣିଲା ବେଳେ ଅନେକ ସମୟରେ ଇୟରଫୋନ୍‌ରେ ସମସ୍ୟା ଦେଖାଯାଇଥାଏ। ବେଳେ ବେଳେ ଗୋଟିଏ ପଟେ ସ୍ପିକର୍‌ରେ ଅଧିକ ଶୁଭୁଥାଏ ତେ ଅନ୍ୟପଟେ କମ୍ ଶୁଭୁଥାଏ। ଆଉ ବେଳେ ବେଳେ ଗୋଟିଏ ସ୍ପିକର୍‌ରେ ଶୁଭୁନଥିବା ବେଳେ ଅନ୍ୟ ସ୍ପିକରରେ ଗୀତ ଶୁଭୁଥାଏ। ଯଦି ଆପଣଙ୍କ ଈୟରଫୋନ୍‌ରେ ଏମିତି ସମସ୍ୟା ଦେଖାଉଯାଉଛି ତେବେ ମୋବାଇଲ୍‌ରେ ମନୋ ଅଡିଓ ସେଟିଂ ଅନ୍ କରି ଆପଣ ସମସ୍ୟାର ସମାଧାନ କରିପାରିବେ।

କିପରି କରିବେ ମନୋ ଅଡିଓ ସେଟିଂ ?

ମନୋ ଅଡିଓ ସେଟିଂ ପାଇଁ ମୋବାଇଲ୍‌ର ସେଟିଂକୁ ଅପସନ୍‌କୁ ଯାଆନ୍ତୁ। ଏହାପରେ ଆଡିସନାଲ୍‌ ସେଟିଂ ଉପରେ କ୍ଲିକ୍ କରନ୍ତୁ। ସଠାରୁ ପୁଣି ଆକ୍ସେସବିଲିଟିରେ କ୍ଲିକ୍‌ କରି ମନୋ ଅଡିଓକୁ ଅନ୍‌ କରିଦିଅନ୍ତୁ। ଏପରି କରିବା ଦ୍ୱାରା ଇୟରଫୋନ୍‌ର ଉଭୟ ସ୍ପିକରକୁ ସମାନ ପରିମାଣରେ ଅଡିଓ ଆସିଥାଏ। ଆଉ ଯଦି ଇୟର ଫୋନ୍‌ର ଗୋଟିଏ ପାଖ ସ୍ପିକର ଖରାପ ହୋଇଯାଇଥାଏ ତେବେ ତେବେ ଅନ୍ୟ ଏକ ସ୍ପିକରରୁ ସମ୍ପୂର୍ଣ୍ଣ ଅଡିଓ ଯାଇଥାଏ।

କାରଣ ଆପଣଙ୍କ ଫୋନ୍‌ ବାଇଡିଫୋଲ୍ଡ ଷ୍ଟିରିଓ ଆଉଟପୁଟ୍ ଇନାବଲ୍ଡ ଥାଏ। ଫଳରେ ଇୟର ଫୋନ୍ ଦୁଇ ସ୍ପିକରେ ଆସୁଥିବା ଅଡିଓକୁ ଫୋନ୍ ନିଜ ହିସାବରେ ଛାଡ଼ିଥାଏ। କିନ୍ତୁ ମନୋ ଅଡିଓ ଅନ୍ କରିବାଦ୍ୱାରା ଏହି ସମସ୍ୟା ସମାଧାନ ହୋଇଥାଏ।

Advertisment
Advertisment