Advertisment

୨୪ ରୁ ୪୦ ଘଣ୍ଟା ଜଳୁଛି ମାଟି ଦୀପ

ନୂଆଦିଲ୍ଲୀ: ଛତିଶଗଡର କୋଣ୍ଡାଗାଓନରେ ରହୁଥିବା କାରିଗର ଅଶୋକ ଚକ୍ରଧାରୀ ଏକ ମାଟି ଦୀପ ତିଆରି କରିଛନ୍ତି। ଯାହାକି ୨୪ ରୁ ୪୦ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ଜଳୁଛି। ଏଥିପାଇଁ ତାଙ୍କୁ ଜାତୀୟ ମେରିଟ୍ ଆୱାର୍ଡ ସାଇଟେସନ୍ ମଧ୍ୟ ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ, ଅଶୋକ ଚକ୍ରଧାରୀ ବୃତ୍ତିରେ ଜଣେ କାରିଗର। ସେ ଏମିତି ଏକ ମାଟିର ଦୀପ କରିଛନ୍ତି ଯାହା ୨୪ ରୁ ୪୦ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ଜଳୁଛି। ଅଶୋକଙ୍କ କହିବା ଅନୁଯାୟୀ, ୩୫ ବର୍ଷ […]

author-image
Biswobandita Swain
୨୪ ରୁ ୪୦ ଘଣ୍ଟା ଜଳୁଛି ମାଟି ଦୀପ

deepa-op

ନୂଆଦିଲ୍ଲୀ: ଛତିଶଗଡର କୋଣ୍ଡାଗାଓନରେ ରହୁଥିବା କାରିଗର ଅଶୋକ ଚକ୍ରଧାରୀ ଏକ ମାଟି ଦୀପ ତିଆରି କରିଛନ୍ତି। ଯାହାକି ୨୪ ରୁ ୪୦ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ଜଳୁଛି। ଏଥିପାଇଁ ତାଙ୍କୁ ଜାତୀୟ ମେରିଟ୍ ଆୱାର୍ଡ ସାଇଟେସନ୍ ମଧ୍ୟ ପ୍ରଦାନ କରାଯାଇଛି।

Advertisment

ସୂଚନା ଅନୁଯାୟୀ, ଅଶୋକ ଚକ୍ରଧାରୀ ବୃତ୍ତିରେ ଜଣେ କାରିଗର। ସେ ଏମିତି ଏକ ମାଟିର ଦୀପ କରିଛନ୍ତି ଯାହା ୨୪ ରୁ ୪୦ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ଜଳୁଛି। ଅଶୋକଙ୍କ କହିବା ଅନୁଯାୟୀ, ୩୫ ବର୍ଷ ପୂର୍ବେ ସେ ଏପରି ଏକ ଦୀପ ଦେଖିଥିଲେ ଏବଂ ଏହାକୁ ଧ୍ୟାନରେ ରଖି ସେ ଏହି ଦୀପ ତିଆରି କରିଛନ୍ତି।

ଅଶୋକ ଚକ୍ରଧାରୀ କହିଛନ୍ତି, "ମୁଁ ଚଳିତ ବର୍ଷ ନବରାତ୍ରି ସମୟରେ ଏକ କଲ ପାଇଥିଲି ଏବଂ ଫୋନ୍‌ରେ ମତେ ଜଣେ ବ୍ୟକ୍ତି କହିଲେ,  ତାଙ୍କ ପାଇଁ ମୁଁ ପୂର୍ବରୁ ପ୍ରସ୍ତୁତ କରିଥଇବା ଦୀପ ପରି ଏକ ଦୀପ ଦରକାର। ତାପରେ ମୁଁ ଜାଣିଲି ଯେ ମୋ ଭିଡିଓ ଭାଇରାଲ ହୋଇଛି। ଯେଉଁଥିପାଇଁ ଲୋକମାନେ ମୋତେ ଫୋନ୍‌ କରି ଦୀପ ତିଆରି କରିବାକୁ କହୁଛନ୍ତି। ମୁଁ ଦୈନିକ ୫୦ଟି ଦୀପ କରୁଛି। ଏହାର ମୂଲ୍ୟ ୨୦୦ ରୁ ୨୫୦ ଟଙ୍କା ରହିଛି। "

Advertisment
Advertisment
Advertisment