Advertisment

କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ପିଆଜ ରସୁଣ ଚୋବାଇବା ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: କରୋନା ଭାଇରସ୍ ଦ୍ୱାରା ବିଶ୍ୱରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। କିଛି ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ କିଛି ଲୋକ ସୁସ୍ଥ ହୋଇଛନ୍ତି। ଦିନକୁ ଦିନ ଏହି ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଏବେ ବି କରୋନାକୁ ନେଇ ଲୋକଙ୍କ ମନରୁ ଭୟ ଦୂର ହୋଇପାରିନାହିଁ। ତେବେ କରୋନାରେ ଆକ୍ରାନ୍ତ ହେଉଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର କିଛି ଦିନ ପାଇଁ ପାଟିର ସ୍ୱାଦ ଚାଲିଯାଉଛି। ଆଉ ଏହି ସ୍ୱାଦ […]

author-image
Biswobandita Swain
ଅଦ୍ୟତନ ହୋଇଛି
କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ପିଆଜ ରସୁଣ ଚୋବାଇବା ଭିଡିଓ ଭାଇରାଲ୍

piaja

ନୂଆଦିଲ୍ଲୀ: କରୋନା ଭାଇରସ୍ ଦ୍ୱାରା ବିଶ୍ୱରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। କିଛି ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ କିଛି ଲୋକ ସୁସ୍ଥ ହୋଇଛନ୍ତି। ଦିନକୁ ଦିନ ଏହି ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଏବେ ବି କରୋନାକୁ ନେଇ ଲୋକଙ୍କ ମନରୁ ଭୟ ଦୂର ହୋଇପାରିନାହିଁ। ତେବେ କରୋନାରେ ଆକ୍ରାନ୍ତ ହେଉଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର କିଛି ଦିନ ପାଇଁ ପାଟିର ସ୍ୱାଦ ଚାଲିଯାଉଛି। ଆଉ ଏହି ସ୍ୱାଦ ପୁଣିଥରେ ଫେରୁଛି କି ନାହିଁ ଜାଣିବା ପାଇଁ ଜଣେ ବ୍ୟକ୍ତି ଏକ ନିଆରା ଉପାୟ ଆପଣେଇଛନ୍ତି।

Advertisment

ନିକଟରେ ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ପାଟିର ସ୍ୱାଦ ଜାଣିବା ପାଇଁ ପିଆଜ ରସୁଣ ଖାଇଥିବା ନଜର ଆସିଛନ୍ତି।

ବ୍ୟକ୍ତି ଜଣଙ୍କ ହେଉଛନ୍ତି ୩୦ ବର୍ଷିୟ ରସେଲ ଡୋନ୍‌ଲି। ପିଆଜ ରସୁଣ ସହ ସେ ଶିଶୁ ଖାଦ୍ୟ, ଲେମ୍ବୁ ରସ, ବିସ୍କୁୁଟ୍, ସସ୍ ଆଦି ଖାଇବାର ଦେଖିବାକୁ ମିଳିଛି। ରସେଲ୍‌ ଏହି ଭିଡିଓକୁ ଟିକ୍‌ଟକ୍ ଏବଂ ୟୁଟ୍ୟୁବ୍‌ରେ ଶେଆର କରିଛନ୍ତି।

Advertisment

ଏହି ଭିଡିଓକୁ ୨୪ହଜାରରୁ ଅଧିକ ଲୋକ ଦେଖିଛନ୍ତି। କିଛି ଲୋକ ରସେଲ୍‌ଙ୍କର ଏମିତି ଭିଡିଓ ଅଧିକରୁ ଅଧିକ ଦେଖିବାକୁ ଚାହାନ୍ତି ବୋଲି କମେଣ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ:ଫୁଲରୁ ମିଳୁଛି ଲାଲ୍‌ସୁନା

Viral Video
Advertisment
Advertisment