Advertisment

ଚାକିରିଆ ଦମ୍ପତିଙ୍କୁ ଘାରିଛି ଚାଷ ନିଶା

କାମାକ୍ଷାନଗର(ବିଦ୍ୟାଧର ବରାଳ): ଦିନକୁ ଦିନ ଚାଷରୁ ମୁହଁ ବୁଲେଇବାରେ ଲାଗିଛନ୍ତି ଚାଷୀ। କିନ୍ତୁ ଚାକିରିଆ ଲୋକଙ୍କର ଏହା ଏକ ସଉକ ପାଲଟିଗଲାଣି। ନିକଟରେ  ଜଣେ ଚାକିରିଆ ଦମ୍ପତିଙ୍କ ଚାଷ ପ୍ରେମରେ ପଡିଥିବା ଦେଖାଦେଇଛି। ଦୁହେଁ ଜୈବିକ ଉପାୟରେ ଚାଷ କରୁଛନ୍ତି। ଏଥିପାଇଁ ସେ ଅନେକ ସୁନାମ ମଧ୍ୟ ଅର୍ଜନ କରିଛନ୍ତି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଟାବାହଳ ଗାଁର ଚାକିରିଆ ଦମ୍ପତି ତପନ କୁମାର ପ୍ରଧାନ ଏବଂ ସ୍ମିତା ପ୍ରଧାନ। ସ୍ୱାମୀ ତପନ ପେଷାରେ ଜଣେ ଫାର୍ମା […]

author-image
Biswobandita Swain
ଚାକିରିଆ ଦମ୍ପତିଙ୍କୁ ଘାରିଛି ଚାଷ ନିଶା

frming

କାମାକ୍ଷାନଗର(ବିଦ୍ୟାଧର ବରାଳ): ଦିନକୁ ଦିନ ଚାଷରୁ ମୁହଁ ବୁଲେଇବାରେ ଲାଗିଛନ୍ତି ଚାଷୀ। କିନ୍ତୁ ଚାକିରିଆ ଲୋକଙ୍କର ଏହା ଏକ ସଉକ ପାଲଟିଗଲାଣି। ନିକଟରେ  ଜଣେ ଚାକିରିଆ ଦମ୍ପତିଙ୍କ ଚାଷ ପ୍ରେମରେ ପଡିଥିବା ଦେଖାଦେଇଛି। ଦୁହେଁ ଜୈବିକ ଉପାୟରେ ଚାଷ କରୁଛନ୍ତି। ଏଥିପାଇଁ ସେ ଅନେକ ସୁନାମ ମଧ୍ୟ ଅର୍ଜନ କରିଛନ୍ତି।

Advertisment

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଟାବାହଳ ଗାଁର ଚାକିରିଆ ଦମ୍ପତି ତପନ କୁମାର ପ୍ରଧାନ ଏବଂ ସ୍ମିତା ପ୍ରଧାନ। ସ୍ୱାମୀ ତପନ ପେଷାରେ ଜଣେ ଫାର୍ମା କମ୍ପାନୀର  ଜେନେରାଲ୍‌ ମ୍ୟାନେଜର ଏବଂ ସ୍ତ୍ରୀ ସ୍ମିତା ତାଳଚେର ଜଗନ୍ନାଥ ମାଇନ୍ସରେ ଜଣେ ଏମସିଏଲ ସରକାରୀ କର୍ମଚାରୀ। ତପନ ଉଚ୍ଚ ଶିକ୍ଷା ଶେଷ କରି ପ୍ରଥମେ ମୁମ୍ବାଇରେ ଏସିଆନ ହାର୍ଟରେ ମ୍ୟାନେଜର ଅପରେଟର ଏବଂ ପରେ କିମ୍ସ ଓ ଜିଏମଆର ଏନର୍ଜୀରେ ହେଲଥ ଡିପାର୍ଟମେଣ୍ଟରେ ଚାକିରୀ କରି ଶେଷରେ ୨୦୧୩ ମସିହାରେ ଫାର୍ମା ଲାଇନରେ ଯୋଗଦାନ କରିଥିଲେ। ଉଭୟ ଦମ୍ପତିଙ୍କ ବ୍ୟସ୍ତବହୁଳ ଜୀବନ ଭିତରେ ସମାନେ ଚାଷ ପାଇଁ ସମୟ ବାହାର କରୁଛନ୍ତି।

ଅବସରପ୍ରାପ୍ତ ଆଇଏଏସ ଅଫିସର ବ୍ରଜବନ୍ଧୁ ପାଣିଙ୍କ ତତ୍ୱବଧାନରେ ଆସି ଉଭୟ ଦମ୍ପତି ନିଜ ଗାଁ ପାଟରପଦା ପଞ୍ଚାୟତ ଅନ୍ତର୍ଗତ କଟାବାହାଳ ଗାଁର ଦେବଭୂମି ନିକଟରେ ପ୍ରାୟ ୧୫ ଏକର ଜମିରେ ଚାଷ ଆରମ୍ଭ କରିଥିଲେ।  ଏଠାରେ ସେ ଆମ୍ବ ,ପିଜୁଳି , କଦଳୀ ,ଆତ ,ଲେମ୍ବୁ , ଅମୃତ ଭଣ୍ଡା ,ପଇଡ଼ ,ବିଭିନ୍ନ ପନିପରିବା , ଡାଲି ମୁଗ ,ବିରି ଏବଂ ମାଛ ଚାଷ ସାଙ୍ଗକୁ ଛେଳି ,ଗାଈ ,କୁକୁଡ଼ା ,ବତକ ଆଦି ଚାଷ ସେ କରିଛନ୍ତି। ଏହି ଚାଷରୁ ସେମାନେ ବାର୍ଷିକ ପ୍ରାୟ ୧୫ ଲକ୍ଷ ଟଙ୍କାର ଆୟ କରୁଛନ୍ତି।

Advertisment

ଏହି ରଘୁପତି ଫାର୍ମ ହାଉସରେ ୭ ଏକର ପରିମିତ ଅଂଚଳରେ ଆମ୍ରପଲ୍ଲୀ ,ଦୁଶେରୀ ,ମଲ୍ଲିକା ,ବମ୍ବେ ଗ୍ରୀନ ,ସୁନ୍ଦରୀ ,ବାଇଗଣ ପଲ୍ଲୀ ,ମୋହନ ଭୋଗ ଭଳି ୨୫ ପ୍ରକାରର ଆମ୍ବ ଚାଷ କରାଯାଇଛି । ଯାହା ପଡୋଶୀ ଝାଡ଼ଖଣ୍ଡ ରାଜ୍ୟରେ ଏହି ଆମ୍ବର ଚାହିଦା ଅଧିକ ଥିବା ବେଳେ ଓଡିଶା ଭିତରେ ବହୁତ ଆଦରଲାଭ ହୋଇ ପାରିଛି । ଏହି ଆମ୍ବ ଗୁଡିକ ବାହାର ରାଜ୍ୟକୁ ରପ୍ତାନୀ କରାଯାଏ । ଫାର୍ମ ହାଉସ ମଧ୍ୟରେ ବିଶାଳକାୟ ଶାଗୁଆନ ବଗିଚା ସହ ସବୁ ପ୍ରକାରର ଫସଲ ମଧ୍ୟ କରାଯାଇଛି । ଯାହା ପାଖ ବଜାରରେ ଲୋକଙ୍କ ଚାହିଦାକୁ ମେଣ୍ଟାଇ ପାରୁଛି । ଏପରିକି ଏହି ଫାର୍ମ ହାଉସ ମଧ୍ୟରେ ପ୍ରାୟ ୩ ଏକର ଜମିରେ ମୁଗ ଡାଲି ଓ ୪ ଏକର ଜାଗାରେ ବିରି ଡାଲି ଚାଷ କରାଯାଇଛି । ସମ୍ପୂର୍ଣ୍ଣ ଜୈବିକ ସାରରେ ତିଆରି କରାଯାଇଥିବା ଏହି ଚାଷ ବେଶ ଲାଭ ପ୍ରଦ ହୋଇ ପାରିଛି ।

୨୦୧୧ ମସିହାରୁ ଜୈବିକ ଉପାୟରେ ଆରମ୍ଭ କରିଥିବା ଏହି ଚାଷ ଅନେକ ଲୋକଙ୍କ ମୁହଁରେ ଆହାର ଯୋଗାଇ ପାରୁଛି। କରୋନା ଭଳି ଦୁର୍ଦ୍ଦିନରେ ସେମାନେ କର୍ମସଂସ୍ଥାନ ପାଇ ବେଶ ଖୁସି ମଧ୍ୟ ଅଛନ୍ତି ବୋଲି ଏହି ଦମ୍ପତି କହିଛନ୍ତି ।

Advertisment
Advertisment