Advertisment

ଚକୋଲେଟ ଡେ'

ଜୋରଜୋରରେ ପାଦ ପକେଇ ଝଡ଼ ବେଗରେ ଆସି ଚେୟାର ଉପରେ ବସି ପଡିଲେ ସ୍ନିଗ୍ଧା l ସବୁଦିନ ଭଳି ଅଭିନନ୍ଦନ ବାର୍ତ୍ତା ତ ଦୂରେ ଥାଉ ଅର୍ଣ୍ଣବଙ୍କ ମୁହଁକୁ ସୁଦ୍ଧା ଅନେଇଲେ ନାହିଁ ସେ ସେଦିନ l ଏପର୍ଯ୍ୟନ୍ତ ଅର୍ଣ୍ଣବ କିଛି ହେଲେ ଠଉରେଇ ପାରୁ ନ ଥାନ୍ତି ଏଇ ଆକସ୍ମିକ ପରିବର୍ତ୍ତନ ପଛର ରହସ୍ୟ l (ପଢ଼ନ୍ତୁ ଶ୍ରୁତକୀର୍ତ୍ତି ତ୍ରିପାଠୀ ତ୍ରିପାଠୀଙ୍କର ଏହି ଗପ) ଅର୍ଣ୍ଣବ ବାବୁ ଓ ସ୍ନିଗ୍ଧା ମ୍ୟାମ୍‌ ଗୋଟିଏ ଅଫିସରେ କାମ […]

author-image
Otv Khabar Bureau
ଚକୋଲେଟ ଡେ'

Srutakirti-1

ଜୋରଜୋରରେ ପାଦ ପକେଇ ଝଡ଼ ବେଗରେ ଆସି ଚେୟାର ଉପରେ ବସି ପଡିଲେ ସ୍ନିଗ୍ଧା l ସବୁଦିନ ଭଳି ଅଭିନନ୍ଦନ ବାର୍ତ୍ତା ତ ଦୂରେ ଥାଉ ଅର୍ଣ୍ଣବଙ୍କ ମୁହଁକୁ ସୁଦ୍ଧା ଅନେଇଲେ ନାହିଁ ସେ ସେଦିନ l ଏପର୍ଯ୍ୟନ୍ତ ଅର୍ଣ୍ଣବ କିଛି ହେଲେ ଠଉରେଇ ପାରୁ ନ ଥାନ୍ତି ଏଇ ଆକସ୍ମିକ ପରିବର୍ତ୍ତନ ପଛର ରହସ୍ୟ l

(ପଢ଼ନ୍ତୁ ଶ୍ରୁତକୀର୍ତ୍ତି ତ୍ରିପାଠୀ ତ୍ରିପାଠୀଙ୍କର ଏହି ଗପ)

Advertisment

ଅର୍ଣ୍ଣବ ବାବୁ ଓ ସ୍ନିଗ୍ଧା ମ୍ୟାମ୍‌ ଗୋଟିଏ ଅଫିସରେ କାମ କରନ୍ତି। ଦୁଇଜଣଙ୍କ ସିଟ୍‌ ପାଖାପାଖି। ତେଣୁ ଟିକେ ଫୁରସତ ମିଳିଲେ ଗପର ଆସର ଖୁବ ଜମେ ସେମାନଙ୍କ ଭିତରେ। ଅତ୍ୟନ୍ତ ଖୋଲା ଓ ସ୍ୱାଧୀନ ଚିନ୍ତାଧାରା ଯୋଗୁ ଉଭୟେ ପରସ୍ପର ମଧ୍ୟରେ ଥଟ୍ଟାମଜା କରିବାକୁ ମଧ୍ୟ ପଛାନ୍ତି ନାହିଁ। ଅଫିସରେ ଗଭୀର ବନ୍ଧୁତ୍ୱ ଘର ଯାଏ ବି ବିସ୍ତାରି ଗଲାଣି, ତେଣୁ ଉଭୟଙ୍କ ପରିବାର ମଧ୍ୟ ଖୁବ୍‌ ଭଲ ଭାବରେ ପରସ୍ପର ସହିତ ମିଶନ୍ତି। ଏପରିକି ଛୁଟିଦିନଗୁଡ଼ିକ ଏକା ସାଥିରେ ବିତେଇବା, ପର୍ବପର୍ବାଣୀ ଦେଖି ମିଠା, ପିଠା, ସୁସ୍ୱାଦୁ ବ୍ୟଞ୍ଜନ ସବୁ ପାର୍ସଲ ଦେବା ନେବା ଚାଲେ ସେମାନଙ୍କ ଭିତରେ।

ପ୍ରତିଦିନ ସେମାନଙ୍କର ଦିନ ଆରମ୍ଭ ହୁଏ ମୋବାଇଲ ମେସେଜ 'ସୁପ୍ରଭାତ' ରୁ, ଯଦିଓ କିଛି ଘଣ୍ଟା ପରେ ଉଭୟଙ୍କର ଦେଖା ହୁଏ ଅଫିସରେ। ନିତି ନୂଆ ନୂଆ କବିତା ଓ ସନ୍ଦେଶର ଆଦାନ ପ୍ରଦାନ ବି ହୁଏ ମୋବାଇଲ ମାଧ୍ୟମରେ। ଉତ୍ତର, ପ୍ରତିଉତ୍ତର ରେ କଟିଯାଏ ସାରାଦିନ। ଏପରିକି ଅଫିସରେ ସେମାନଙ୍କ ବନ୍ଧୁତା ର ଚାପା ଗୁଞ୍ଜରଣ ଶୁଭେ ତାଙ୍କ ପଛରେ।

Advertisment

ସବୁଦିନ ପରି ଆଜି କିନ୍ତୁ ଅଫିସରୁ ଗଲାପରେ ଅର୍ଣ୍ଣବ ବାବୁଙ୍କ କୌଣସି ମେସେଜ୍‌ର ଉତ୍ତର ଦେଉନାହାନ୍ତି ସ୍ନିଗ୍ଧା। ମେସେଜ୍ ଦେଖିବାର ନିଦର୍ଶନ ସ୍ୱରୂପ ଦୁଇଟି ସବୁଜ ଟିକ ଚିହ୍ନ କ୍ରମାଗତ ଭାବରେ ଲକ୍ଷ୍ୟ କରିପାରୁଛନ୍ତି ଅର୍ଣ୍ଣବ ବାବୁ। ଅନଲାଇନ ଥାଇ, ତାଙ୍କ ମେସେଜ ପଢ଼ି ମଧ୍ୟ ଉତ୍ତର ନ ଫେରେଇବା ତାଙ୍କୁ କିଛି ମାତ୍ରାରେ ବିଚଳିତ କଲେ ମଧ୍ୟ ପ୍ରକୃତ କାରଣ ଜାଣି ପାରୁନାହାନ୍ତି ସେ।

Image result for office colleague india

ସ୍ନିଗ୍ଧା ମାଡ଼ାମ ବ୍ୟସ୍ତତା ଓ କ୍ଳାନ୍ତି ଯୋଗୁଁ ଉତ୍ତର ଦେବାରେ ବିଳମ୍ବର ଆଶଙ୍କାରେ "ଶୁଭରାତ୍ରି" ଲେଖି ରାତିର ଶେଷ ମେସେଜ୍ ପଠେଇ ଶୋଇବାକୁ ଚାଲିଯାଆନ୍ତି ଅର୍ଣ୍ଣବ ବାବୁ।  ଚିରାଚରିତତା ଭିତରେ ବ୍ୟତିକ୍ରମ ତାଙ୍କ ମନକୁ ଅଶାନ୍ତ କଲେ ବି ସେ ଖଟରେ ବାରମ୍ବାର କଡ଼ ଲେଉଟାଇ ଶୋଇବାକୁ ଚେଷ୍ଟା କରନ୍ତି ଶେଷକୁ।

ଆଜି ଅଫିସ ଟିକେ ଚଞ୍ଚଳ ବାହାରି ପଡ଼ିଲେ ଅର୍ଣ୍ଣବ ବାବୁ। କାହିଁକି ନିଶ୍ଚିତ ହୋଇପାରୁନାହାନ୍ତି ସେ ! 'କିଛି ଅସୁବିଧା ହେଇଛି କି ସ୍ନିଗ୍ଧାର !', ରହି ରହି କି ଏହି ସମ୍ଭାବନା ତାଙ୍କ ମନକୁ ବିଚଳିତ କରିଦେଉଛି। ଅଫିସ ଟେବୁଲ ଉପରେ ତାଙ୍କ ହ୍ୟାଣ୍ଡବ୍ୟାଗକୁ ରଖି ଫାଇଲପତ୍ର ଉପରେ ନଜର ପକେଇଲେ, କିନ୍ତୁ ଆଖି ବାରମ୍ବାର ଖୋଜୁଥାଏ ପାଖ ସିଟରେ ଅନୁପସ୍ଥିତ ସ୍ନିଗ୍ଧାଙ୍କୁ। କଣ ହୋଇଥାଇପାରେ ଆଜି ବିଳମ୍ବ ର କାରଣ, 'ସତରେ ତାଙ୍କ ଦେହ ଖରାପ ହୋଇଯାଇନି ତ? ' ଜାଣିବା ପାଇଁ ମୋବାଇଲ ଦେଖିଲା ବେଳକୁ ତାଙ୍କର ମନେପଡ଼ିଲା ଯେ ସେ ଅନ୍ୟମନସ୍କତାରେ ଆଜି ସ୍ନିଗ୍ଧାଙ୍କୁ 'ସୁପ୍ରଭାତ ' ମେସେଜ କରିବାକୁ ଭୁଲିଯାଇଛନ୍ତି ! ଏମିତି ବ୍ୟତିକ୍ରମ ତ ହୁଏନି କେବେ? ସ୍ନିଗ୍ଧା ବି ଆଜି ତାଙ୍କୁ କିଛି ପଠେଇନାହାନ୍ତି, ଏପରିକି କାଲି ସନ୍ଧ୍ୟାରୁ ସେ ପଠେଇଥିବା ମେସେଜ ର ଉତ୍ତର ବି ଦେଇନାହାନ୍ତି ! ମୋବାଇଲ ରେ ଫୋନ କରିବା ପାଇଁ ଯିବାକୁ ଉଦ୍ୟତ ହୁଅନ୍ତେ ସ୍ନିଗ୍ଧାଙ୍କ ହିଲ ଚପଲ ର ଟକ ଟକ ଶବ୍ଦରେ ଫୋନ୍‌ କରିବାରୁ ବିରତ ହେଲେ ଅର୍ଣ୍ଣବ। ଜୋରଜୋରରେ ପାଦ ପକେଇ ଝଡ଼ ବେଗରେ ଆସି ଚେୟାର ଉପରେ ବସି ପଡ଼ିଲେ ସ୍ନିଗ୍ଧା। ସବୁଦିନ ଭଳି ଅଭିନନ୍ଦନ ବାର୍ତ୍ତା ତ ଦୂରେ ଥାଉ ଅର୍ଣ୍ଣବଙ୍କ ମୁହଁକୁ ସୁଦ୍ଧା ଅନେଇଲେ ନାହିଁ ସେ ସେଦିନ। ଏପର୍ଯ୍ୟନ୍ତ ଅର୍ଣ୍ଣବ କିଛି ହେଲେ ଠଉରେଇ ପାରୁ ନ ଥାନ୍ତି ଏଇ ଆକସ୍ମିକ ପରିବର୍ତ୍ତନ ପଛର ରହସ୍ୟ।

publive-image

ଆଉ ଚୁପ ହୋଇ ରହି ପାରିଲେ ନାହିଁ ସେ, ନିରବତା ଭଙ୍ଗ କରି ସ୍ନିଗ୍ଧାଙ୍କୁ ସୁପ୍ରଭାତ ବାର୍ତ୍ତା ଜଣଉ ଜଣଉ ଆହତ ନାଗୁଣୀ ଭଳି ତେଜିଉଠିଲେ ସ୍ନିଗ୍ଧା।

'ଆପଣ କଣ ମୋର ବନ୍ଧୁତାର ଏଇ ମାନ ନିର୍ଦ୍ଧାରଣ କଲେ? ମୋର କେଉଁ ବ୍ୟବହାର ଦେଖି ଆପଣଙ୍କୁ ଏଭଳି ଲାଗିଲା ଯେ ମୁଁ ଏସବୁ କୁ ସମ୍ମତି ଦେବି? '

ମୁଣ୍ଡ ଝାଇଁଝାଇଁ ହେଇଗଲା ଅର୍ଣ୍ଣବ ବାବୁଙ୍କର। କଣସବୁ ଘଟିଯାଉଛି? କଣସବୁ ସ୍ନିଗ୍ଧା କହିଯାଉଛନ୍ତି? ତାର କିଛି କୂଳ କି କିନାରା ସେ ପାଉ ନ ଥାନ୍ତି।' କ'ଣ ହେଇଛି ମ୍ୟାମ? ' ଏତିକି ହିଁ ତାଙ୍କ ପାଟିରୁ ବାହାରିଲା ତାହା ପୁଣି ଶଙ୍କିତ ସ୍ୱରରେ।

'ଆପଣଙ୍କର ବୟସ ହେଇଛି ଏସବୁ କରିବାକୁ, ଆପଣ କଣ ପ୍ରେମ କରନ୍ତି ମୋତେ?'

ପାଦତଳୁ ଭୂଇଁ ଖସିଗଲା ପରି ଅନୁଭବ କଲେ ଅଣାକାର ବାବୁ। ଲଜ୍ଜ୍ୟା ରେ ମୁହଁ ତଳକୁ ହେଇଗଲା, ଭାବୁଥିଲେ ଏଇନା ଯେମିତି ଭୂଇଁ ଫାଟିଯାନ୍ତା, ଓ ସେ ତା ଭିତରେ ପ୍ରବେଶ କରି ନିଜକୁ ଲଜ୍ଜା ମୁକ୍ତ କରନ୍ତେ। କିଛି କହିବାକୁ ଶବ୍ଦ ଖୋଜି ପାଉ ନ ଥାନ୍ତି ସେ। କଣ ଅବା କହିଥାନ୍ତେ ଯେ, ଦିନେକାଳେ ଯେଉଁ କଥା ତାଙ୍କ ଚେତନ ଅବଚେତନ ମନକୁ ପ୍ରବେଶ କରିନି ଆଜି ହଠାତ ସେ କଥା ପୁଣି ସ୍ନିଗ୍ଧା ଭଳି ଜଣେ ଅନ୍ତରଙ୍ଗ ବାନ୍ଧବୀଙ୍କ ମୁହଁରୁ ଶୁଣିଲେ, କେମିତି ସହି ପାରିବେ ସେ ଭଲା !!

'କଣ ହେଇଛି ମ୍ୟାମ?' ଅପେକ୍ଷାକୃତ ଧୀର କଣ୍ଠରେ ପଚାରିଲେ ଅର୍ଣ୍ଣବ ବାବୁ।

'କାଲି ମୋତେ ନ ଜଣେଇ ମୋ ବ୍ୟାଗରେ ଚୁପ କିନା ସେ ଚକୋଲେଟ ପୁରେଇବାର ଅର୍ଥ ମୁଁ କଣ ବୁଝିବି କୁହନ୍ତୁ?' ବିକୃତ ମୁହଁ କରି ପଚାରିଲେ ସ୍ନିଗ୍ଧା l

'ଅଫିସରେ ସମସ୍ତଙ୍କ ଆଗରେ ଦେଲେ, କାଳେ କିଏ କଣ ପଛରେ ଥଟ୍ଟା କରିବ, ଆପଣଙ୍କୁ ପରେ ଶୁଣିଲେ ଖରାପ ଲାଗିବ ବୋଲି ଦେଖେଇ କି ଦେଇ ନ ଥିଲି ମାଡାମ ! ଏମିତିରେ ଆମ ବନ୍ଧୁତା ଅନେକଙ୍କ ଆଖିରେ ଯାଏନି, କିଏ କାହିଁକି ଜାଣିବ ଯେ କହିବାକୁ ଯିବ ଭାବି ଜଣେଇଲି ନାହିଁ। ଭାବିଲି ଘରକୁ ଯାଇ ଦେଖିଲେ ଫୋନ ତ କରିବେ, ସେଥିପାଇଁ କାଲି ସନ୍ଧ୍ୟାରୁ ଏବେ ଯାଏ ଆପଣଙ୍କ ଫୋନ ଓ ମେସେଜ କୁ ଅପେକ୍ଷା କରି ବସିଛି l'

'କଣ ପାଇଁ ଦେଲେ ଚକୋଲେଟ, କଣ ଆବଶ୍ୟକତା ଥିଲା? ଆପଣ କଣ ଜାଣିନାହାନ୍ତି କାଲି ଚକୋଲେଟ ଡେ ଥିଲା? ଏହି ଦିନରେ କାହାକୁ ଦିଆଯାଏ ଚକୋଲେଟ ଆପଣଙ୍କର କଣ ସତରେ ଧାରଣା ନାହିଁ?'

କ୍ଷଣିକ ଭିତରେ ଆକାଶରୁ ଖସି ପଡ଼ିଲେ ଯେମିତି ଅର୍ଣ୍ଣବ ବାବୁ।

'ଆରେ.. ହେ... ଏବେ ତ ଭାଲେଣ୍ଟାଇନ ସପ୍ତାହ ଚାଲିଛି, ଆଉ କାଲି ବୋଧେ ଚକୋଲେଟ ଦିବସ ଥିଲା। ସ୍ନିଗ୍ଧା ମାଡାମ, ତାଙ୍କ ପୁଅ ପାଇଁ ମୁଁ ପଠେଇଥିବା ଚକୋଲେଟ ଗୁଡିକୁ ନିଜ ପାଇଁ ଚକୋଲେଟ ଦିବସ ର ଉପହାର ବୋଲି ଭାବି ନେଇଛନ୍ତି କି ଆଉ!!'

'କି କଥା କହୁଛନ୍ତି ମାଡାମ, କାଲି ମୋ ଝିଅର ଜନ୍ମଦିନ ଥିଲା ତେଣୁ ସେ ଆପଣଙ୍କ ପୁଅ ପାଇଁ ଚକୋଲେଟ ପଠେଇଥିଲା l ମୁଁ ଭୁଲିଯାଇଥିଲି ଦେବାକୁ, ଅଫିସ ଛୁଟିବେଳେ ତରତରରେ ଆପଣଙ୍କ ବ୍ୟାଗରେ ପୂରେଇଦେଲି, ଆପଣ ଦେଖିଲେ ପଚାରିବେ ନିଶ୍ଚୟ କଣ ପାଇଁ ଦେଇଛି, ତେଣୁ ଆଉ କହି ନ ଥିଲି l ମୁଁ କଣ ଜାଣିଛି ୟା ଭିତରେ ଏତେ କାଣ୍ଡ ହେଇଯିବ ବୋଲି?'

'ଏଁ.... ସତରେ, ମୁଁ କ'ଣ ନାଇଁ କ'ଣ ଭାବି ଚାଲିଛି କାଲି ସନ୍ଧ୍ୟାରୁ ଏହି ଚକୋଲେଟତକ ମୋ ବ୍ୟାଗରେ ଦେଖିବା ପରଠୁ। ଭାବିଲି ଫୋନ କରିକି ବହେ ଶୁଣେଇବି, ହେଲେ ବିଶ୍ୱାସ ବି ହଉ ନଥାଏ, ଆଉ ଲାଜ ବି ଲାଗୁଥାଏ ଯେ, ଏ ବୟସରେ ଆପଣ କ'ଣ ଏପରି କିଛି ଭାବିବେ? ହଉ ହଉ.. ମୋତେ କ୍ଷମା କରନ୍ତୁ ମୁଁ ଖାଲିଟାରେ ଏମିତି ଭାବିକି ଆପଣଙ୍କୁ ରାଗରେ କ'ଣ ସବୁ କହିଗଲି !! ଚକୋଲେଟ ପାଇଁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।  ଆଜି ନିଶ୍ଚୟ ପୁଅକୁ ଦେଇଦେବି ଘରକୁ ଗଲେ l '

ଅର୍ଣ୍ଣବ ବାବୁ ନିଜ ଦରପାଚିଲା ଦାଢ଼ିରେ ହାତ ମାରୁ ମାରୁ କେବଳ ଏତିକି କହି ପାରିଲେ, 'କି ଚକୋଲେଟ ଡେ ହେଲାରେ... ମଣିଷ ମରୁ ମରୁ ବଞ୍ଚିଗଲା l

ବିବେକାନନ୍ଦ ମାର୍ଗ, ଭୁବନେଶ୍ୱର-୨ ଫୋନ - 6370516478

Advertisment
Advertisment