Advertisment

ବାପା ଲଙ୍କା ବିକନ୍ତି, ଝିଅ ଡାକ୍ତର ହେବେ

ଝାରସୁଗୁଡା(ଭାଗୀରଥି ସାହୁ): ସଂକଳ୍ପ, ଅଧ୍ୟବସାୟ ସାଙ୍ଗକୁ ଦୃଢ ଇଛାଶକ୍ତି ଥିଲେ ସବୁ ସମ୍ଭବ। ଆଉ ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ରେଙ୍ଗାଲି ଗ୍ରାମର ରିମାରାଣୀ। ନିଟ୍‌ରେ ସେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ରିମାଙ୍କ ବାପା ଦିଲ୍ଲୀପ ସାହୁ  ହାଟକୁ ହାଟ ବୁଲି ଲଙ୍କା ଓ ଅଦା ବିକ୍ରିକରନ୍ତି। ଏକ ଛୋଟିଆ ବ୍ୟବସାୟୀ ପରିବାରର ଅଭାବ ଅସୁବିଧାରେ ରହି ରିମା ଯେଉଁ ସଫଳତା ପାଇଛନ୍ତି। ତାକୁ ନେଇ ଆଖ ପାଖ ଲୋକେ […]

ଅଦ୍ୟତନ ହୋଇଛି
ବାପା ଲଙ୍କା ବିକନ୍ତି, ଝିଅ ଡାକ୍ତର ହେବେ

lanka-pi

Advertisment

ଝାରସୁଗୁଡା(ଭାଗୀରଥି ସାହୁ): ସଂକଳ୍ପ, ଅଧ୍ୟବସାୟ ସାଙ୍ଗକୁ ଦୃଢ ଇଛାଶକ୍ତି ଥିଲେ ସବୁ ସମ୍ଭବ। ଆଉ ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ରେଙ୍ଗାଲି ଗ୍ରାମର ରିମାରାଣୀ। ନିଟ୍‌ରେ ସେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ରିମାଙ୍କ ବାପା ଦିଲ୍ଲୀପ ସାହୁ  ହାଟକୁ ହାଟ ବୁଲି ଲଙ୍କା ଓ ଅଦା ବିକ୍ରିକରନ୍ତି। ଏକ ଛୋଟିଆ ବ୍ୟବସାୟୀ ପରିବାରର ଅଭାବ ଅସୁବିଧାରେ ରହି ରିମା ଯେଉଁ ସଫଳତା ପାଇଛନ୍ତି। ତାକୁ ନେଇ ଆଖ ପାଖ ଲୋକେ ତାଙ୍କର ଢେର୍‌ ପ୍ରଶଂସା କରୁଛନ୍ତି।

Advertisment

ରିମା ନିଟ୍‌ ସର୍ବଭାରତୀୟ ରାକିଂରେ ୭୫୫୫ ରଖିଥିବା ବେଳେ ପରୀକ୍ଷାରେ ୭୨୦ ମାର୍କରୁ ୬୩୩ ମାର୍କ ରଖିଛନ୍ତି। ଆଗକୁ ଯାଇ ସେ ଓଡିଶାରେ ମେଡ଼ିକାଲ ପଢିବେ ଏବଂ  ଭବିଷ୍ୟତରେ ଗରିବଙ୍କ ସେବା କରିବେ ବୋଲି ଇଛା ପ୍ରକାଶ କହିଛନ୍ତି ।

ରିମାରଣୀ ସାହୁ  ୨୦୧୫ ମସିହାରେ  ଦେବକିଦେବୀ ବାଳିକା ହାଇସ୍କୁଲରେ ମାଟ୍ରିକ ପରୀକ୍ଷାଦେଇ ୮୬.୮୩ ପ୍ରତିଶତ ମାର୍କ ରଖି ପାସ କରିଥିଲେ। ତାପରେ ଯୁକ୍ତ ଦୁଇ ଗଙ୍ଗାଧର ମେହେର ଜୁନିୟର କଲେଜରୁ ୨୦୧୭ରେ ୭୫.୫ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେଲେ। ସେ ସମ୍ବଲପୁରରେ ଯୁକ୍ତ ଦୁଇ ପଢିବା ସମୟରେ ହଷ୍ଟେଲରେ ରହି ପଢିବା ସମୟରେ ସେଠାରେ ରହି ନିଟ ପାଇଁ ପ୍ରସ୍ତୁତି କରୁଥିଲେ। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ଭଲ କୋଚିଂ ସେଣ୍ଟରରେ ପଢିପାରିନଥିଲେ। କିନ୍ତୁ ଡ଼ାକ୍ତର ହେବା ନିଶା ତାଙ୍କ ମନରୁ କେବେବି ଦୂରେଇଯାଇ ପାରିନଥିଲା।

Advertisment

ଅନ୍ୟପଟେ ରିମାରାଣୀଙ୍କ ସଫଳତା ଉପାନ୍ତ ଅଞ୍ଚଳରେ ପୁଅ-ଝିଅଙ୍କ ମଧ୍ୟରେ ଉଚ୍ଚଶିକ୍ଷା ଦେବାରେ ପାତର ଅନ୍ତର କରୁଥିବା ଅଭିଭାବକ ମାନଙ୍କ ପାଇଁ ଏକ ଶିକ୍ଷା ବୋଲି ସାମାଜିକ କର୍ମୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ