Advertisment

ଏୟାରପୋର୍ଟର ଡମ୍ପିଂୟାର୍ଡରେ ଅଛି ବିଜୁଙ୍କ ଡାକୋଟା, ଆସିବ ତ ଓଡ଼ିଶା ?

ଭୁବନେଶ୍ୱର: କୋଲକାତା ଏୟାରପୋର୍ଟର ଡମ୍ପିଂୟାର୍ଡରେ ଡାକୋଟା । ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରିୟ ବିମାନ । ଯେଉଁଥିରେ ଡଚ୍‌ଙ୍କ କବଳରୁ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଦେଶରୁ ଭାରତକୁ ଉଡ଼ାଇ ଆଣିଥିଲେ, ୧୯୪୭ରେ ଶ୍ରୀନଗରରୁ-ପାକ୍ ଶତ୍ରୁ ସେନା ବଳୟରୁ ଭାରତୀୟ ସେନାଙ୍କୁ ଏୟାରଲିଫ୍ଟ…

author-image
Satyendu Shekher Mishra
ଏୟାରପୋର୍ଟର ଡମ୍ପିଂୟାର୍ଡରେ ଅଛି ବିଜୁଙ୍କ ଡାକୋଟା, ଆସିବ ତ ଓଡ଼ିଶା ?

dacokta

ଭୁବନେଶ୍ୱର: କୋଲକାତା ଏୟାରପୋର୍ଟର ଡମ୍ପିଂୟାର୍ଡରେ ଡାକୋଟା । ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରିୟ ବିମାନ । ଯେଉଁଥିରେ ଡଚ୍‌ଙ୍କ କବଳରୁ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଦେଶରୁ ଭାରତକୁ ଉଡ଼ାଇ ଆଣିଥିଲେ, ୧୯୪୭ରେ ଶ୍ରୀନଗରରୁ-ପାକ୍ ଶତ୍ରୁ ସେନା ବଳୟରୁ ଭାରତୀୟ ସେନାଙ୍କୁ ଏୟାରଲିଫ୍ଟ କରିଥିଲେ, ସେନା ପାଇଁ ଗୋଳାବାରୁଦ ଓ ଔଷଧ ପରିବହନ କରୁଥିଲେ, ସେତେବେଳର ଦୁର୍ଦ୍ଦଶ ପାଇଲଟ୍ ବିଜୁ ପଟ୍ଟନାୟକ ।

Advertisment

ତେବେ ବିଜୁଙ୍କ ଏକାଧିକ ଦୁଃସାହସିକ ଅଭିଯାନର ସାଥୀ ଥିବା ଏଇ ବିମାନ ଏବେ ଜରାଜୀର୍ଣ୍ଣ ଧ୍ୱଂସ ସ୍ତୁପରେ ପରିଣତ ହେବା ପୂର୍ବରୁ ସତରେ କଣ ଓଡ଼ିଶା ଫେରିବ ଡାକୋଟା ? ପୂର୍ବରୁ ବହୁବାର ଓଡ଼ିଶା ଫେରାଇ ଆଣିବାର ବିଫଳ ଉଦ୍ୟମ ପରେ ଏବେ ପୁଣି ନୂଆ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗକୁ ପତ୍ର ଲେଖି ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି ।

ହେଲେ କାହିଁକି ଆସି ପାରୁନି ବିଜୁବାବୁଙ୍କ ଡାକୋଟା ? କେଉଁଠି ରହୁଛି ଅସୁବିଧା ? ସୂଚନା ଅନୁସାରେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, ଏଏଆଇର ଅଧ୍ୟକ୍ଷ ଥିବାବେଳେ ସ୍ୱର୍ଗତ ଗୁରୁପ୍ରସାଦ ମହାପାତ୍ର ଏହି ଡାକୋଟା ବିମାନକୁ ମାଗଣାରେ ଓଡ଼ିଶା ସ୍ଥାନାନ୍ତରିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଏପରି କି ଭୁବନେଶ୍ୱର ବିମାନବନ୍ଦର ପରିସରରେ ଏହାକୁ ସ୍ଥାନିତ କରିବାକୁ ଏଏଆଇ ପକ୍ଷରୁ ସ୍ଥାନ ମଧ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା । ମାତ୍ର କେଉଁ ପରିସ୍ଥିତିରେ ଏହି ଯୋଜନା ବନ୍ଦ ହେଲା, ତାହା ବର୍ତ୍ତମାନ ବି ପ୍ରଶ୍ନବାଚୀ । ଏପରକି ଏଭଳି ଐତିହାସିକ ବିମାନକୁ ନିଜ ଖର୍ଚ୍ଚରେ ବି ଓଡ଼ିଶା ଆଣିବାକୁ ବହୁ ଓଡ଼ିଆ ଆଗଭର ଥିବା କହିଛନ୍ତି, ଡାକୋଟା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ରାଜ୍ୟ ସରକାରଙ୍କୁ ବାରମ୍ବାର ପ୍ରଦାନ କରିଥିବା ଅନିଲ୍ ଧୀର୍ ।

Advertisment

ବିଜୁ ପଟ୍ଟନାୟକଙ୍କ ପରିଚାଳିତ କଳିଙ୍ଗ ଏୟାରଲାଇନ୍ସରେ ପ୍ରାୟ ୧୫ଟି ଡାକୋଟା ବିମାନ ସାମିଲ ଥିଲା । ତେବେ ପ୍ରଶ୍ନ ଉଠୁଛି, ବିଜୁ ବାବୁଙ୍କ ନାଁକୁ ନେଇ ଗଠିତ ଦଳ ଦୁଇ ଦଶନ୍ଧି ଧରି ରାଜ୍ୟ ଶାସନରେ ଥିଲେ ମଧ୍ୟ, ଦୁର୍ଦ୍ଦଶ ପାଇଳଟ୍ ବିଜୁଙ୍କ କଥାକୁ ନେତା ଭାଷଣରେ ବଖାଣୁଥିଲେ ମଧ୍ୟ, ତାଙ୍କର ଏହି ବୀରତ୍ୱର ସନ୍ତକଟିକୁ ଓଡ଼ିଶା ଅଣାଯିବାରେ ଏତେ ବିଳମ୍ବ କାହିଁକି ? ବାଧା କେଉଁଠି ? ବିଜୁପ୍ରେମୀଙ୍କ ମନରେ ଏବେ ଏଇସବୁ ପ୍ରଶ୍ନ ।

Dakota
Advertisment
Advertisment