Advertisment

ମ୍ୟାଜିକ୍‌ ଚାଉଳ ଚାଷ କରନ୍ତି ଏହି ଚାଷୀ, ଥଣ୍ଡା ପାଣିରେ ପକେଇଲେ ହୋଇଯିବ ଭାତ

ନୂଆଦିଲ୍ଲୀ: ଆପଣ କେବେ ମ୍ୟାଜିକ୍‌ ଚାଉଳ ବିଷୟରେ ଶୁଣିଛନ୍ତି? ଏହାକୁ ଗରମ ପାଣିରେ ନୁହେଁ, ଥଣ୍ଡା ପାଣିରେ ପକେଇଲେ ଭାତ ହୋଇଯିବ। ବିହାରର ପଶ୍ଚିମ ଚମ୍ପରଣର ହରିହର ଗାଁର ବିଜୟ ଗିରି ନାମକ ଜଣେ ଚାଷୀ ଏହି ମ୍ୟାଜିକ୍‌ ଧାନ କରି ପ୍ରସିଦ୍ଧ। ୬୪ବର୍ଷୀୟ ବିଜୟ ଗିରି ଆଜିକାଲି ଧାନ ଏବଂ ଗହମର ନୂଆ ପ୍ରକାର ଚାଷକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୧୦ମ ପର୍ଯ୍ୟନ୍ତ ପଢିଥିବା ବିଜୟ ଗିରି ନିଜ ବାପାଙ୍କ ୧୨ଏକର ଜମିରେ ଚାଷ କରି […]

ଅଦ୍ୟତନ ହୋଇଛି
ମ୍ୟାଜିକ୍‌ ଚାଉଳ ଚାଷ କରନ୍ତି ଏହି ଚାଷୀ, ଥଣ୍ଡା ପାଣିରେ ପକେଇଲେ ହୋଇଯିବ ଭାତ

gacha

Advertisment

ନୂଆଦିଲ୍ଲୀ: ଆପଣ କେବେ ମ୍ୟାଜିକ୍‌ ଚାଉଳ ବିଷୟରେ ଶୁଣିଛନ୍ତି? ଏହାକୁ ଗରମ ପାଣିରେ ନୁହେଁ, ଥଣ୍ଡା ପାଣିରେ ପକେଇଲେ ଭାତ ହୋଇଯିବ। ବିହାରର ପଶ୍ଚିମ ଚମ୍ପରଣର ହରିହର ଗାଁର ବିଜୟ ଗିରି ନାମକ ଜଣେ ଚାଷୀ ଏହି ମ୍ୟାଜିକ୍‌ ଧାନ କରି ପ୍ରସିଦ୍ଧ। ୬୪ବର୍ଷୀୟ ବିଜୟ ଗିରି ଆଜିକାଲି ଧାନ ଏବଂ ଗହମର ନୂଆ ପ୍ରକାର ଚାଷକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୧୦ମ ପର୍ଯ୍ୟନ୍ତ ପଢିଥିବା ବିଜୟ ଗିରି ନିଜ ବାପାଙ୍କ ୧୨ଏକର ଜମିରେ ଚାଷ କରି ଆଜି ଲୋକପ୍ରିୟ।

Advertisment

ପାରମ୍ପରିକ ଚାଷ ଶୈଳୀରେ ବିଜୟ ଚାଷ କରୁଥିଲେ। କିନ୍ତୁ ଯେବେଠୁ ସେ ଜୈବିକ କ୍ଷେତ ବିଷୟରେ ଶୁଣିଲେ ସେ ଏହି ଚାଷ ପଦ୍ଧତିକୁ ଆପଣେଇବାକୁ ଲାଗିଲେ। ଚାଷ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଯାଇ ସେ ନୂଆ ନୂଆ ପ୍ରକାର ଚାଷ ପଦ୍ଧତି ଶିଖିଲେ। ମୋହାଲିରେ (ପଞ୍ଜାବ) ସେ ବିଭିନ୍ନ କାର୍ଯ୍ୟକ୍ରମ ସମୟରେ କଳା ଗହମ ଚାଷ କରିବା ଶିଖିଲେ।

ସେହିପରି ପଶ୍ଚମବଙ୍ଗରେ ସେ କଳା ଧାନ ଏବଂ ମ୍ୟାଜିକ୍‌ ଧାନ ବିଷୟରେ ମଧ୍ୟ ଜାଣିଲେ। ବିଜୟଙ୍କର ଏହି ମ୍ୟାଜିକ୍‌ ଧାନକୁ GI ଟ୍ୟାଗ୍‌ ମଧ୍ୟ ମିଳିଛି। ଏହି ଧାନର ବିଶେଷତ୍ୱ ହେଉଛି ଏହାକୁ ୪୦-୫୦ମିନିଟ୍‌ ଥଣ୍ଡା ପାଣିରେ ରଖିଲେ ଏହା ପ୍ରସ୍ତୁତ ହୋଇଯିବ। ଏହା ଖାଇବାକୁ ସାଧାରଣ ଭାତ ପରି ମଧ୍ୟ ଲାଗିଥାଏ।

Advertisment

publive-imageମ୍ୟାଜିକ୍‌ ଚାଉଳର ବିଶେଷତ୍ୱ

ଏହି ଚାଉଳରେ କାର୍ବୋ ହାଇଡ୍ରେଟ୍‌ ଏବଂ ପ୍ରୋଟିନ୍‌ ମାତ୍ରା ଅଧିକ ରହିଛି। ବିଜୟଙ୍କ କହିବା ଅନୁଯାୟୀ, ଏହି ଧାନ ବନ୍ୟା ପାଣିରେ ଭାସେନି। ଏହି ଧାନ ଗଛର ମୂଳ ମୋଟା ଥାଏ। ଏହା ଦୁର୍ଗମକ୍ଷେତ୍ରରେ ସୈନିକ ମାନଙ୍କ ପାଇଁ ଆବଶ୍ୟକ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ