Advertisment

ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ 'ବାବା କା ଢାବା'ର କାହାଣୀ

ବ୍ରହ୍ମପୁର: ଦିଲ୍ଲୀର ‘ବାବା କା ଢାବା’ ବିଷୟରେ ତ ଆପଣ ମାନେ ଜାଣିଥିବେ। ଗତ କିଛିଦିନ ତଳେ ସୋଶାଲ୍‌ ମିଡିଆରେ ଦିଲ୍ଲୀର ବାବାକା ଢାବାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହି ଢାବାରେ କାମ କରୁଥିବା ଜଣେ ବୃଦ୍ଧ ଦମ୍ପତି ଢାବାକୁ ଲୋକମାନେ ଖାଇବାକୁ ଆସୁନାହାନ୍ତି ବୋଲି କାନ୍ଦିକି କହିବାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଲୋକମାନେ ତାଙ୍କ ଢାବା ବାହାରେ ଗହଳି କରିଥିଲେ। ସେହି ବାବାଙ୍କ ଢାବା ପରି ଭଞ୍ଜନଗରରେ ମଧ୍ୟ ଏକ […]

author-image
Biswobandita Swain
ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ 'ବାବା କା ଢାବା'ର କାହାଣୀ

piaji-budha

ବ୍ରହ୍ମପୁର: ଦିଲ୍ଲୀର 'ବାବା କା ଢାବା' ବିଷୟରେ ତ ଆପଣ ମାନେ ଜାଣିଥିବେ। ଗତ କିଛିଦିନ ତଳେ ସୋଶାଲ୍‌ ମିଡିଆରେ ଦିଲ୍ଲୀର ବାବାକା ଢାବାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହି ଢାବାରେ କାମ କରୁଥିବା ଜଣେ ବୃଦ୍ଧ ଦମ୍ପତି ଢାବାକୁ ଲୋକମାନେ ଖାଇବାକୁ ଆସୁନାହାନ୍ତି ବୋଲି କାନ୍ଦିକି କହିବାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଲୋକମାନେ ତାଙ୍କ ଢାବା ବାହାରେ ଗହଳି କରିଥିଲେ। ସେହି ବାବାଙ୍କ ଢାବା ପରି ଭଞ୍ଜନଗରରେ ମଧ୍ୟ ଏକ ଜଳଖିଆ ଦୋକାନ ରହିଛି।

Advertisment

ଏଠି ବି ରାସ୍ତାକଡ଼ରେ ଜଳଖିଆ ଦୋକାନ କରି ପରିବାର ଚଲାଉଛନ୍ତି ଜଣେ ବୃଦ୍ଧ ଦମ୍ପତି। ୭୨ବର୍ଷୀୟ ସୀତାରାମ ପଣ୍ଡା ତାଙ୍କ ପତ୍ନୀଙ୍କ ସହ ମିଶି ଜଳଖିଆ ତିଆରି କରନ୍ତି। ଦିନ ଥିଲା ତାଙ୍କ ବରା ପିଆଜି ଖାଇବାକୁ ଲୋକମାନେ ଆଖ ପାଖ ଗାଁରୁ ଧାଇଁ ଆସୁଥିଲେ। ଦୋକାନରୁ ଭଲ ରୋଜଗାର ମଧ୍ୟ ହେଉଥିଲା। କରୋନା ପାଇଁ ତାଙ୍କ ଦୋକାନକୁ ଏବେ ଅଧିକ ଲୋକ ଆସୁନାହାନ୍ତି। ପରିସ୍ଥିତି ଏମିତି ହୋଇଛି କି ଦିନକୁ ଦୁଇ ମୁଠା ଖାଇବା ଯୋଗାଡ଼ କରିବା ଏବେ ସୀତାରାମଙ୍କ ପାଇଁ କଷ୍ଟ ହୋଇପଡୁଛି।

ଲକ୍‌ଡାଉନ୍‌ ପୂର୍ବରୁ ବାକି କରି ଆଣିଥିବା ଟଙ୍କା ବି କେମିତି ସୁଝିବେ ସେନେଇ ସୀତାରାମ ଏବେ ଚିନ୍ତାରେ ରହିଛନ୍ତି।

Advertisment
Advertisment
Advertisment