Advertisment

ନିୟମ ନମାନିବାରୁ ୨ମିଟର ଲମ୍ବର ଚାଲାଣ ଧରାଇଲା ପୋଲିସ୍‌

ବେଙ୍ଗାଲୁରୁ: ପୋଲିସ୍‌ ଚାଲାଣକୁ ସମସ୍ତେ ଡରନ୍ତି। ଟିକେ ଯଦି ନିୟମର ନମାନିଲ ତେବେ ପୋଲିସ୍‌ ଚାଲଣ ଧରାଇଦିଏ। ନିକଟରେ ବେଙ୍ଗାଲୁରୁର ଜଣେ ଦୁଇଚକିଆ ଚାଳକଙ୍କୁ ମଧ୍ୟ ଚାଲାଣ ମିଳିଛି। ଯାହାର ଲମ୍ବ ରହିଛି ୨ମିଟର। ବ୍ୟକ୍ତି ଜଣଙ୍କ ମଡ଼ିୱାଲାର ଅରୁଣ କୁମାର। ପେସାରେ ସେ ଜଣେ ପରିବା ବିକାଳୀ। ଅରୁଣ ପ୍ରାୟ ସମୟ ହେଲ୍‌ମେଣ୍ଟ ପିନ୍ଧନ୍ତି ନାହିଁ। ଏମିତି ହେଲ୍‌ମେଣ୍ଟ ନ ପିନ୍ଧି ସେ ଅନେକ ଥର ଟ୍ରାଫିକ୍‌ ନିୟମ ଭାଙ୍ଗିଛନ୍ତି। ସେ ସମସ୍ତ ନିୟମ ଭାଙ୍ଗିବା […]

author-image
Biswobandita Swain
ନିୟମ ନମାନିବାରୁ ୨ମିଟର ଲମ୍ବର ଚାଲାଣ ଧରାଇଲା ପୋଲିସ୍‌

chalana-1

ବେଙ୍ଗାଲୁରୁ: ପୋଲିସ୍‌ ଚାଲାଣକୁ ସମସ୍ତେ ଡରନ୍ତି। ଟିକେ ଯଦି ନିୟମର ନମାନିଲ ତେବେ ପୋଲିସ୍‌ ଚାଲଣ ଧରାଇଦିଏ। ନିକଟରେ ବେଙ୍ଗାଲୁରୁର ଜଣେ ଦୁଇଚକିଆ ଚାଳକଙ୍କୁ ମଧ୍ୟ ଚାଲାଣ ମିଳିଛି। ଯାହାର ଲମ୍ବ ରହିଛି ୨ମିଟର।

Advertisment

ବ୍ୟକ୍ତି ଜଣଙ୍କ ମଡ଼ିୱାଲାର ଅରୁଣ କୁମାର। ପେସାରେ ସେ ଜଣେ ପରିବା ବିକାଳୀ। ଅରୁଣ ପ୍ରାୟ ସମୟ ହେଲ୍‌ମେଣ୍ଟ ପିନ୍ଧନ୍ତି ନାହିଁ। ଏମିତି ହେଲ୍‌ମେଣ୍ଟ ନ ପିନ୍ଧି ସେ ଅନେକ ଥର ଟ୍ରାଫିକ୍‌ ନିୟମ ଭାଙ୍ଗିଛନ୍ତି। ସେ ସମସ୍ତ ନିୟମ ଭାଙ୍ଗିବା ନେଇ ତାଙ୍କ ଉପଲେ ଲମ୍ବା ଜୋରିମନା ଲାଗିଛି।

ପୋଲିସ୍ ନିକଟରେ ଅରୁଣଙ୍କୁ ଧରି ୨ ମିଟର୍ ଲମ୍ବା ଚାଲାଣ ଧରାଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଅରୁଣ କିଛି ଦିନ ତଳେ ୨୦ ଟଙ୍କା ଦେଇ ସେକେଣ୍ଡ ହ୍ୟାଣ୍ଡ୍ ଗାଡ଼ି କିଣିଥିଲେ। କିନ୍ତୁ ପୁଲିସ୍ ତାଙ୍କଠୁ ଏହାଠାରୁ ଅଧିକ ଟଙ୍କାର ଚାଲାଣ କାଟିଛି।

Advertisment

ଅରୁଣ ଏପର୍ଯ୍ୟନ୍ତ ୭୭ଥର ଟ୍ରାପିକ୍‌ ନିୟମର ଉଲ୍ଲଙ୍ଘନ କରିଛନ୍ତି, ଯେଉଁଥି ପାଇଁ ତାଙ୍କ ନାଁରେ ୪୨ହଜାର ୫୦୦ ଟଙ୍କାର ଚାଲାଣ କଟାଯାଇଛି। ଏବେ ପୁଲିସ୍ ତାଙ୍କଠାରୁ ଗାଡ଼ି ଜବତ କରିନେଇଛି। ଅରୁଣ ଫାଇନ୍‌ ଦେବା ପାଇଁ ସମୟ ମାଗିଛନ୍ତି।

Advertisment
Advertisment