Advertisment

ଫିଲ୍ମ କାହାଣୀ ପରି ଉଡ଼ନ୍ତା ବିମାନରେ ଜନ୍ମହେଲା ପିଲା; ନବଜାତକୁ ସାରାଜୀବନ ଫ୍ରି ବିମାନ ଯାତ୍ରା ଦାବି କଲେ ଯାତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରୁ ବେଙ୍ଗାଲୁରୁ ଆସୁଥିବାବେଳେ ଜଣେ ମହିଳା ବିମାନରେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମଦେଇଛନ୍ତି। ଉଭୟ ମାଆ ଓ ପୁଅ ସୁସ୍ଥଥିବାର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ କୁହାଯାଇଛି। ବୁଧବାର ସନ୍ଧ୍ୟାରେ ଇଣ୍ଡିଗୋ ବିମାନ 6E122ରେ ଏହି ଘଟଣା ଘଟିଛି। ହଠାତ ଉଡ଼ନ୍ତା ବିମାନରେ ଜଣେ ନବଜାତ ଶିଶୁ ନୂଆ ଅତିଥି ହୋଇଯାଇଥିଲେ। ଦିଲ୍ଲୀରୁ ଜଣେ ମହିଳା ବିମାନରେ ବେଙ୍ଗାଲୁରୁ ଆସୁଥିଲେ। ହଠାତ୍ ସେ ଯନ୍ତ୍ରଣା ଅନୁଭବ କଲେ। ସୌଭାଗ୍ୟକ୍ରମେ ସେହି ବିମାନରେ ଜଣେ ସ୍ତ୍ରୀ […]

author-image
Abinash Pati
ଅଦ୍ୟତନ ହୋଇଛି
ଫିଲ୍ମ କାହାଣୀ ପରି ଉଡ଼ନ୍ତା ବିମାନରେ ଜନ୍ମହେଲା ପିଲା; ନବଜାତକୁ ସାରାଜୀବନ ଫ୍ରି ବିମାନ ଯାତ୍ରା ଦାବି କଲେ ଯାତ୍ରୀ

india copy

ନୂଆଦିଲ୍ଲୀ: ଦିଲ୍ଲୀରୁ ବେଙ୍ଗାଲୁରୁ ଆସୁଥିବାବେଳେ ଜଣେ ମହିଳା ବିମାନରେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମଦେଇଛନ୍ତି। ଉଭୟ ମାଆ ଓ ପୁଅ ସୁସ୍ଥଥିବାର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ କୁହାଯାଇଛି। ବୁଧବାର ସନ୍ଧ୍ୟାରେ ଇଣ୍ଡିଗୋ ବିମାନ 6E122ରେ ଏହି ଘଟଣା ଘଟିଛି। ହଠାତ ଉଡ଼ନ୍ତା ବିମାନରେ ଜଣେ ନବଜାତ ଶିଶୁ ନୂଆ ଅତିଥି ହୋଇଯାଇଥିଲେ।

Advertisment

ଦିଲ୍ଲୀରୁ ଜଣେ ମହିଳା ବିମାନରେ ବେଙ୍ଗାଲୁରୁ ଆସୁଥିଲେ। ହଠାତ୍ ସେ ଯନ୍ତ୍ରଣା ଅନୁଭବ କଲେ। ସୌଭାଗ୍ୟକ୍ରମେ ସେହି ବିମାନରେ ଜଣେ ସ୍ତ୍ରୀ ଓ ପ୍ରସୂତି ଡାକ୍ତର ମଧ୍ୟ ଯାତ୍ରା କରୁଥିଲେ। ଶୈଳଜା ବଲ୍ଲଭାନୀ ନାମ୍ନୀ ଏହି ଡାକ୍ତର ବିମାନରେ ପ୍ରସବ କରାଇବା ପାଇଁ ଅଣ୍ଟାଭିଡି ବାହାରି ଆସିଥିଲେ। ବିମାନର କର୍ମଚାରୀମାନେ ମଧ୍ୟ ପୂରା ସହଯୋଗ କରିଥିଲେ। ବିମାନ କର୍ମଚାରୀମାନେ ଡାକ୍ତରଖାନା ଭଳି ବ୍ୟବସ୍ଥା ଯୋଗାଇ ଦେଇଥିଲେ। ବିମାନର କର୍ମଚାରୀମାନେ ଉଡ଼ାଣ ସମୟରେ କେବଳ ଖାଦ୍ୟ ଓ ପାନୀୟ ଦେଇନଥାନ୍ତି , ଜରୁରୀକାଳୀନ ପରିସ୍ଥିତିର ସାମନା କରିବା ପାଇଁ ମଧ୍ୟ ତାଲିମ ପାଇଥାଆନ୍ତି।

Baby Boy Born Inside IndiGo Delhi-Bengaluru Flight, Will He Get Lifetime Free Airline Ticket?

ପ୍ରସବ ସମୟରେ ବିମାନ ଉଡ଼ାଣରେ କୌଣସି ବ୍ୟତିକ୍ରମ ପରିଲକ୍ଷିତ ହୋଇନଥିଲା। ପ୍ରସବ ଠିକ୍ ଭାବେ କରାଯାଇଥିଲା ଓ ବିମାନ ଉଡ଼ାଣ ମଧ୍ୟ ସ୍ୱାଭାବିକ ଥିଲା। ବିମାନର ଯାତ୍ରୀମାନେ ଏହି ଘଟଣାର ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଥିଲେ। ବିମାନର ପାଇଲଟ୍ ମଧ୍ୟ ଖୁସି ହୋଇ ଏହି ଶିଶୁପୁତ୍ର ସହ ଫଟୋ ଉଠାଇଛନ୍ତି।

Advertisment

ବିମାନଟି ବେଙ୍ଗାଲୁରୁର କେମ୍ପାଗୌଡା ଆନ୍ତର୍ଜାତୀୟ ବିମାନ ବନ୍ଦରରେ ବୁଧବାର ସନ୍ଧ୍ୟା ୭ଟା ୪୦ ମିନିଟରେ ପହଞ୍ଚିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ଉଭୟ ମାଆ ଓ ଛୁଆଙ୍କୁ ସ୍ୱାଗତ କରିଥିଲେ। ପରେ ସେମାନଙ୍କୁ ବିମାନ ବନ୍ଦର ଡାକ୍ତରଖାନାକୁ ନିଆଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ବଡ଼ କଥା ହେଉଛି, ବିମାନରେ ପ୍ରିମାଚ୍ୟୁର ଶିଶୁଟି ଜନ୍ମ ନେଇଛି। ଗର୍ଭଧାରଣର ୩୨ ସପ୍ତାହ ଅର୍ଥାତ 8 ମାସ ହୋଇନାହିଁ। ତେଣୁ ମହିଳାଙ୍କୁ ବିମାନରେ ଯାତ୍ରା ପାଇଁ ଅନୁମତି ଦିଆଯାଇଥିଲା। ୮ ମାସରୁ ଅଧିକ ହୋଇଥିଲେ ବିମାନ ଯାତ୍ରା ପାଇଁ ବାରଣ କରାଯାଇଥାଆନ୍ତା। କୋଭିଡ୍ ସମୟରେ ବିମାନରେ ଶିଶୁ ଜନ୍ମ ହେବାରେ ଏହା ପ୍ରଥମ ଘଟଣା।

Woman delivers baby boy on board Indigo flight from Delhi to Bengaluru | The News Minute

ବିମାନରେ ଜନ୍ମଗ୍ରହଣ କରିଥିବା ଏହି ଶିଶୁପୁତ୍ରକୁ ଇଣ୍ଡିଗୋ ପକ୍ଷରୁ ଉପହାର ଦିଆଯାଉ ବୋଲି ଦର୍ଶାଇ ବହୁ ଲୋକ ସେମାନଙ୍କ ମତାମତ ରଖିଛନ୍ତି। ଏଭଳି ଘଟଣା ନୂଆ ନୁହେଁ । ୨୦୧୭ ମସିହାରେ ସାଉଦି ଆରବରୁ ଭାରତ ଆସୁଥିବା ଜଣେ ମହିଳା ଜେଟ୍ ବିମାନରେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ବିମାନରେ ଶିଶୁ ଜନ୍ମ ହେବାପରେ କୋଚି ଅଭିମୁଖେ ଆସୁଥିବା ଏହି ବିମାନ ରୁଟ୍ ପରିବର୍ତ୍ତନ କରି ମୁମ୍ୱାଇରେ ଅବତରଣ କରିଥିଲା। ମାଆ ଓ ଶିଶୁଙ୍କ ଯତ୍ନ ନିଆଯାଇଥିଲା। ଏହି ଶିଶୁଙ୍କୁ ଜେଟ ବିମାନ ତରଫରୁ ସାରା ଜୀବନ ମାଗଣାରେ ଯାତ୍ରା କରିବା ପାଇଁ ସୁବିଧା ଦିଆଯାଇଛି।

Woman Gives Birth to Baby Boy Mid-Air On IndiGo Flight Travelling From Delhi To Bangalore | Curly Tales

ସେହିପରି ୨୦୦୯ ମସିହାରେ ବିମାନରେ ଜନ୍ମଗ୍ରହଣ କରିଥିବା ଜଣେ ଶିଶୁପୁତ୍ର ଓ ତାଙ୍କ ମାଆଙ୍କୁ ଏୟାର ଏସିଆ ସାରା ଜୀବନ ପାଇଁ ଫ୍ରି ଟିକେଟ ପ୍ରଦାନକରିଛି। ଅନ୍ୟ ଏକ ଘଟଣାରେ ଦୁବାଇରୁ ମାନିଲା ଆସୁଥିବା ଏକ ବିମାନରେ ଜନ୍ମ ନେଇଥିବା ଜଣେ ଶିଶୁକନ୍ୟା ପାଇଁ ଫିଲିପାଇନ୍ସର ଏକ ଏୟାରଲାଇନ ଏକ ମିଲିଅନ୍ ଏୟାର୍ ମାଇଲ୍ ମାଗଣା ଯାତ୍ରାର ଉପହାର ଦେଇଛି। ଅଚାନକ ବିମାନରେ ଶିଶୁ ଜନ୍ମ ହେବାର ଅନ୍ୟ ଦୁଇ ତିନିଟି ଘଟଣା ବିଦେଶରେ ଘଟିଛି।

Advertisment
Advertisment